ଟିଟିପିଏସ୍‌ ସମସ୍ତ ୟୁନିଟ୍‌ ବନ୍ଦ

ତାଳଚେର,୨୪ା୩ (ନି.ପ୍ର.): ଏନ୍‌ଟିପିସି ପରିଚାଳନାଧୀନ ଅନୁଗୋଳ ଜିଲା ତାଳଚେର ଥର୍ମାଲ ପାୱାର ଷ୍ଟେଶନ (ଟିଟିପିଏସ୍‌)ର ସମସ୍ତ ୟୁନିଟ୍‌କୁ ସୋମବାର ରାତିରୁ ହଠାତ୍‌ ବନ୍ଦ ରଖାଯାଇଛି। ଫଳରେ ମଙ୍ଗଳବାର ପ୍ଲାଣ୍ଟରୁ ବିଦ୍ୟୁତ୍‌ ଉତ୍ପାଦନ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ସୋମବାର ଶ୍ରମିକମାନେ କାମକୁ ଆସି ନ ଥିବାରୁ ୟୁନିଟ୍‌ଗୁଡ଼ିକୁ ବନ୍ଦ ରଖାଯାଇଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଶ୍ରମିକ ଏକତା ମଞ୍ଚ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଦେଶ କାର୍ଯ୍ୟକାରୀ କରି ନ ଥିବା ଏନ୍‌ଟିପିସି କର୍ତ୍ତୃପକ୍ଷ ମାର୍ଚ୍ଚ ୩୧ ପରେ ଟିଟିପିଏସ୍‌ ବନ୍ଦ କରିବା ନେଇ ପୂର୍ବରୁ ଯେଉଁ ଆଶଙ୍କା କରାଯାଉଥିଲା, ସପ୍ତାହେ ପୂର୍ବରୁ ସେପରି କରାଯାଇଛି ବୋଲି ଶ୍ରମିକ ଏକତା ମଞ୍ଚ ପକ୍ଷରୁ କୁହାଯାଇଛି। ଯଦି ପ୍ଲାଣ୍ଟ ଚାଲୁ କରା ନ ଯାଏ ତା’ହେଲେ ଓଡ଼ିଶାକୁ ଦୈନିକ ୪୬୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ କ୍ଷତି ସହିବାକୁ ପଡ଼ିବ। ତେବେ ଏ ନେଇ ପ୍ରଶାସନ ନିକଟରେ କୌଣସି ସୂଚନା ନ ଥିବା ତାଳଚେରବାସୀଙ୍କୁ ଚକିତ କରିଛି।
ପ୍ରକାଶ ଯେ, ପ୍ରଦୂଷଣ ନିରାକରଣ ସମ୍ପର୍କିତ ଆଦେଶ କାର୍ଯ୍ୟକାରୀ କରି ନ ଥିବାରୁ ଓଡ଼ିଶାକୁ ୪୬୦ ମେଗାୱାଟ୍‌ ବିଦ୍ୟୁତ୍‌ ଯୋଗାଉଥିବା ଟିଟିପିଏସ୍‌ ୩୧ ଡିସେମ୍ବର ୨୦୨୦ ଠାରୁ ବିଦ୍ୟୁତ୍‌ ଉପତ୍ାଦନ କରିପାରିବ ନାହିଁ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପୂର୍ବରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। କିନ୍ତୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ପ୍ଲାଣ୍ଟ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଚାଲୁ ରହିବାକୁ ଅନୁମତି ଦେଇଥିବା କୁହାଯାଉଥିଲା। ଫଳରେ ଟିଟିପିଏସ୍‌ ଏପ୍ରିଲ ୧ ଠାରୁ ବନ୍ଦ ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। କିନ୍ତୁ ଗତ ସୋମବାର ଠାରୁ ପ୍ଲାଣ୍ଟର ୟୁନିଟ୍‌ଗୁଡିକ ପର୍ଯ୍ୟାୟକ୍ରମେ ବନ୍ଦ କରାଯାଇଛି। ୬ଗୋଟି ୟୁନିଟ୍‌ରୁ ୬ ନମ୍ବର ୟୁନିଟ୍‌ ପୂର୍ବରୁ ବନ୍ଦ ରହିଥିବା ବେଳେ ୧ ନମ୍ବର ୟୁନିଟ୍‌ ସୋମବାର ଅପରାହ୍ନ ୧ଟା ୧୩, ୨ୟ ୟୁନିଟ୍‌ ରାତି ୧୨ଟା ୩୯, ୩ୟ ୟୁନିଟ୍‌ ୧୨ଟା ୧୪, ୪ର୍ଥ ୟୁନିଟ୍‌ ୧୨ଟା ୩୦ ଏବଂ ୫ମ ୟୁନିଟ୍‌ ଭୋର୍‌ ୫ଟା ୦୫ରେ ବନ୍ଦ ହୋଇଛି। ଫଳରେ ମଙ୍ଗଳବାର