ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଲାଗିବ WiFi

ଭୁବନେଶ୍ୱର,୧।୧୧: ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ରୂପାନ୍ତରୀକରଣ ଆଣିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟର ବିଭିନ୍ନ ସ୍କୁଲ୍ ରୂପାନ୍ତରୀକରଣ ପରେ ଏବେ ସମସ୍ତ କଲେଜକୁ ନୂଆରୂପ ଦିଆଯାଉଛି। ଏହାରି ମଧ୍ୟରେ ଓଡ଼ିଶାରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ WiFi ଲଗାଇବାକୁ ସମସ୍ତ କୁଳସଚିବଙ୍କୁ ଚିଠି ଲେଖି ଜଣାଇଛି ଉଚ୍ଚ ଶିକ୍ଷା ବିଭାଗ।

ଶୈଖିକ ପରିବେଶ ମଧ୍ୟରେ ଛାତ୍ରୀଛାତ୍ରଙ୍କୁ ଅଧ୍ୟୟନ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମାଗଣା WiFi ଦିଆଯିବ। ବର୍ତ୍ତମାନ ସମୟରେ ଅଧିକାଂଶ ପାଠ୍ୟକ୍ରମ ଅନ୍‌ଲାଇନ୍‌ରେ ଥିବାରୁ ମାଗଣା WiFi ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ଯୋଜନା ହାତକୁ ନେବା ପରେ ଖର୍ଚ୍ଚ ଏଷ୍ଟିମେଶନ୍ ଦେବାକୁ କୁଳସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

Share