Posted inଜାତୀୟ

୧୨୩ଏକର ଜାଗାରେ ବ୍ୟାପିଛି ‘ଭାରତ ମଣ୍ଡପମ’, ସିଡନୀର ଅପେରା ହାଉସ ଠାରୁ ବଡ…

ନୂଆଦିଲ୍ଲୀ,୯।୯: ଦେଶର ରାଜଧାନୀ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଆୟୋଜିତ ହେଉଛି। ବୈଠକର ପ୍ରଥମ ଅଧିବେଶନ ଶନିବାର ଶେଷ ହୋଇଛି। ଏହି ବୈଠକରେ ଯୋଗଦେବା ପାଇଁ ସଦସ୍ୟ ଦେଶ ସମେତ ୨୯ଟି ଦେଶର ମୁଖ୍ୟ ଭାରତରେ ପହଞ୍ଚିଛନ୍ତି। ପ୍ରଗତି ମଇଦାନରେ ଅବସ୍ଥିତ ଭାରତ ମଣ୍ଡପମଠାରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଭାରତ ମଣ୍ଡପମ ୧୨୩ଏକରରେ ବ୍ୟାପିଛି। ଏହା ଅଷ୍ଟ୍ରେଲିଆର ସିଡନୀ ଅପେରା ହାଉସ ଠାରୁ ମଧ୍ୟ ବଡ ଅଟେ। ଆସନ୍ତୁ ଜାଣିବା ଭାରତ ମଣ୍ଡପମ ବିଷୟରେ।

ଭାରତ ମଣ୍ଡପମର ଡିଜାଇନିଂ କରିଛନ୍ତି ସଞ୍ଜୟ ସିଂ। ସିଙ୍ଗାପୁରର ଏଡାସ ସହଯୋଗରେ ଆରକୋପ ଆସୋସିଏଟ୍ସ କମ୍ପାନୀ ଦ୍ୱାରା ଏହି ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି। ଭାରତ ମଣ୍ଡପମକୁ ସଜାଇବାରେ ପ୍ରତ୍ୟେକ ରାଜ୍ୟର ଚିତ୍ରକଳା ବ୍ୟବହାର କରାଯାଇଛି। ସମ୍ମିଟ ହଲରେ ସ୍ଥାପିତ ଝୁମରକୁ ଚେକ ରିପବ୍ଲିକରୁ ଅଣାଯାଇଛି। ଭାରତ ମଣ୍ଡପମ ୪୦ଲକ୍ଷ ବର୍ଗଫୁଟରେ ନିର୍ମିତ। ଏହି ପ୍ରକଳ୍ପ ୨୦୧୬ ମସିହାରେ ଆରମ୍ଭ ହୋଇଥିଲା। ଜୁଲାଇ ୨୦୨୩ରେ ଏହାର ନିର୍ମାଣ କାମ ଶେଷ ହୋଇଛି। ଏହାକୁ ତିଆରି କରିବା ପାଇଁ ୨୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଭାରତ ମଣ୍ଡପମରେ ଥିବା ଫୁଡ ହଲ ଏବଂ ମିଟିଂ ରୁମ ୧୦ ଲକ୍ଷ ବର୍ଗଫୁଟ ଯାଏଁ ବ୍ୟାପିଛି। ଏହାର ପ୍ରଦର୍ଶନୀ କ୍ଷେତ୍ର ୧୬ ଲକ୍ଷ ବର୍ଗଫୁଟ ଯାଏଁ ବ୍ୟାପିଛି। ୧୩ହଜାର ଲୋକ ଭାରତ ମଣ୍ଡପମ କମ୍ପ୍ଲେକ୍ସରେ ବସିବାର କ୍ଷମତା ରହିଛି। ଏକାସାଙ୍ଗରେ ୫ହଜାର ଯାନବାହନ ପାର୍କିଂ କରିବାର ସୁବିଧା ରହିଛି।

ଭାରତ ମଣ୍ଡପମକୁ ନେଇ ସଞ୍ଜୟ ସିଂ କହିଛନ୍ତ, ୨୦୧୬ ଅକ୍ଟୋବରରେ ଏହି ପ୍ରକଳ୍ପକୁ ନିର୍ମାଣ କରିବାକୁ ଭାରତ ସରକାର ଆମକୁ କଣ୍ଟ୍ରାକ୍ଟ ଦେଇଥିଲେ। ଅନେକ ଡିଜାଇନ ପ୍ରସ୍ତୁତ କରାଯାଇଥିଲା। କୋଠାକୁ ଆଧୁନିକୀକରଣ କରିବା ପାଇଁ ଚେଷ୍ଟା କରାଯାଇଥିଲା। କେନ୍ଦ୍ର ସରକାର ଅନୁମୋଦନ କରିବା ପରେ ଏହା ଉପରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଉଭୟ କମ୍ପାନୀର ୨୦୦ଆର୍କିଟେକ୍‌, ପରାମର୍ଶଦାତା, ଇଞ୍ଜିନିୟର୍‌, ଟେକ୍ନିସିଆନ ଏବଂ ଡିଜାଇନର୍‌ ମିଳିତ ଭାବରେ କାର୍ଯ୍ୟ କରିଥିଲେ। ପ୍ରାୟ ୬ ହଜାର ଶ୍ରମିକ ଏହାକୁ ନିର୍ମାଣ କରିବାରେ ନିୟୋଜିତ ଥିଲେ। କୋଭିଡ ସମୟରେ ମଧ୍ୟ ଭାରତ ମଣ୍ଡପମଙ୍କ କାର୍ଯ୍ୟ ବନ୍ଦ ହୋଇ ନ ଥିଲା। ଆମେ ଅନଲାଇନରେ ମିଟିଂ କରୁଥିଲୁ।

ଭରତ ମଣ୍ଡପମ ହେଉଛି ୫ମହଲା ବିଶିଷ୍ଟ ଅଣ୍ଡାକାର(ଓଭାଲ) ଆକୃତିର କୋଠା। ଏହାର ପ୍ରଥମ ମହଲାରେ ପିଏମ ଲାଉଞ୍ଜ ଏବଂ ମିଟିଂ ରୁମ ନିର୍ମାଣ କରାଯାଇଛି। ଏହି ସଭା କକ୍ଷରେ ୬୦୦ଲୋକ ବସି ପାରିବେ। ଦ୍ୱିତୀୟ ମହଲା ଭିଭିଆଇପି ଲୋକଙ୍କ ସଭା କକ୍ଷ ନିର୍ମାଣ ହୋଇଛି। ଏହି ମହଲାରେ ଜି୨୦ର ମିଟିଂ ଆୟୋଜନ କରାଯାଉଛି।

ଭାରତ ମଣ୍ଡପମର ତୃତୀୟ ମହଲାରେ ବିଶ୍ୱର ସର୍ବବୃହତ ଇନଡୋର ହଲ ନିର୍ମାଣ କରାଯାଇଛି। ପ୍ରାୟ ୭୦୦୦ ଲୋକ ଅଡିଟୋରିୟମରେ ଏକାଠି ବସିପାରିବେ। ଏହି ଅଡିଟୋରିୟମରେ ୬ଟି ଏଲଇଡି ସ୍କ୍ରିନ ଲାଗିଛି। ଏହି ମହଲାରୁ ରାଷ୍ଟ୍ରପତି ଭବନ ଏବଂ ଇଣ୍ଡିଆ ଗେଟ୍‌ ଦୃଶ୍ୟମାନ ହେଉଛି। ଭାରତ ମଣ୍ଡପମର ବିଲଡିଂ ପଛରେ ରୋଷେଇ ଘର ନିର୍ମାଣ ହୋଇଛି। ଏଥିରେ ଏକ ସମୟରେ ୧୦ହଜାର ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ। ଭାରତ ମଣ୍ଡପମର ଭିତର ଭାଗରେ ପ୍ରତ୍ୟେକ ରାଜ୍ୟର ଚିତ୍ରକଳା ସ୍ଥାନ ପାଇଛି। ଭାରତ ମଣ୍ଡପମରେ କଶ୍ମୀର ଏବଂ ଭଦୋହି କାର୍ପେଟ ବିଛା ଯାଇଛି।

ଭାରତ ମଣ୍ଡପମରେ ସବୁ ରାଜ୍ୟର ସଂସ୍କୃତିର କଳା ନିଦର୍ଶନ ରଖିବା ପାଇଁ ୧୫କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ୨୦୧୮ରେ ଏହା ଆରମ୍ଭ ହୋଇଥିଲା ଯାହାକୁ ସମ୍ପୂର୍ଣ୍ଣ କରିବାକୁ ତିନି ବର୍ଷ ଲାଗିଗଲା। ଏଥିରେ ଭାରତର ସଂସ୍କୃତିକୁ ନିଖୁଣ ଭାବରେ ବର୍ଣ୍ଣନା କରାଯାଇଛି। ଭାରତ ମଣ୍ଡପମ ବାହାରେ ଥିବା ପାର୍କକୁ ଏକ ଶଙ୍ଖ ଆକୃତିରେ ତିଆରି କରାଯାଇଛି। ଭାରତୀୟ ପରମ୍ପରାରେ ବିଶ୍ୱାସ କରାଯାଏ ଯେ ଶଙ୍ଖ ପୃଥିବୀରେ ଜଳ ଏବଂ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତୀକ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦୋର-ରତଲାମ ଟ୍ରେନ୍‌ରେ ଲାଗିଲା ନିଆଁ

ଇନ୍ଦୋର,୨୭ା୧୦: ମଧ୍ୟପ୍ରଦେଶର ରତଲାମ ଜିଲାରେ ରବିବାର ସନ୍ଧ୍ୟାରେ ଏକ ଡିଜେଲ ଇଲେକ୍ଟ୍ରିକାଲ୍‌ ମଲ୍ଟିପ୍ଲ ୟୁନିଟ୍‌ (ଡେମୁ) ଟ୍ରେନ୍‌ର ଇଞ୍ଜିନ୍‌ରେ ନିଆଁ ଲାଗିଯାଇଛି। ନିଆଁକୁ ତୁରନ୍ତ ଆୟତ୍ତ...

