ବର୍ତ୍ତିଯିବାକୁ ଗହମ ଖୋଜା ଚାଲିଛି

ଯାଜପୁର,୧୪।୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ଆବାସ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସମେତ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ଅଭିଯୋଗ ହୋଇଆସୁଛି। ୧୪ ମାସ ତଳେ ଏହି ବ୍ଲକରେ ଗରିବ ହିତାଧିକାରୀଙ୍କ ପାଇଁ ଆସିଥିବା ୫୪୦ କୁଇଣ୍ଟାଲ ଗହମ ହଡ଼ପ ଅଭିଯୋଗ ହୋଇଥିଲା। ସ୍ଥାନୀୟ ହିତାଧିକାରୀମାନେ ଗହମ ହଡ଼ପ ହୋଇଥିବା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ମାମଲାଟି ନୂଆ ମୋଡ଼ ନେଇଛି। ଖୁବ୍‌ଶୀଘ୍ର ଏହି ଅଭିଯୋଗ ଉପରେ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ତଦନ୍ତ କରିବେ ବୋଲି ଜଣାପଡ଼ିଛି। ହେଲେ ତଦନ୍ତ ପୂର୍ବରୁ ଲୋକେ କିପରି ଗହମ ପାଇବେ ସେଥିନେଇ ଏବେ ଉକ୍ତ ବ୍ଲକର ଯୋଗାଣ ନିରୀକ୍ଷକଙ୍କ ନିଦ ହଜି ଯାଇଛି। ଏହାସହ ଉକ୍ତ ଗହମ ବାହାର ଜିଲାରୁ କେମିତି କିଣା ହୋଇ ଆସିବ ସେ ନେଇ ବିଭାଗୀୟ ତତ୍ପରତା ପ୍ରକାଶ ପାଇଥିବା ଜଣାପଡ଼ିଛି। ତେବେ ତୁରନ୍ତ ଏହା ସମ୍ଭବ ହେଉ ନ ଥିବାରୁ କଳେବଳେ କୌଶଳେ ଏହି ଘଟଣାକୁ ଚାପିଦେବା ପାଇଁ ଜଣେ ନେତାଙ୍କ ସହାୟତା ନିଆଯାଇଥିବା ଚର୍ଚ୍ଚା ହେଉଛି।
ଅଭିଯୋଗ ଅନୁସାରେ ,୨୦୨୨ ଜୁଲାଇ ଓ ଅଗଷ୍ଟରେ ବିଞ୍ଝାରପୁର ବ୍ଲକର କଣ୍ଟ୍ରୋଲ ସାମଗ୍ରୀ ପରିବହନ ଦାୟିତ୍ୱରେ ଥିବା ଠିକାଦାର ୧୭୫୬.୨୮ କୁଇଣ୍ଟାଲ ଗହମ ଉଠାଇଥିଲେ। ସେଥିରୁ ୧୨୧୬.୨୮ କୁଇଣ୍ଟାଲ ଗହମ ବିଭିନ୍ନ ଡିଲରଙ୍କୁ ଦିଆଯାଇଥିବାବେଳେ ଅବଶିଷ୍ଟ ୫୪୦ କୁଇଣ୍ଟାଲ ବାହାରେ ବିକ୍ରି କରାଯାଇଥିଲା। ଫଳରେ ଗହମ ପାଇ ନ ଥିବା ହିତାଧିକାରୀମାନେ ମାସ ମାସ ଧରି ଡିଲରଙ୍କ ଦ୍ୱାରସ୍ଥ ହୋଇ ନିରାଶ ହୋଇ ଫେରିଥିଲେ। ଏପରିକି ହିତାଧିକାରୀଙ୍କୁ ଗହମ ଦେଇପାରି ନଥିବା ଡିଲରମାନେ ଏନେଇ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କିନ୍ତୁ ଯୋଗାଣ ନିରୀକ୍ଷକଙ୍କ ଭୟରେ ସମ୍ପୃକ୍ତ ଡିଲରମାନେ ମୁହଁ ଖୋଲିବାକୁ ସାହସ କରୁ ନ ଥିଲେ। ଫଳରେ ଏହି ଘଟଣାକୁ ୧୪ ମାସ ଧରି ଚାପି ଦିଆଯାଇଥିଲା। ଏବେ ଏହି ଘଟଣା ଲୋକଲୋଚନକୁ ଆସିବା ପରେ ବିଞ୍ଝାରପୁର ବ୍ଲକ ଯୋଗାଣ ନିରୀକ୍ଷକଙ୍କ ଜଣେ ପାଖ ଲୋକ ଏବେ ଗହମ ଯୋଗାଡ଼ କରିବାରେ ଲାଗି ପଡ଼ିଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ହଡ଼ପ ହୋଇଥିବା ୫୪୦ କୁଇଣ୍ଟାଲ ଗହମର ମୂଲ୍ୟ ପ୍ରାୟ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହୋଇଥିବାରୁ ଏକାବେଳକେ ଏତେ ପରିମାଣର ଗହମ ଜିଲା ବାହାରୁ କିଣିବା ସମ୍ଭବ ହୋଇପାରୁ ନାହିଁ। ସରକାରୀ ନିୟମ ଅନୁଯାୟୀ ବିଭିନ୍ନ ପଞ୍ଚାୟତ ଦାୟିତ୍ୱରେ ଥିବା ଡିଲରମାନେ ନିଜର ଗହମ କିମ୍ବା ଚାଉଳ କୋଟା ପାଇବା ପରେ ହିତାଧିକାରୀଙ୍କୁ ଯୋଗାଇ ଦେଇଥାନ୍ତି। ଏହି କଣ୍ଟ୍ରୋଲ ସାମଗ୍ରୀ ଯୋଗାଇବା ପୂର୍ବରୁ ସମ୍ପୃକ୍ତ ଡିଲରମାନେ ହିତାଧିକାରୀଙ୍କ ଟିପ ଚିହ୍ନ କିମ୍ବା ଆଖି ସ୍କାନ କରିଥାନ୍ତି। ଫଳରେ କେଉଁ ଡିଲର କେତେ ପରିମାଣର କଣ୍ଟ୍ରୋଲ ସାମଗ୍ରୀ ହିତାଧିକାରୀଙ୍କୁ ଯୋଗାଇଦେଲେ ସେ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ପର୍ଯ୍ୟନ୍ତ ସମସ୍ତେ ଜାଣିପାରନ୍ତି। ଯୋଗାଣ କ୍ଷେତ୍ରରେ ସ୍ବଚ୍ଛତା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ବୈଷୟିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏସବୁ ସତ୍ତ୍ୱେ ବିଞ୍ଝାରପୁର ବ୍ଲକରେ ୫୪୦ କୁଇଣ୍ଟାଲ ଗହମ ହଡ଼ପ ଅଭିଯୋଗ ଉପରେ ଉଚ୍ଚ କର୍ତ୍ତୃପକ୍ଷ କିପରି ଜାଣିପାରିଲେ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ସଲ୍ଲାଉଦ୍ଦିନ ଖାଁଙ୍କୁ ପଚାରିବାରେ ସେ କହିଛନ୍ତି, ବିଞ୍ଝାରପୁର ବ୍ଲକରେ ୫୪୦ କୁଇଣ୍ଟାଲ ଗହମ ସମ୍ପର୍କରେ ସ୍ଥାନୀୟ ଲୋକ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଜଣେ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଦଳ ତଦନ୍ତ କରିବାକୁ ଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ସାଳନ୍ଦୀ-ନାଳିଆ ନଦୀରେ ବନ୍ୟା, ୬ ହଜାର ଲୋକ ପାଣିଘେରରେ

ତିହିଡ଼ି,୨୭ା୧୦(ସଞ୍ଜିତ ବଳ): ବାତ୍ୟା ଦାନା ପରେ ସାଳନ୍ଦୀ ଓ ନାଳିଆ ନଦୀରେ ବନ୍ୟା ଆସିଛି। ଯାହାଫଳରେ ଭଦ୍ରକ ଜିଲା ତିହଡ଼ି ବ୍ଲକ ଅଧୀନ ବିଲଣା ଓ...

ମଦ ପିଇବା ପାଇଁ ସ୍ତ୍ରୀଙ୍କୁ ଟଙ୍କା ମାଗିଲେ ସ୍ବାମୀ, ନ ଦେବାରୁ ନେଲେ ଏମିତି ପଦକ୍ଷେପ…

ତୁମୁଡ଼ିବନ୍ଧ,୨୭ା୧୦(ଦୀପକ କୁମାର ପରାସେଠ): ନୃଶଂସ ସ୍ବାମୀଙ୍କର ଅମାନୁଷିକ କାଣ୍ଡ। ମଦ୍ୟପାନ ପାଇଁ ସ୍ବାମୀ ଟଙ୍କା ମାଗିବା ପରେ ସ୍ତ୍ରୀ ଟଙ୍କା ନ ଦେବାରୁ ଛୁରିରେ ସ୍ତ୍ରୀଙ୍କ...

ବାତ୍ୟା ଆଶ୍ରୟସ୍ଥଳ ଛାତରୁ ଖସି ୫ ବର୍ଷୀୟା ଝିଅଙ୍କ ମୃତ୍ୟୁ ଅଭିଯୋଗ

ଝରିଗାଁ,୨୭।୧୦(କିଶୋର ଚନ୍ଦ୍ର ମଣ୍ତଳ)ନବରଙ୍ଗପୁରରୁ ଭୁବନେଶ୍ୱର ଯାଇ କାମ କରୁଥିବା ଏକ ଦମ୍ପତିଙ୍କ ୫ ବର୍ଷୀୟା ଝିଅ ଶୁକ୍ରବାର ଏକ ବାତ୍ୟା ଆଶ୍ରୟସ୍ଥଳ ଛାତରୁ ଖସି ପ୍ରାଣ...

ବିଜେଡି ବିଧାୟକଙ୍କୁ ଅଣଦେଖା: ଗଣେଶ୍ୱର

କେନ୍ଦ୍ରାପଡ଼ା,୨୭ା୧୦(ଜଗନ୍ନାଥ ଧଳ)ବାତ୍ୟା ‘ଦାନା’ ପ୍ରଭାବରେ କ୍ଷୟକ୍ଷତିର ଆକଳନ ଚାଲିଛି। ଏହି ସମୟରେ ଶାସକ ଓ ବିରୋଧୀ ଦଳର କଳି ଆରମ୍ଭ ହୋଇଛି। ବାତ୍ୟା ପରିଚାଳନାରେ ଶାସକ...

୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମାନବିକତା: ବାତ୍ୟାବେଳେ ଅସୁସ୍ଥ ମହିଳାଙ୍କୁ ବୋହି ଆମ୍ବୁଲାନ୍ସ ଯାଏ ଆଣିଲେ

ରାଜନଗର,୨୭ା୧୦(ଭାସ୍କର ରାଉତରାୟ): ବାତ୍ୟା ‘ଦାନା’ ତାଣ୍ଡବ ଆରମ୍ଭ ହେବା ପୂର୍ବରୁ ରାଜନଗରରେ ବର୍ଷା ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ରାଜନଗର ବ୍ଲକ ଡେରା ପଞ୍ଚାୟତ କାଠୁଆଗଣ୍ଡ...

ବନ୍ୟା ସ୍ଥିତି: ୧୦ ଗାଁ ବିଚ୍ଛିନ୍ନ

ବାଲେଶ୍ୱର(ବାଞ୍ଛାନିଧି ଦେ)/ ନୀଳଗିରି(ପ୍ରଶାନ୍ତ ବିଶ୍ୱାଳ), ୨୭।୧୦: ବାତ୍ୟା ‘ଦାନା’ ପ୍ରଭାବରେ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଉପରମୁଣ୍ଡରେ ହୋଇଥିବା...

ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ: ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ପୁରୀ ୨୬ା୧୦(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କ ପାଇଁ ପୁରୀରେ ହବିଷ୍ୟାଳି କେନ୍ଦ୍ର କରାଯାଇଛି। ୪ଟି କେନ୍ଦ୍ରରେ ହବିଷ୍ୟାଳିମାନଙ୍କ ରହିବା ନିମନ୍ତେ ପ୍ରଶାସନ...

ମଣ୍ଡି ବୁଲି ସ୍ଥିତି ଦେଖିଲେ ଜିଲାପାଳ

ଅତାବିରା,୨୬ା୧୦(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ଧାନ ଅମଳ ଆରମ୍ଭ ହୋଇଛି। ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ ବୈଠକ ପରେ ଜିଲାରେ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ କରାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri