ରତ୍ନଭଣ୍ଡାର ଭିତରେ ଦେଖିବାକୁ ମିଳିଲା ଏସବୁ, ଟିମ୍‌ କହିଲା ସାପ ଭୟ ନାହିଁ, ହେଲେ…

ପୁରୀ,୧୪ା୭: ଦୀର୍ଘ ୪୬ ବର୍ଷ ପରେ ଆଜି ଖୋଲିଛି ରତ୍ନଭଣ୍ଡାର। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ରବିବାର ଅପରାହ୍ନ ୧ଟା ୨୮ରେ ଶୁଭମୁହୂର୍ତ୍ତରେ ରତ୍ନଭଣ୍ଡା ଖୋଲାଯାଇଛି। ପ୍ରଥମେ ବାହାର ଭଣ୍ଡାର ଦ୍ୱାର ଖୋଲାଯାଇଥିଲା। ଏହା ପରେ ଭିତର ରତ୍ନଭଣ୍ଡାର ଖୋଲାଯାଇଛି। ଏନେଇ ପାଳିଆ ସେବାୟତ ନରେଶ କର ସୂଚନା ଦେଇଛନ୍ତି।

ତାଲା ଭଙ୍ଗା ଯାଇ ଭିତରକୁ ଟିମ୍‌ ଯାଇଥିଲେ। ଏହି ଟିମ୍‌ ମଧ୍ୟରେ ସ୍ନେକ୍‌ ହେଲ୍ପଲାଇନର ଟିମ୍‌ ମଧ୍ୟ ଥିଲେ। ସେମାନେ ଭିତରୁ ଫେରିବା ପରେ କହିଛନ୍ତି, ସାପର କୌଣସି ଭୟ ନାହିଁ କିମ୍ବା ଅନ୍ୟ ଜୀବଜନ୍ତୁଙ୍କ ଭୟ ମଧ୍ୟ ନାହିଁ। ଭିତରେ ମୂଷାମାନେ ବଡ଼ ବଡ଼ ସୁଡ଼ଙ୍ଗ କରିଛନ୍ତି। ଶୁଭେନ୍ଦୁ ମଲ୍ଲିକଙ୍କ ସହ ତାଙ୍କ ଟିମ୍‌ ଫେରିବା ପରେ ଏହି ସୂଚନା ଦେଇଛନ୍ତି।

Share