ନିୟମିତ ହେବ ସମସ୍ତ ମିନି ଅଙ୍ଗନଓ୍ବାଡି

ଭୁବନେଶ୍ୱର,୧୬ା୧୦(ଅନିଲ ଦାସ)-ରାଜ୍ୟରେ ଥିବା ସମସ୍ତ ୭୫୭୯ ମିନି ଅଙ୍ଗନଓ୍ବାଡି କେନ୍ଦ୍ରକୁ ନିୟମିତ ଅଙ୍ଗନଓ୍ବାଡି କେନ୍ଦ୍ର ଭାବେ ପରିଣତ କରାଯିବ। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହାଦ୍ବାରା ରାଜ୍ୟରେ ଶିଶୁ ଯତ୍ନ କାର୍ଯ୍ୟକ୍ରମ ଆହୁରି ବ୍ୟାପକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକ ରାଜ୍ୟରେ କୋମଳମତି ଶିଶୁ ମାନଙ୍କର ଯତ୍ନ ଓ ପ୍ରାରମ୍ଭିକ ଶିକ୍ଷା ଲାଭ ନିମନ୍ତେ କାର୍ଯ୍ୟ କରୁଛି । ରାଜ୍ୟର ଏହି ୭୫୭୯ ମିନି ଅଙ୍ଗନଓ୍ବାଡି କେନ୍ଦ୍ରର ଉନ୍ନୀତକରଣ ପାଇଁ ମୋଟ ୫୫ କୋଟି ୨୧ ଲକ୍ଷ ୩୦ ହଜାର ୧୫୦ ଟଙ୍କା ଖର୍ଚ୍ଚ ହେବ । ଏଥିରୁ ରାଜ୍ୟ ସରକାର ୩୬ କୋଟି ୪୦ ଲକ୍ଷ ୯୫ ହଜାର ୧୬୦ ଟଙ୍କା ବହନ କରୁଥିବା ବେଳେ କେନ୍ଦ୍ର ସରକାର ୧୮ କୋଟି ୮୦ ଲକ୍ଷ ୩୪ ହଜାର ୯୯୦ ଟଙ୍କା ବହନ କରୁଛନ୍ତି । ଅନୁଦାନ ଅର୍ଥରେ ମେଡିସିନ୍‌ କିଟ୍‌, ଆସବାବପତ୍ର ଓ ଅନ୍ୟାନ୍ୟ ଉପକରଣ ତଥା ପ୍ରଶାସନିକ ଖର୍ଚ୍ଚ ମଧ୍ୟ ଅନ୍ତର୍ଭୁକ୍ତ ବୋଲି ସୂଚିତ କରାଯାଇଛି ।

Share