ସମସ୍ତ ଭିଜିଲାନ୍ସ କର୍ମଚାରୀଙ୍କ ହେବ ସ୍ବାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର, ୧୭।୨(ବ୍ୟୁରୋ): ସମସ୍ତ ଭିଜିଲାନ୍ସ କର୍ମଚାରୀ ଓ ସେମାନଙ୍କ ସହିତ ରହୁଥିବା ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବ। ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ଅନୁରୋଧକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏ ନେଇ ବିଭାଗୀୟ ଶାସନ ସଚିବ ଶାଳିନୀ ପଣ୍ଡିତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ଆର୍‌ଜିଏଚ୍‌ ନିର୍ଦ୍ଦେଶକ, ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ, ପବ୍ଲିକ ହେଲ୍‌ଥ ଅଫିସର ତଥା ଜିଲା ମିଶନ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜଣାଇଛନ୍ତି। ସେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସମସ୍ତ ଭିଜିଲାନ୍ସ କର୍ମଚାରୀ ଏବଂ ସେମାନଙ୍କ ସହିତ ରହୁଥିବା ୩୫ବର୍ଷରୁ ଅଧିକ ବୟସ୍କ ସଦସ୍ୟଙ୍କ ଅତ୍ୟାବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ରକ୍ତ, ପରିସ୍ରା, କର୍କଟ ପରୀକ୍ଷା, ଇସିଜି ଆଦି ପରୀକ୍ଷା ହେବ। ଯେଉଁ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏ ସମସ୍ତ ସୁବିଧା ଉପଲବ୍ଧ ଥିବ ସେଠାରେ କରିବା ପାଇଁ କୁହାଯାଇଛି। ଆସନ୍ତା ମାର୍ଚ୍ଚ ୧୫ ସୁଦ୍ଧା ଏହି ସ୍ବାସ୍ଥ୍ୟ ପରୀକ୍ଷା ଅଭିଯାନ ଶେଷ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୋହନ ସରକାର, ଅବସର ପରେ ମିଳିବ…

ଭୁବନେଶ୍ୱର,୨୨।୧୧: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୋହନ ସରକାର। ଏଣିକି ସରକାରୀ କର୍ମଚାରୀଙ୍କୁ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ ସୁନିଶ୍ଚିତ ହେବ। ଏନେଇ...

ହାଡ଼ଭଙ୍ଗା ଶୀତରେ ଥରୁଛି କଳାହାଣ୍ଡିର କଶ୍ମୀର

ଥୁଆମୂଳ ରାମପୁର, ୨୨।୧୧ (ଦୁର୍ଗା କୀର୍ତ୍ତି) : – କଳାହାଣ୍ଡି ଜିଲାର କାଶ୍ମୀର କୁହାଯାଉଥିବା ଥୁଆମୂଳ ରାମପୁର ବ୍ଲକ ଏବେ ଶୀତରେ ଥରୁଛି। ଚଳିତ ବର୍ଷ...

ଦିଲ୍ଲୀ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଲେ ମୁଖ୍ୟମନ୍ତ୍ରୀ

ଦାରିଙ୍ଗବାଡି, ୨୨।୧୧ (ଅରୁଣ ସାହୁ )-ଦିଲ୍ଲୀ ପ୍ରଗତି ମଇଦାନରେ ଚାଲିଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।...

ସକ୍ରିୟ ହେଲା ଘୂର୍ଣ୍ଣିବଳୟ: ୨୩ରେ ଉତ୍ତର-ଉତ୍ତରପଶ୍ଚିମ ମୁହାଁ ହୋଇ…

ଭୁବନେଶ୍ୱର,୨୨।୧୧: ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏ ନେଇ ସୂଚନା ଦେଇଛନ୍ତି। ୨୩ ତାରିଖ...

ରାସ୍ତା ମଝିରେ କାର୍‌ ଛାଡ଼ି ଡ୍ରାଇଭର ଫେରାର: ବଢୁଛି ସନ୍ଦେହ

ଭୁବନେଶ୍ୱର,୨୨।୧୧: ଭୁବନେଶ୍ୱର ବରମୁଣ୍ଡା ଓଭରବ୍ରିଜ ଉପରେ ଶୁକ୍ରବାର କେହି ଜଣେ କାର୍‌ ଥୋଇ ପଳାଇଛନ୍ତି। ଫଳରେ ରାସ୍ତା ଉପରେ ଅଜଣା କାର୍‌କୁ ନେଇ ସନ୍ଦେହ ଘନିଭୂତ...

ଘନ କୁହୁଡି ନେଇ ୩ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୨୨।୧୧: ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ ବୃଦ୍ଧି ପାଉଛି। କେବଳ ଏତିକି ନୁହେଁ, ଅନେକ ସ୍ଥାନରେ ସକାଳୁ ସକାଳୁ କୁହୁଡ଼ି ମଧ୍ୟ ପଡୁଛି। ତେବେ...

ଏକତରଫା ପ୍ରେମରୁ ତୁମୁଳକାଣ୍ଡ: ବିଚ୍‌ ରାସ୍ତାରେ ଯୁବକଙ୍କ ଗାଲକୁ ଶକ୍ତ ଚାପୁଡା ମାରିଲେ ଯୁବତୀ

ଭୁବନେଶ୍ବର,୨୨।୧୧: ମଞ୍ଚେଶ୍ବର ଥାନା ଅଧୀନ ଏକ ଘରୋଇ ହସ୍ପିଟାଲ ସମ୍ମୁଖରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। ରାସ୍ତା ମଝିରେ ଜଣେ ଯୁବତୀ ବାଇକ୍‌ରେ ବସିଥିବା ଜଣେ...

ବବି ଦାସ ଭାଇଙ୍କ ନାଁରେ ଏତଲା, ବ୍ୟବସାୟୀଙ୍କୁ ଧମକ ଦେଇ…

ଯାଜପୁର,୨୨ା୧୧: ବିଜେଡି ନେତା ତଥା ପୂର୍ବତନ ବିଧାୟକ ବବି ଦାସଙ୍କ ଭାଇ ଭବ ପ୍ରକାଶ ଦାସଙ୍କ ନାଁରେ ଏତଲା ଦିଆଯାଇଛି। ହାଟର ଜଣେ ବ୍ୟବସାୟୀଙ୍କୁ ଧମକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri