ଲକ୍ଷ୍ନୌ,୨୮ ।୩: ଆଲ୍ଲାହାବାଦ ହାଇ କୋର୍ଟ ଲଙ୍କା ପୋଲିସ ଷ୍ଟେଶନରେ ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁଯାୟୀ, ଅପରାଧିକ ମାମଲାରେ ବିଏସପି ଏମପି ଅତୁଲ ରାୟଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଅତୁଲ ରାୟ ଘୋସି ଲୋକ ସଭା ଆସନରୁ ଏମପି ଅଛନ୍ତି । କୋର୍ଟ ବିଏସପି ଏମପିଙ୍କ ଜାମିନ ଆବେଦନକୁ ଖାରଜ କରି କହିଛନ୍ତି କି, ତାଙ୍କୁ ଯେବେବି ଜାମିନ ମିଳିଛି, ସେ ଜେଲରୁ ବାହାରିବା ପରେ ଗୁରୁତର ଅପରାଧ କରିଥିବା ଦେଖାଯାଇଛି । ସେଥିପାଇଁ ତାଙ୍କୁ ଜାମିନ ପ୍ରଦାନ କରାଯାଇ ପାରିବ ନାହିଁ ।
ଅତୁଲ ରାୟଙ୍କ ଜାମିନ ଆବେଦନକୁ ଖାଶରଜ କରି ଜଷ୍ଟିଶ ଦିନେଶ କୁମାର ସିଂ କହିଛନ୍ତି, ମୁଁ ଦେଖିଛି ଯେବେବି ଅଭିଯୁକ୍ତ ଅତୁଲ ରାୟଙ୍କୁ ଜାମିନ ପ୍ରଦାନ କରାଯାଇଛି ପ୍ରତ୍ୟେକ ଥର ସେ ଗୋଟିଏ ପରେ ଗୋଟିଏ ଗୁରୁତର ଅପରାଧ କରିଛନ୍ତି । ସେଥିପାଇଁ ଅତୁଲ ରାୟଙ୍କୁ ଗ୍ୟାଙ୍ଗଷ୍ଟର ଆକ୍ଟ ଧାରା ୧୯(୪) ଅନୁଯାୟୀ, ଜାମିନ ପ୍ରଦାନ କରାଯାଇ ପାରିବ ନାହିଁ ।