ଅକ୍ଟୋବରରେ ଖୋଲିପାରେ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ

ଭୁବନେଶ୍ୱର,୨୭ା୯(ବ୍ୟୁରୋ): କୋଭିଡ୍‌ କଟକଣା ଭିତରେ ଅକ୍ଟୋବରରୁ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲାଯିବା ନେଇ ଯୋଜନା ଥିବା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଆଜି ମନ୍ତ୍ରୀ ମନ୍ତ୍ରୀ କହିଛନ୍ତି, କରୋନାରେ ପର୍ଯ୍ୟଟନ ବିଭାଗ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ତେଣୁ ଅକ୍ଟୋବରରୁ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା ରହିଛି। ତେବେ ମନ୍ଦିରଗୁଡ଼ିକ କେବେ ଖୋଲିବ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ଚଳିତବର୍ଷ ୫ଟି ସ୍ଥାନରେ ଇକୋ ରିଟ୍ରିଟ୍‌ କରାଯିବା ନେଇ ଯୋଜନା ରହିଥିବା ମନ୍ତ୍ରୀ କହିଛନ୍ତି।

Share