Categories: ଜାତୀୟ

ଜ୍ଞାନବାପି ମାମଲାରେ ବଡ଼ ନିଷ୍ପତ୍ତି, ଜାରି ରହିବ ଏଏସ୍‌ଆଇ ସର୍ଭେ

ଲକ୍ଷ୍ନୌ,୩।୮: ଜ୍ଞାନବାପି ମସଜିଦ ପରିସରର ଏଏସ୍‌ଆଇ ସର୍ଭେ ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟ ଗୁରୁବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଅଞ୍ଜୁମନ ଇନ୍ତଜାମିଆ ମସଜିଦ କମିଟିର ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ଏହା ସହିତ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଜ୍ଞାନବାପି ପରିସରର ସର୍ଭେକୁ ସବୁଜ ସଙ୍କେତ ଦେଇଛନ୍ତି।

ସୂଚନାଯୋଗ୍ୟ, ଜୁଲାଇ ୨୧ରେ ବାରାଣାସୀ ଜିଲା ଜଜ ଜ୍ଞାନବାପିର ଏଏସ୍‌ଆଇ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଉପରେ ମୁସଲିମ ପକ୍ଷ ପ୍ରଥମେ ସୁପ୍ରିମକୋର୍ଟରେ ଏବଂ ପରେ ହାଇକୋର୍ଟରେ ହୋଇଥିବା ସର୍ଭେ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ।

ବର୍ତ୍ତମାନ ମୁସଲିମ ପକ୍ଷର ଏହି ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଛନ୍ତି। ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ, ନ୍ୟାୟକୁ ଦୃଷ୍ଟିରେ ରଖି ଏଏସ୍‌ଆଇର ସର୍ଭେ ଆବଶ୍ୟକ। ଏହାକୁ କିଛି ସର୍ତ୍ତ ସହିତ କାର୍ଯ୍ୟକାରୀ କରିବା ଆବଶ୍ୟକ।

Share