Categories: ଜାତୀୟ

ନିଠାରି ମାମଲା: ନିଠାରି ମାମଲାର ଅଭିଯୁକ୍ତ ସୁରେନ୍ଦ୍ର କୋଲି, ପନ୍ଦେରଙ୍କୁ ଦୋଷମୁକ୍ତ କଲେ ହାଇକୋର୍ଟ

ପ୍ରୟାଗରାଜ,୧୬।୧୦: ନୋଏଡାର ବହୁ ଚର୍ଚ୍ଚିତ ନିଠାରୀ ମାମଲାରେ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କୁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅନେକ ଦିନର ବିତର୍କ ପରେ କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ସୋମବାର ହାଇକୋର୍ଟ ଏହାର ନିଷ୍ପତ୍ତି ଘୋଷଣା କରିଛନ୍ତି। କୋର୍ଟ ସୁରେନ୍ଦ୍ର କୋଲିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ତଳ କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ। ସେ ଏହା ବିରୋଧରେ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିଥିଲେ। କୋଠି ଡି ୫ର ମାଲିକ ମୋନିନ୍ଦର ସିଂ ପାନ୍ଦେର ମଧ୍ୟ କୋର୍ଟଙ୍କ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଜଷ୍ଟିସ ଅଶ୍ୱିନୀ କୁମାର ମିଶ୍ର ଏବଂ ଜଷ୍ଟିସ ଏସଏଏଚ ରିଜଭିଙ୍କ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି।

ନିଠାରୀ ମାମଲାର ଅଭିଯୁକ୍ତ ମନିନ୍ଦର ସିଂ ପାନ୍ଦେର୍‌ ଏବଂ ସୁରିନ୍ଦର କୋଲିଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡ ବିରୋଧରେ ଆବେଦନ ଉପରେ ଉଭୟ ପକ୍ଷର ଯୁକ୍ତି ଶେଷ ହେବା ପରେ ଆହ୍ଲାବାଦ ହାଇକୋର୍ଟ ଏହାର ରାୟ ସଂରକ୍ଷିତ ରଖିଥିଲେ। ମୃତ୍ୟୁଦଣ୍ଡ ବିରୋଧରେ ଉଭୟ ହାଇକୋର୍ଟରେ ଆବେଦନ କରିଥିଲେ। ବିଭିନ୍ନ ଖଣ୍ଡପୀଠ ୧୩୪ ଦିନର ଦୀର୍ଘ ଶୁଣାଣି କରିଥିଲେ। କୋଲିଙ୍କ ଉପରେ ଅଭିଯୋଗ ରହିଛି ଯେ ସେ ପାନ୍ଦେର କୋଠିର କେୟାର ଟେକର ଥିଲେ ଏବଂ ଝିଇମାନଙ୍କୁ ଲାଳସା ଦେଖାଇ କୋଠିକୁ ଆଣୁଥିଲେ। ଏହାରି ଭିତରେ ନିଠାରୀ ଗାଁର ଡଜନେ ଝିଅ ନିଖୋଜ ହୋଇଯାଇଥିଲେ। ସେ ସେମାନଙ୍କୁ ବଳାତ୍କାର ଓ ହତ୍ୟା କରୁଥିଲେ। ସେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ବାହାରେ ଫିଙ୍ଗି ଦେଉଥିଲେ।

Share