Categories: ଜାତୀୟ

ଭାଜପା ଖାତାକୁ ଯିବ ଏସବୁ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୯ା୬: ସଦ୍ୟସମାପ୍ତ ଲୋକ ସଭା ନିର୍ବାଚନରେ ଭାଜପା ଏକାକୀ ୨୪୦ ଆସନ ଜିତିଥିବାବେଳେ ନ୍ୟାଶନାଲ ଡେମୋକ୍ରାଟିକ ଆଲିଆନ୍ସ (ଏନ୍‌ଡିଏ)କୁ ୨୯୩ ଆସନ ମିଳିଛି। ନୂଆ ଏନ୍‌ଡିଏ ସରକାରରେ ଭାଜପା ସହ ସହଯୋଗୀ ଦଳଗୁଡ଼ିକୁ ଅଧିକ ମନ୍ତ୍ରୀପଦ ମିଳିବ ବୋଲି କୁହାଯାଉଛି। ଏନେଇ ଏକ ସଂସଦୀୟ ଦଳ ବୈଠକ ବସି ମୋଦିଙ୍କୁ ନେତାଙ୍କୁ ଆନୁଷ୍ଠାନିକ ଭାବେ ନେତା ନିର୍ବାଚିତକରାଯାଇଥିଲା। ଏହା ପରେ ସେ ରାଷ୍ଟ୍ରପତି ଭବନ ଯାଇ ସରକାର ଗଠନ ନିମନ୍ତେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାବି ଜଣାଇଥିଲେ। ରାଷ୍ଟ୍ରପତି ତାଙ୍କୁ ଭାବୀ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବା ସହ ରବିବାର ଶପଥ ଗ୍ରହଣ ପାଇଁ ଆମନ୍ତ୍ରଣ କରିଥିଲେ। ରବିବାର ସନ୍ଧ୍ୟା ୭ଟା ୧୫ ମିନିଟ୍‌ରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବ। ସରକାର ଗଠନ ପରେ କେଉଁ ମନ୍ତ୍ରଣାଳୟ ସବୁ ଭାଜପା ହାତକୁ ଯିବ ତାହା ଆଲୋଚନାର ବିଷୟବସ୍ତୁ ପାଲଟିଛି।

ଗୃହ, ଅର୍ଥ, ପ୍ରତିରକ୍ଷା ଏବଂ ବୈଦେଶିକ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଭାଜପା ହାତରେ ରହିବ। ସେହିଭଳି ଶିକ୍ଷା ଏବଂ ସଂସ୍କୃତି ଭଳି ଦୃଢ଼ ଭାବନୈତିକ ଦିଗ ଥିବା ଦୁଇଟି ମନ୍ତ୍ରଣାଳୟର ନିର୍ଦ୍ଦେଶ ମଧ୍ୟ ଭାଜପା ଏମ୍‌ପିଙ୍କ ନିକଟକୁ ଯାଇପାରେ। ସହଯୋଗୀମାନେ ୫ରୁ ୮ଟି କ୍ୟାବିନେଟ ପଦ ପାଇପାରନ୍ତି ବୋଲି ଅନୁମାନ କରାଯାଉଛି। ଶିବରାଜ ସିଂ ଚୌହାନ, ବାସଭରାଜ ବମ୍ମାଇ, ମନୋହର ଲାଲ ଖଟ୍ଟରଙ୍କ ପରି ଲୋକ ସଭା ନିର୍ବାଚନରେ ଜିତିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ନୂତନ ସରକାରରେ ଯୋଗ ଦେବେ। ଶୁଣିବାକୁ ମିଳିଛି ତାଙ୍କୁ ଏ ପର୍ଯ୍ୟନ୍ତ କଲ୍‌ ଯାଇନାହିଁ।

Share