ପ୍ଲାଣ୍ଟରୁ ଆଦୌ ବିଦ୍ୟୁତ୍‌ ଉପତ୍ାଦନ ହୋଇନାହିଁ। ଶ୍ରମିକମାନଙ୍କ କହିବା ଅନୁଯାୟୀ, ପ୍ଲାଣ୍ଟ ବନ୍ଦ କରିବାକୁ ଯୋଜନା ହୋଇଥିବାରୁ ଗତ ୧ ମାସ ହେଲା ଟ୍ରେନ୍‌ ଯୋଗେ କୋଇଲା ଆସୁ ନ ଥିଲା। କନଭେୟର ବେଲ୍ଟରେ ଅଳ୍ପ କିଛି ଆସୁଥିବାରୁ ଷ୍ଟକ ଖାଲି ହୋଇଯାଇଥିଲା। ଚଳିତ ମାସର ବିଦ୍ୟୁତ୍‌ ଉତ୍ପାଦନ ଲକ୍ଷ୍ୟ ପୂରଣ ହୋଇଯାଇଥିବାରୁ କର୍ତ୍ତୃପକ୍ଷ ପ୍ଲାଣ୍ଟ ବନ୍ଦ କରି ଦେଇଛନ୍ତି। କୋଇଲା ଯୋଗାଣ ନେଇ ଏବେ ସମସ୍ୟା ନ ଥିବାବେଳେ କିଭଳି ପ୍ଲାଣ୍ଟ ବନ୍ଦ କରାଗଲା ବୋଲି ଶ୍ରମିକ ଏକତା ମଞ୍ଚ ପକ୍ଷରୁ ପ୍ରଶ୍ନ କରାଯାଇଛି। ପ୍ଲାଣ୍ଟ ବନ୍ଦ ସମ୍ପର୍କରେ ଜଣାପଡ଼ିବା ପରେ ଶ୍ରମିକମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଟିଟିପିଏସ୍‌ ମୁଖ୍ୟ ଫାଟକ ସମ୍ମୁଖରେ ପୋଲିସ ଓ ସିଆଇଏସ୍‌ଏଫ୍‌ ମୁତୟନ କରାଯାଇଛି। ଏ ସମ୍ପର୍କରେ ଗ୍ରୁପ୍‌ ଜେନେରାଲ ମ୍ୟାନେଜର ଡି .ଏନ. ତିୱାରୀ କହିଛନ୍ତି, ସୋମବାର ଶ୍ରମିକମାନେ କାମ ନ କରିବାରୁ କୋଇଲା ଫିଡିଙ୍ଗ ହୋଇପାରି ନ ଥିଲା ଓ ବଙ୍କର ଖାଲି ହୋଇଯାଇଥିଲା। ଫଳରେ ୟୁନିଟ୍‌ଗୁଡିକ ବନ୍ଦ ରହିଛି। ମଙ୍ଗଳବାର ସକାଳେ ଶ୍ରମିକମାନଙ୍କ ସହ ଆଲୋଚନା କରାଯାଇଛି। ସେମାନେ କାମକୁ ଆସିଲେ ୟୁନିଟ୍‌ ପୁଣି ଚାଲିବ। ତାଳଚେର ଉପଜିଲାପାଳ ରଜନୀକାନ୍ତ ସ୍ବାଇଁ କହିଛନ୍ତି, ମାର୍ଚ୍ଚ ୩୧ ପରେ ପ୍ଲାଣ୍ଟ ବନ୍ଦ ହେବ ବୋଲି ଶୁଣାଯାଉଥିଲା। କିନ୍ତୁ ମଙ୍ଗଳବାରଠାରୁ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ରଖାଯାଇଥିବା ସମ୍ପର୍କରେ ଟିଟିପିଏସ୍‌ ପକ୍ଷରୁ ପ୍ରଶାସନକୁ କୌଣସି ସୂଚନା ଦିଆଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ...

୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି)...

ମୋ ସ୍କୁଟି ଋଣରେ ଲାଞ୍ଚ, ଡିଆର୍‌ସିଏସ୍‌ଙ୍କୁ ତଦନ୍ତ ନିର୍ଦ୍ଦେଶ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବିଞ୍ଝାରପୁର ବ୍ରାଞ୍ଚରେ ସ୍କୁଟି ଋଣରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଚାଲିଥିବା ଅଭିଯୋଗ ସଂକ୍ରାନ୍ତରେ ରାଜ୍ୟ...

ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ସମ୍ପର୍କରେ ସମୀକ୍ଷା ନାହିଁ

କେନ୍ଦ୍ରାପଡ଼ା,୨୧ା୯ (ଜଗନ୍ନାଥ ଧଳ): ପ୍ରକୃତିର ବିସ୍ମୟ ଭିତରକନିକା। ଏହାର ଜୈବ ବିବିଧତା, ସାମୁଦ୍ରିକ ଓ ବନ୍ୟ ସମ୍ପଦ, ଦେଶୀ ବିଦେଶୀ ପକ୍ଷୀ ସମ୍ପର୍କରେ ଦେଶ ବିଦେଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri