ଚଟ୍ଟଗ୍ରାମ,୧୬।୧୨: ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଆଲାନ ଡୋନାଲ୍ଡ ତାଙ୍କ ଯୁଗର ଶ୍ରେଷ୍ଠ ବୋଲର ଥିଲେ। ଏବେ ସେ ବାଂଲାଦେଶ ଦଳର କୋଚ ଅଛନ୍ତି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ସମୟରେ ସେ ଭାରତୀୟ କୋଚ ରାହୁଲ ଦ୍ରାବିଡଙ୍କୁ ୨୫ ବର୍ଷ ତଳେ ପଡିଆରେ କରିଥିବା ଏକ ଭୁଲ୍ ପାଇଁ କ୍ଷମା ମାଗିଛନ୍ତି।
୧୯୯୭ରେ ଏକ ମ୍ୟାଚ ସମୟରେ ଆଲାନ ଡୋନାଲ୍ଡ ଦ୍ରାବିଡଙ୍କୁ ପଡ଼ିଆରେ ଦୁର୍ବ୍ୟବହାର କରିଥିଲେ। ସେହି ଘଟଣାର ପ୍ରାୟ ୨୫ ବର୍ଷ ପରେ ଆଲାନ ଡୋନାଲ୍ଡ ସର୍ବସାଧାରଣରେ ଦ୍ରାବିଡଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। କ୍ଷମା ମାଗିବା ସହ ଆଲାନ ଦ୍ରାବିଡଙ୍କୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ।
ଡୋନାଲ୍ଡ କହିଛନ୍ତି, ଡର୍ବାନରେ ଏକ ଠିକ୍ ଘଟଣା ଘଟି ନ ଥିଲା, କିନ୍ତୁ ମୁଁ ସେ ବିଷୟରେ କହିବାକୁ ଚାହେଁ ନାହିଁ। ସେହି ମ୍ୟାଚ ସମୟରେ ରାହୁଲ ଦ୍ରାବିଡ ଏବଂ ସଚିନ ତେନ୍ଦୁଲକର ଆମ ଦଳ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ରହିଥିଲେ, କିନ୍ତୁ ମୁଁ ଟିକେ ସୀମା ଅତିକ୍ରମ କରିଥିଲି। ତଥାପି, ମୋ ହୃଦୟରେ ରାହୁଲ ଦ୍ରାବିଡଙ୍କୁ ସମ୍ମାନ ଦେବା ଛଡା ଆଉ କିଛି ନାହିଁ। ସେଦିନ ଯାହା ଘଟିଥିଲା ସେଥିପାଇଁ ମୁଁ ଦୁଃଖିତ।