Categories: ଜାତୀୟ

ନଭେମ୍ବର ୭ରୁ ୩୦ ମଧ୍ୟରେ ରାଜଧାନୀରେ ଫୁଟିବନି କୌଣସି ପ୍ରକାର ବାଣ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬ ।୧୧: ଗୋଟିଏ ପଟେ କରୋନା ମହାମାରୀ ଅନ୍ୟପଟେ ବାୟୁ ପ୍ରଦୂଷଣ ଦିଲ୍ଲୀବାସୀଙ୍କୁ ଅସ୍ତବ୍ୟସ୍ତ କରି ସାରିଲାଣି । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦୀପାବଳିରେ ବାଣ ନ ଫୁଟାଇବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅନୁରୋଧ କରିଥିବା ବେଳେ ଏବେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ନଭେମ୍ବର ୭ରୁ ୩୦ ମଧ୍ୟରେ ଦିଲ୍ଲୀରେ କୌଣସି ପ୍ରକାର ବାଣ ଫୁଟାଯାଇ ପାରିବ ନାହିଁ । ବାୟୁ ପ୍ରଦୂଷଣ ଯୋଗୁ ଏଭଳି ପଦକ୍ଷେପ ନିଆଯାଇଥିବା ସେ ପ୍ରକାଶ କରିଛନ୍ତି । କାରଣ ବାୟୁ ପ୍ରଦୂଷଣ ବୃଦ୍ଧି ହେଲେ କରୋନା ସଂକ୍ରମଣ ମଧ୍ୟ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ପୂର୍ବରୁ ଦେଶବାସୀ ଏଭଳି ମହାମାରୀ ଦେଖି ନ ଥିବା ବେଳେ ଏବେ ଏଥିପ୍ରତି ଆମେ ଅଧିକ ସଚେତନ ରହିବା ଜରୁରୀ ବୋଲି ସେ କହିଛନ୍ତି । ଦୀପାବଳିରେ ଲୋକେ ଘରେ ପୂଜା କରି ଏହା ପାଳନ କରନ୍ତୁ ବୋଳି ସେ କହିଛନ୍ତି ।

Share