କର୍ନଫ୍ଲେକ୍ସକୁ ଅଧିକାଂଶଙ୍କ ପାଇଁ ଏକ ଲୋକପ୍ରିୟ ଖାଦ୍ୟ। ଏହାକୁ ଖାଇଲେ ମେଦବହୁଳତାରୁ ମୁକ୍ତି ମିଳେ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ତେବେ ଟରୋଣ୍ଟୋ ବିଶ୍ୱବଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ନବ ଦମ୍ପତିଙ୍କୁ କର୍ନଫ୍ଲେକ୍ସ ଖାଇବାକୁ ମନା କରାଯାଇଛି। ପୁରୁଷ ଓ ମହିଳାଙ୍କ ମଧ୍ୟରେ ବଢୁଥିବା ସେକ୍ସଡ୍ରାଇଭକୁ ନିୟନ୍ତ୍ରଣ କରିବା ପାଇଁ କର୍ନଫ୍ଲେକ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ଖାଇବା ଦ୍ୱାରା ସେକ୍ସ ହରମୋନ୍ ଟେଷ୍ଟୋଷ୍ଟେରୋନ୍ କ୍ଷରଣ କମ୍ ହୋଇଥାଏ। କର୍ନଫ୍ଲେକ୍ସ ଖାଇବା ଦ୍ୱାରା ଯୌନକାମନା ପ୍ରବଳ ଥିବା ରୋଗୀଙ୍କ ସ୍ଥିତିରେ ସୁଧାର ଆସିଥାଏ। ମାତ୍ର ନବଦମ୍ପତି ଏହାକୁ ଖାଇଲେ ସେମାନଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ପ୍ରତି ଆଗ୍ରହ କମି ଯାଇଥାଏ। ଫଳରେ ଦାମ୍ପତ୍ୟ ଜୀବନରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି। ସେହିପରି କର୍ନଫ୍ଲେକ୍ସ ଖାଇଲେ ଡାଇବେଟିସ୍ ଆଶଙ୍କା ବଢ଼ିଥାଏ । ଏଥିରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ୍ ଥିବାରୁ ଶରୀରରେ ଶର୍କରାସ୍ତର ବଢିଯାଏ । ଏହା ହାର୍ଟ ଆଟାକ୍ ଆଶଙ୍କା ବଢ଼ାଏ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି