Posted inଜାତୀୟ

ମୋଦିଙ୍କ କ୍ୟାବିନେଟ୍‌ରେ ଏହିସବୁ ମନ୍ତ୍ରୀଙ୍କ ହେଲା ଡବଲ୍‌ ପ୍ରମୋଶନ

ନୂଆଦିଲ୍ଲୀ,୧୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାର ଶପଥ ନେବାର ଦିନକ ପରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକ ଭାଜପା ମନ୍ତ୍ରୀମାନଙ୍କ ହାତରେ ନ୍ୟସ୍ତ କରାଯାଇଛି। ଅଧିକାଂଶ ଭାଜପା ମନ୍ତ୍ରୀ ସେମାନଙ୍କ ପୂର୍ବ ମନ୍ତ୍ରଣାଳୟ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ନିଜ ପାଖରେ କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍‌ସନ, ଆଣବିକ ଶକ୍ତି ଓ ମହାକାଶ ବିଭାଗ ରଖିଛନ୍ତି। ଗାନ୍ଧୀନଗର ଏମ୍‌ପି ଅମିତ୍‌ ଶାହା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବଜାୟ ରଖିଥିବାବେଳେ ଲକ୍ଷ୍ନୌ ଏମ୍‌ପି ରାଜନାଥ ସିଂଙ୍କ ହାତରେ ପୂର୍ବଭଳି ପ୍ରତିରକ୍ଷା ରହିଛି। ବରିଷ୍ଠ ଭାଜପା ନେତା ତଥା ନାଗପୁର ଏମ୍‌ପି ନୀତିନ ଗଡ଼କରୀ ପୂର୍ବଭଳି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପାଇଥିବାବେଳେ ଏସ୍‌. ଜୟଶଙ୍କରଙ୍କ ହାତରେ ଦ୍ୱିତୀୟ ଥର ପାଇଁ ବହିର୍ବ୍ୟାପାର ମନ୍ତ୍ରଣାଳୟ ରହିଛି। କିନ୍ତୁ ଏମିତି କିଛି ମନ୍ତନ୍ତ୍ରୀ ଅଛନ୍ତି, ଯାହା ଉପରେ ମୋଦ ଅଧିକ ବିଶ୍ୱାସ କରିଛନ୍ତି ଏବଂ ସେମାନଙ୍କୁ ଅଧିକ ଦାୟିତ୍ୱ ଦେଇଛନ୍ତି?
ଯେଉଁମାନେ ମୋଦି କ୍ୟାବିନେଟରେ ଅଧିକ ଦାୟିତ୍ୱ ପାଇଛନ୍ତି। ଏଥିମଧ୍ୟରେ ଅନେକ ନାମ ସାମିଲ ଅଛନ୍ତି। ପ୍ରଥମେ ହେଉଛନ୍ତି ଶିବରାଜ ସିଂ ଚୌହାନ, ଯିଏ କୃଷି ମନ୍ତ୍ରଣାଳୟ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପାଇଛନ୍ତି। ପୂର୍ବତନ ହରିୟାଣା ସିଏମ ମନୋହର ଲାଲ ଖଟ୍ଟାରଙ୍କୁ ଶକ୍ତି ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟ ମିଳିଛି। ଉଭୟ ପ୍ରଥମ ଥର ପାଇଁ କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି। ତୃତୀୟ ବୃହତ୍ତମ ମନ୍ତ୍ରଣାଳୟ ବିଷୟରେ କହିବାକୁ ଗଲେ, ଜିତନ ରାମ ମାନ୍‌ଝୀଙ୍କୁ ଏକ ସ୍ବତନ୍ତ୍ର ଏବଂ ବଡ଼ ମନ୍ତ୍ରଣାଳୟ ଦିଆଯାଇଛି ଏବଂ ତାହା ହେଉଛି MSME, ଅର୍ଥାତ୍‌ କ୍ଷୁଦ୍ର ସ୍କେଲ ଇଣ୍ଡଷ୍ଟ୍ରିଜ ମନ୍ତ୍ରଣାଳୟ।
ରେଳ ମନ୍ତ୍ରଣାଳୟ ନୀତୀଶ କୁମାର ଦଳକୁ ଯିବ ବୋଲି କଳ୍ପନାଜଳ୍ପନା କରାଯାଇଥିଲା, କିନ୍ତୁ ମୋଦିକ୍ୟାବିନେଟରେ ଏହି ମନ୍ତ୍ରଣାଳୟ ଅଶ୍ୱିନୀ ବୈଷ୍ଣବଙ୍କ ନିକଟକୁ ଯାଇଛି। ଅଶ୍ୱିନୀ ବୈଷ୍ଣବଙ୍କର କେବଳ ରେଳ ମନ୍ତ୍ରଣାଳୟ ନୁହେଁ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଆଇଟି ମନ୍ତ୍ରଣାଳୟ ମଧ୍ୟ ଅଛି।
୨୦୨୪ରେ ଏନଡିଏ ସରକାର ଗଠନ ହୋଇଥିବାବେଳେ ମନ୍ତ୍ରଣାଳୟ ବଣ୍ଟନ କରିବାକୁ ୧୭ ଘଣ୍ଟା ସମୟ ଲାଗିଥିଲା। ୨୦୧୯ରେ, ସରକାର ଗଠନ ଏବଂ ମନ୍ତ୍ରଣାଳୟର ବଣ୍ଟନ ମଧ୍ୟରେ ବ୍ୟବଧାନ ମାତ୍ର ୧୫ ଘଣ୍ଟା ଥିଲା। ୨୦୨୪ରେ ଏହି ପାର୍ଥକ୍ୟ ୧୬ ଘଣ୍ଟା ୨୦ ମିନିଟ ଥିଲା। ମୋଟ ଉପରେ, ପୂର୍ବ ପାଞ୍ଚଟି ସରକାର ତୁଳନାରେ ମନ୍ତ୍ରଣାଳୟ ବଣ୍ଟନ ପାଇଁ ଏହି ସରକାର ଦୀର୍ଘ ସମୟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Pop Francis Death: ଫ୍ରାନ୍ସିସଙ୍କ ପରଲୋକରେ ଭାରତରେ ୩ ଦିନିଆ ଶୋକ, ଅର୍ଦ୍ଧନମିତ ରହିବ ତ୍ରିରଙ୍ଗା

ନୂଆଦିଲ୍ଲୀ,୨୨।୪: ପୋପ ଫ୍ରାନ୍ସିସଙ୍କ ଦେହାନ୍ତରେ ଭାରତ ସରକାର ସୋମବାର ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ସୋମବାର Pop Francisଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ...

ମିଶନ ଶକ୍ତି ପୁନର୍ଗଠନ ନିଷ୍ପତ୍ତି ଉପରେ ଲାଗିଲା ଅଙ୍କୁଶ

ଭୁବନେଶ୍ୱର,୨୨ା୪(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନଶକ୍ତି ପୁନର୍ଗଠନ ନେଇ ନିଆଯାଇଥିବା ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ଅଙ୍କୁଶ ଲାଗିଛି। ଚଳିତମାସ ୧୭ରେ ଏ ସଂକ୍ରାନ୍ତୀୟ ଏକ...

କାହିଁକି ନନ ଭେଜ ଛାଡିଛନ୍ତି JD Vance? ନାହିଁ ତ ଇଣ୍ଡିଆ କନେକ୍ସନ

ନୂଆଦିଲ୍ଲୀ,୨୨।୪: ସୋମବାର (୨୧ ଏପ୍ରିଲ, ୨୦୨୫) ସକାଳେ, ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ବିମାନ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲା, ଯେଉଁଠାରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ...

ପିଅନ ପଦବୀ ପାଇଁ ଆବେଦନ କରିଛନ୍ତି ପିଏଚ୍‌. ଡି., ଏମ୍‌ବିଏ, ଲ’ ଗ୍ରାଜୁଏଟ

ଜୟପୁର, ୨୨ା୪: ରାଜସ୍ଥାନ ସରକାରଙ୍କ ଅଧୀନ ରାଜସ୍ଥାନ ସବ୍‌ଅର୍ଡିନେଟ ଆଣ୍ଡ୍‌ ମିନିଷ୍ଟ୍ରିଆଲ ଷ୍ଟାଫ୍‌ ସିଲେକ୍ସନ ବୋର୍ଡ (ଆର୍‌ଏସ୍‌ଏମ୍‌ଏସ୍‌ଏସ୍‌ବି) ଦ୍ୱାରା ଜାରି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି...

କାନାଡାର ହିନ୍ଦୁ ମନ୍ଦିର, ଗୁରୁଦ୍ୱାରାରେ ଖଲିସ୍ତାନୀଙ୍କ ଆକ୍ରମଣ

ଓଟ୍ଟାଓ୍ବା, ୨୨।୪:କାନାଡାର ଖଲିସ୍ତାନୀ ଉଗ୍ରବାଦୀମାନେ ରବିବାର ରାତିରେ ଭାଙ୍କୋଭରସ୍ଥିତ ଖାଲ୍‌ସା ଦ୍ୱିଓ୍ବାନ୍‌ ସୋସାଇଟି (କେଡିଏସ୍‌) ଗୁରୁଦ୍ୱାରାରେ ଭଙ୍ଗାରୁଜା କରିବା ସହ ଏହାର କାନ୍ଥରେ ବିଭିନ୍ନ ପ୍ରକାରର...

୫୬ ଲକ୍ଷରେ ନିଲାମ ହେଲା ଭଙ୍ଗା ଫୁଲଦାନି

ଲଣ୍ଡନ: ବ୍ରିଟେନ୍‌ର ଏକ ଭଙ୍ଗା ଏବଂ ପୁରୁଣା ଫୁଲଦାନି ନିଲାମରେ ଏହା ୫୬ ଲକ୍ଷ ଟଙ୍କା (ପ୍ରାୟ ୬୬ ହଜାର ଡଲାର)ରେ ବିକ୍ରି ହୋଇ ଚର୍ଚ୍ଚାରେ ରହିଛି।...

ବିକଶିତ ରାଷ୍ଟ୍ର ହେବା ପାଇଁ ବର୍ଷକୁ ୮ ନିୟୁତ ନିଯୁକ୍ତି ସୃଷ୍ଟି ଆବଶ୍ୟକ: ସିଇଏ

ନୂଆଦିଲ୍ଲୀ,୨୨।୪: ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ହାସଲ କରିବାକୁ ହେଲେ ବର୍ଷକୁ ୮ ନିୟୁତ ହିସାବରେ ଅନୂ୍ୟନ ପରବର୍ତ୍ତୀ ୧୦ରୁ ୧୨...

ଉଦ୍‌ଘାଟନୀ ଉପକଥା

ଟିଏ ଘଟଣା ବିଷୟରେ ଚିନ୍ତା କରାଯାଉ। ପରିବେଶ ସୁରକ୍ଷା ଉପରେ ରାଜ୍ୟସ୍ତରୀୟ କର୍ମଶାଳା ହେଉଥିବ। ଆବଦ୍ଧ ସଭାଗୃହ ମଧ୍ୟରେ ଭରି ରହିଥିବେ ଦର୍ଶକ। ସାଜସଜ୍ଜା ବେଶ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image