ବଲିଉଡ୍‌ ନାୟକଙ୍କଠାରୁ ବି ଅଧିକ ପାଉଣା ନିଅନ୍ତି ଦକ୍ଷିଣ ଭାରତୀୟ ସିନେମାର ଏସବୁ ସୁପରଷ୍ଟାର, ଆଗରେ ରଜନୀକାନ୍ତ…

ହାଇଦ୍ରାବାଦ: ବଲିଉଡ୍‌ ଫିଲ୍ମକୁ ଦର୍ଶକ ପସନ୍ଦ କରିଥାନ୍ତି। ହେଲେ ଯୁବପୀଢ଼ିଙ୍କ ମଧ୍ୟରେ ଦକ୍ଷିଣ ଭାରତୀୟ ସିନେମାକୁ ନେଇ କ୍ରେଜ୍‌ ଭିନ୍ନ ଥାଏ। ବଲିଉଡ୍‌ଠାରୁ ଟଲିଉଡ୍‌ ସିନେମାକୁ ଅଧିକ ପସନ୍ଦ କରାଯାଉଥିବାରୁ ଏହାର କାହାଣୀକୁ ନେଇ ଅନ୍ୟ ଭାଷାରେ ଫିଲ୍ମ ନିର୍ମାଣ ମଧ୍ୟ ହୋଇଥାଏ। ସେହିଭଳି ପାଉଣା ମାମଲାରେ ମଧ୍ୟ ବଲିଉଡ୍‌ ଅଭିନେତାଙ୍କଠାରୁ ଦକ୍ଷିଣ ଭାରତୀୟ ସିନେ ଅଭିନେତା ପଛରେ ନାହାନ୍ତି। ଅନେକ ବଲିଉଡ୍‌ କଳାକାରଙ୍କଠାରୁ ଅଧିକ ପାଉଣା ମଧ୍ୟ ନେଇଥାନ୍ତି। ଆସନ୍ତୁ ଜାଣିବା ଟଲିଉଡ୍‌ର ସେଭଳି କିଛି ଅଧିକ ପାଉଣା ନେଉଥିବା ଅଭିନେତାଙ୍କ ବିଷୟରେ…

ରଜନୀକାନ୍ତ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ହେଉଛନ୍ତି ରଜନୀକାନ୍ତି। ସେ ସବୁଠାରୁ ଅଧିକ ପାଉଣା ନେଉଥିବା କଳାକାର। ତାମିଲ ବ୍ୟତିତ ସେ ହିନ୍ଦୀ, ତେଲୁଗୁ, କନ୍ନଡ଼ ଫିଲ୍ମରେ ମଧ୍ୟ ଅଭିନୟ କରିସାରିଛନ୍ତି। ଗୋଟିଏ ଫିଲ୍ମ ପାଇଁ ରଜନୀକାନ୍ତ ୪୦ରୁ ୬୦ କୋଟି ଟଙ୍କା ନେଇଥାନ୍ତି।

କମଲ ହାସନ: ଅଭିନେତା କମଲ ହାସନ ଦକ୍ଷିଣ ଭାରତୀୟ ସିନେମାର ନାମୀ ଅଭିନେତାଙ୍କ ମଧ୍ୟରୁ ଜଣେ। ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିବା କମଲ ଏବେ ୨୦୦ରୁ ଅଧିକ ଫିଲ୍ମରେ କାମ କରିସାରିଛନ୍ତି। ଗୋଟିଏ ଫିଲ୍ମ ପାଇଁ ସେ ୨୦ରୁ ୩୦ କୋଟି ପାଉଣା ନିଅନ୍ତି।

ମହେଶ ବାବୁ: ତେଲୁଗୁର ସବୁଠାରୁ ବଡ଼ ଅଭିନେତା ତାଲିକାରେ ସାମିଲ ଥିବା ମହେଶ ଗୋଟିଏ ଫିଲ୍ମ ପାଇଁ ୩୦ରୁ ୩୫ କୋଟି ଟଙ୍କା ନେଇଥାନ୍ତି।

ପ୍ରଭାସ: ଚଳଚ୍ଚିତ୍ର ବାହୁବଳୀରେ ନଜର ଆସିବା ପରେ କୋଟି କୋଟି ଦର୍ଶକଙ୍କ ହୃଦୟରେ ଘର କରିଥିଲେ ଏହି ଅଭିନେତା। ସେ ଗୋଟିଏ ଫିଲ୍ମ ପାଇଁ ୩୦-୩୫ କୋଟି ଟଙ୍କା ନେଇଥାନ୍ତି।

ସୂର୍ଯ୍ୟା: ଅଭିନେତା ସୂର୍ଯ୍ୟା ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। ସେ ଗୋଟିଏ ଫିଲ୍ମ ପାଇଁ ୧୭-୨୦ କୋଟି ଟଙ୍କା ନେଇଥାନ୍ତି।

ବିଜୟ: ତାମିଲର ଶ୍ରେଷ୍ଠ ଅଭିନେତା ବିଜୟ ଗୋଟିଏ ଫିଲ୍ମ ପାଇଁ ୩୦ କୋଟି ଟଙ୍କା ନେଇଥାନ୍ତି।

ଚିରଞ୍ଜୀବୀ: ତେଲୁଗୁ ଷ୍ଟାର ଚିରଞ୍ଜୀବୀ ଗୋଟିଏ ଫିଲ୍ମ ପାଇଁ ୨୫ରୁ ୩୦ କୋଟି ଟଙ୍କା ପାଉଣା ନିଅନ୍ତି।

ରାମ ଚରଣ: ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଥିବା ରାମ ଚରଣ ଗୋଟିଏ ଫିଲ୍ମ ପାଇଁ ୨୫ରୁ ୩୦ କୋଟି ଟଙ୍କା ପାଉଣା ନିଅନ୍ତି।

ପବନ କଲ୍ୟାଣ: ୨୦-୩୦ କୋଟି ଟଙ୍କା ପାଉଣା ନିଅନ୍ତି ଏହି ଅଭିନେତା।

Share