Categories: ଜାତୀୟ

ଜ୍ଞାନବାପି ମାମଲା: ଅଣ-ହିନ୍ଦୁଙ୍କ ପ୍ରବେଶ ଉପରେ ରୋକ ଲଗାଇବା ଆବେଦନ ଖାରଜ

ଅହମ୍ମଦାବାଦ,୮।୮: ବାରାଣାସୀର ଜ୍ଞାନବାପି ପରିସରରେ ଅଣ-ହିନ୍ଦୁଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହି ଆବେଦନ ରାଖୀ ସିଂ ଏବଂ ଅନ୍ୟମାନଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ କରାଯାଇଥିଲା। ଏହା ଉପରେ ପ୍ରଧାନ ବିଚାରପତି ପ୍ରୀତିଙ୍କର ଦିବାକର ଏବଂ ଜଷ୍ଟିସ ଆଶୁତୋଷ ଶ୍ରୀବାସ୍ତବଙ୍କ ଏକ ଖଣ୍ଡପୀଠ ଶୁଣାଣି କରିଛନ୍ତି।

ଏହି ପିଟିଶନରେ ଦାବି କରାଯାଇଥିଲା ଯେ, ଶ୍ରୀଙ୍ଗାର ଗୌରୀ ମାମଲାରେ ଯେପର୍ଯ୍ୟନ୍ତ ବାରାଣାସୀ ଜିଲା କୋର୍ଟର ନିଷ୍ପତ୍ତି ଆସିନାହିଁ, ସେ ପର୍ଯ୍ୟନ୍ତ ପରିସରରେ ଅଣ-ହିନ୍ଦୁଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍‌ ଏବଂ ଜ୍ଞାନବାପି ପରିସରରେ ମିଳୁଥିବା ହିନ୍ଦୁ ପ୍ରତୀକଗୁଡ଼ିକୁ ସଂରକ୍ଷଣ କରିବାକୁ ଆଦେଶ ଦିଆଯାଉ।

Share