ପ୍ରଥମ ରାଲିରେ ଦମ୍ଭୋକ୍ତି ଦେଖାଇଲେ ବିଜୟ; ଜାଣନ୍ତୁ କାହାକୁ କରିବେ ସମର୍ଥନ

ଚେନ୍ନାଇ,୨୭।୧୦: ଅଭିନୟରୁ ରାଜନୀତିରେ ପ୍ରବେଶ କରିଥିବା ତାମିଲନାଡୁର ଚର୍ଚ୍ଚିତ ଅଭିନେତା ଥାଲପଥି ବିଜୟ ରବିବାର ପ୍ରଥମ ରାଜନୈତିକ ରାଲିକୁ ସମ୍ବୋଧନ କରିଛନ୍ତି। ଏଠାରେ ସେ ନିଜ...

ପଶ୍ଚିମବଙ୍ଗ ପାଇଁ ମମତା ବାନାର୍ଜୀ କରିଛନ୍ତି କ’ଣ? ଅମିତ ଶାହାଙ୍କ ଏପରି ପ୍ରଶ୍ନରେ…

ନୂଆଦିଲ୍ଲୀ/କୋଲକାତା,୨୭ା୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ବାଂଲାଦେଶରୁ ବେଆଇନ ଅନୁପ୍ରବେଶ ସମ୍ପର୍କରେ କହିଛନ୍ତି ଯେ, ଏଠାରେ ଅନୁପ୍ରବେଶ ବନ୍ଦ ହେଲେ ପଶ୍ଚିମବଙ୍ଗରେ ଶାନ୍ତି...

ବିମାନ ପରେ ଏବେ ନାମୀଦାମୀ ହୋଟେଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ, ତାଲିକାରେ ରହିଛି ଏସବୁ…

ନୂଆଦିଲ୍ଲୀ/କୋଲକାତା,୨୭ା୧୦: ବିମାନ ପରେ ଏବେ ବିଭିନ୍ନ ନାମୀଦାମୀ ହୋଟେଲକୁ ମିଳିଛି ବୋମା ଧମକ। ୪ ରାଜ୍ୟର ୨୫ରୁ ଅଧିକ ହୋଟେଲକୁ ଏହି ଧମକ ମିଳିଛି। ଗୁଜରାଟ,...

ବିହାରରେ ବଢ଼ିଲା ରାଜନୈତିକ ହଲଚଲ: ଶାହାବୁଦ୍ଦିନଙ୍କ ପୁଅ ଓସାମା RJDରେ ସାମିଲ, କ୍ରିକେଟର ଈଶାନଙ୍କ ବାପା ଧରିଲେ ‘ନୀତୀଶ’ଙ୍କ ହାତ

ପାଟନା,୨୭।୧୦: ରାଜନୀତିର ପାଠଶାଳା କୁହାଯାଉଥିବା ବିହାରରେ ୨ ବଡ଼ ଘଟଣା ସାମ୍ନାକୁ ଆସିଛି। ସ୍ବର୍ଗତ ଏମ୍‌ପି ତଥା ଆର୍‌ଜେଡିର ବରିଷ୍ଠ ନେତା ଥିବା ମହମ୍ମଦ ଶାହାବୁଦ୍ଦିନଙ୍କ...

‘ମନ୍‌ କି ବାତ୍‌’ରେ ମୋଟୁ-ପତ୍‌ଲୁ, ଛୋଟା ଭୀମ୍‌ କଥା କହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୭ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମର ୧୧୫ତମ ପର୍ଯ୍ୟାୟରେ ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଛନ୍ତି। ମୋଦି କହିଛନ୍ତି, ସେ...

ଷ୍ଟେଶନରେ ଦଳାଚକଟା, ୯ ଆହତ

ମୁମ୍ବାଇ,୨୭ା୧୦: ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଦୀପାବଳି ଏବଂ ଛଟ୍‌ପୂଜା ପାଇଁ ନିଜ ଘରକୁ ଯାଉଛନ୍ତି।  କିଛି ଲୋକ ମାସେ ପୂର୍ବରୁ ଟିକେଟ୍‌ ବୁକିଂ କରିଥିଲେ,...

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri