Categories: ରାଜ୍ୟ

ଉପମୁଖ୍ୟମନ୍ତ୍ରୀଙ୍କ ନାଁରେ ଆସିଲା ବଡ଼ ଅଭିଯୋଗ, ସତ୍ୟପାଠରେ…

ଭୁବନେଶ଼୍ବର, ୦୮।୦୮: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନାମରେ ଏକ ବଡ଼ ଅଭିଯୋଗ ଆସିଛି । ଚଳିତ ବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ସେ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଣିଛନ୍ତି ନିର୍ବାଚନରେ ପରାଜିତ ବିଜୁ ଜନତା ଦଳର ପ୍ରାର୍ଥୀ ସରୋଜ ମେହେର । ତାଙ୍କ ନାମରେ ସ୍ଥାବର, ଅସ୍ଥାବର ସମ୍ପତ୍ତି, ଅପରାଧିକ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଛି । ଅଗଷ୍ଟ ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି ।

Share