Categories: ଜାତୀୟ

ଫିଲ୍ମ ‘ଆଦିପୁରୁଷ’ ବ୍ୟାନ୍‌କୁ ନେଇ ବର୍ଷିଲେ ଆହ୍ଲାବାଦ ହାଇକୋର୍ଟ, କୋରାନ ଉପରେ ଡକ୍ୟୁମେଣ୍ଟାରୀ କରନ୍ତୁ

ଲକ୍ଷ୍ନୌ,୨୯।୬:ରିଲିଜ ପରେ ମଧ୍ୟ ଫିଲ୍ମ ଆଦିପୁରୁଷ ବିବାଦ ଥମିବାର ନାଁ ନେଉନାହିଁ। ଓମ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆଦିପୁରୁଷ’ର ନିର୍ମାତାଙ୍କ ଉପରେ ହାଇକୋର୍ଟ ବର୍ଷିିଛନ୍ତି। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏହି ଫିଲ୍ମ ଉପରେ ନିଷେଧାଦେଶ ଦାବି କରିଥିବା ଆବେଦନ ଉପରେ ଶୁଣାଣି କରି କହିଛନ୍ତି ଯେ, ଆପଣମାନେ ଧାର୍ମିକ ଗ୍ରନ୍ଥଗୁଡିକୁ ରକ୍ଷା କରନ୍ତୁ। ଏଥିସହ କୋର୍ଟ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ତଥା କେନ୍ଦ୍ରୀୟ ଚଳଚ୍ଚିତ୍ର ସାର୍ଟିଫିକେଟ ବୋର୍ଡକୁ ଏହି ଆବେଦନର ଉତ୍ତରରେ ବ୍ୟକ୍ତିଗତ ଆଫିଡେଭିଟ ଦାଖଲ କରିବାକୁ କହିଛନ୍ତି।

ଜଷ୍ଟିସ ରାଜେଶ ସିଂ ଚୌହାନ ଏବଂ ଶ୍ରୀପ୍ରକାଶ ସିଂଙ୍କ ବେଞ୍ଚ କହିଛନ୍ତି ଯେ, ଆପଣମାନେ ବାଇବେଲ ଏବଂ କୋରାନକୁ ଛୁଇଁବା ଉଚିତ ନୁହେଁ। କୌଣସିି ଧର୍ମକୁ ଭୁଲ ଭାବରେ ଉପସ୍ଥାପନ କରନ୍ତୁ ନାହିଁ । କୋର୍ଟର କୌଣସି ଧର୍ମ ନାହିଁ। କୋର୍ଟ କେବଳ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିଥାଏ।

ଜଷ୍ଟିସ ଚୌହାନ କହିଛନ୍ତି ଯେ, ଚଳଚ୍ଚିତ୍ର ନିର୍ମାତାଙ୍କ କାମ କେବଳ ଟଙ୍କା ରୋଜଗାର କରିବା। ଏଥର କୋରାନ ବିଷୟରେ ଏକ ଛୋଟ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରନ୍ତୁ। ସେଥିରେ ଏପରି ଭୁଲ ସିନ୍‌ ଦେଖାନ୍ତୁ। ତା’ପରେ ଦେଖିବା କଣ ହେଉଛି।

ଆବେଦନକାରୀଙ୍କ ଉପରେ ବର୍ଷି କୋର୍ଟ ଆହୁରି କହିଛନ୍ତି ଯେ, ଆପଣ ନୂତନ ପିଢିକୁୁ କ’ଣ ଶିଖାଇବାକୁ ଚାହୁଁଛନ୍ତି? ରାମାୟଣର ଅନେକ ଚରିତ୍ରଙ୍କୁ ପୂଜା କରାଯାଏ ଏବଂ ଚଳଚ୍ଚିତ୍ରରେ ସେମାନଙ୍କୁ ସମ୍ମାନ ଦେଖାଯାଏ । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଜଣେ ଜଜ କହିଛନ୍ତି ଯେ ଅନେକ ଲୋକ ତାଙ୍କୁ କହିଥିଲେ ଯେ ଏହି ଫିଲ୍ମ ଦ୍ୱାରା ସେମାନଙ୍କ ଭାବନା ଆହତ ହୋଇଛି। କିଛି ଲୋକ ଫିଲ୍ମ ହଲ୍‌ରେ ପୁରା ଫିଲ୍ମ ଦେଖିପାରି ନ ଥିଲେ।

 

Share