ନାରୀଙ୍କ ମନ କଥା ଜାଣିବା ଭାରି କଷ୍ଟ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । କିନ୍ତୁ ଏପରି କିଛି କୌଶଳ ରହିଛି ଯାହା ଦ୍ୱାରା ଖୁବ୍ ସହଜରେ ନାରୀଙ୍କ ମନକଥା ଜାଣିହେବ । ନାରୀଙ୍କ ଶରୀରର କିଛି ନିଦ୍ଦିଷ୍ଟ ଅଙ୍ଗ ସେମାନଙ୍କ ପ୍ରକୃତି, ସ୍ବଭାବ ସହିତ ମନ କଥା କହିଦେଇଥାଏ। ନାରୀଙ୍କ ଶରୀରରେ ଆକର୍ଷଣୀୟ ଅଙ୍ଗ ହେଉଛି ଓଠ । ନାରୀଙ୍କ ଓଠ ଲାଲ, ପତଳା, ଚିକ୍କଣ ଏବଂ ସୁନ୍ଦର ଥିଲେ, ସେପରି ନାରୀ ବେଶ୍ ଭାବପ୍ରବଣ ହୋଇଥାନ୍ତି। ଏପରି ନାରୀ ପତିଙ୍କୁ ବହୁତ ଭଲ ପାଆନ୍ତି। ତେଣୁ ଏପରି ସ୍ବଭାବର ମହିଳାଙ୍କ ବୈବାହିକ ଜୀବନ ଭଲରେ କଟିଥାଏ। ଯେଉଁ ମହିଳାଙ୍କ ଓଠ କଳା ଓ ମୋଟା ସେମାନଙ୍କ ବ୍ୟବହାରରେ ଶାଳୀନତା ନ ଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ଅଛି। ସେହିପରି ଯେଉଁ ନାରୀଙ୍କ ଗାଲରେ ଡିମ୍ପଲ ଥାଏ ସେମାନେ ହୋଇଥାନ୍ତି ଖୁସି ମିଜାଜ ସ୍ବଭାବର । ଏପରି ନାରୀ ଖୁବ୍ ଦୟାଳୁ। ଯେଉଁ ନାରୀଙ୍କର ଗାଲ ଗୋଲ ସେମାନଙ୍କୁ ସୌଭାଗ୍ୟବତୀ କୁହାଯାଏ। ଯେଉଁ ନାରୀଙ୍କର ମୁହଁ ଧନୁ ପରି ସେମାନେ ଦେଖିବାକୁ ସୁନ୍ଦର ଆଉ ଚରିତ୍ରବତୀ। ସିଧା ଆଉ ଲମ୍ବା ମୁହଁ ଥିବା ନାରୀଙ୍କ ସ୍ବଭାବ ଖୁବ୍ ଭଲ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହା ଯାଇଛି।