ମହିଳାଙ୍କୁ ଆକ୍ରମଣ-ଅସଦାଚରଣ ଅଭିଯୋଗ: ଥାନାରେ ପହଞ୍ଚିଲା ମାମଲା

ଦିଗପହଣ୍ଡି,୨୪।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ଜଣେ ମହିଳାଙ୍କୁ ସେହି ଗ୍ରାମର ପିଙ୍କୁ ଓରଫ ଏସ.ବିଘ୍ନରାଜ ଦୋରା ଷ୍ଟିଲ ଛଡ଼ରେ ଆକ୍ରମଣ କରିବା ସହ ଗାଁ ରାସ୍ତାରେ ଅସଦାଚରଣ କରିଥିବା ଦିଗପହଣ୍ଡି ଥାନାରେ ଅଭିଯୋଗ ହୋଇଛି। ଗୁରୁବାର ମହିଳାଙ୍କ ଏତଲା କ୍ରମେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୪୧୫/୨୪ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି। ତଦନ୍ତକାରୀ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ରଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ମହିଳା ଜଣକ ତାଙ୍କ ଘର ସମ୍ମୁଖରେ ଠିଆ ହୋଇ ସ୍ବାମୀଙ୍କ ସହ କଥା ହେଉଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅଭିଯୁକ୍ତ ପିଙ୍କୁ ସେଠାରେ ପହଞ୍ଚି ତାଙ୍କ ସ୍ବାମୀଙ୍କୁ ଗାଳିଗୁଲଜ କରି ଟଣାଓଟରା କରିଥିଲେ। ସ୍ତ୍ରୀ ପ୍ରତିବାଦ କରିବାରୁ ପିଙ୍କୁ ହାତରେ ଧରିଥିବା ଷ୍ଟିଲ ଛଡ଼ରେ ମହିଳାଙ୍କ ଡାହାଣ ଗୋଡ଼କୁ ମାରିବା ସହ ଅସଦାଚରଣ କରିଥିଲେ। ଆଖପାଖରେ ଥିବା କିଛି ବ୍ୟକ୍ତି ଦୌଡ଼ି ଆସିବାରୁ ସେ ଜୀବନରେ ମାରିଦେବାକୁ ଧମକ ଦେଇ ପଳାଇଥିବା ଏତଲାରେ ଉଲ୍ଲେଖ ରହିଛି। ଗିରଫ ଭୟରେ ଅଭିଯୁକ୍ତ ଗାଁରୁ ଫେରାର ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡ଼.ନିବେଦିତା ନାଥଙ୍କୁ ଭାରପ୍ତାପ୍ତ କୁଳପତି ଦାୟିତ୍ୱ

ଭବାନୀପାଟଣା,୨୪।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷା ଡ଼. ନିବେଦିତା ନାଥଙ୍କୁ ବିଶ୍ୱ ବିଦ୍ୟାଳୟର ଭାରପ୍ରାପ୍ତ କୁଳପତି...

ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନ:ପୁଣି ଦବିଲା ଯୋଡ଼ା ଫ୍ଲାଏ ଓଭର

ଯୋଡ଼ା,୨୪ା୨୦(ମାନସ ମହାନ୍ତି): କେନ୍ଦୁଝର ଜିଲାର ସୁଦୀର୍ଘ ଫ୍ଲାଏ ଓଭର ନିର୍ମାଣର ବର୍ଷେ ନ ପୁରୁଣୁ ବାରମ୍ବାର ଦବୁଛି। ଏହାଦ୍ୱାରା ଯାତାୟାତରେ ବହୁ ସମସ୍ୟା ଉପୁଜୁଛି। ଗୁରୁବାର...

ପାଠପଢ଼ା ଛାଡି ମଦ କୋଠିରେ ମାତାଲ ଶିକ୍ଷକ: ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଦାବି

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନରେ ଥିବା କାଶିବାହାଲ କ୍ଲଷ୍ଟର ଧନସରା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଶିକ୍ଷକ...

ବେଦାନ୍ତ ଆଲୁମିନିୟମର ‘ସ୍ବର୍ଣ୍ଣ ପ୍ରାଶନ’ କାର୍ଯ୍ୟକ୍ରମ: ୧୦ଟି ବିଦ୍ୟାଳୟର ୩୭୦୦ରୁ ଅଧିକ ଛାତ୍ରୀଛାତ୍ର ସାମିଲ

ଭବାନୀପାଟଣା/ଲାଞ୍ଜିଗଡ଼, ୨୪।୧୦(ଉତ୍ତମ କୁମାର ଦାଶ/ରମେଶ ନାୟକ)- ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଆୟୁଷ ମନ୍ତ୍ରଣାଳୟ ସହଭାଗିଦାରୀରେ ଗତ ମାସ ଠାରୁ ‘ସ୍ବର୍ଣ୍ଣ ପ୍ରାଶନ’...

ବିଦ୍ୟୁତ୍‌ ବିଭାଗ ଏସ୍‌ଡ଼ିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

ବରଗଡ଼,୨୪।୧୦(ପ୍ରେମାନନ୍ଦ ଖମାରୀ): ଉଠାଜଳସେଚନ ପ୍ରକଳ୍ପ ଏବଂ ଉପଭୋକ୍ତାଙ୍କ ଘରକୁ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ପ୍ରତିବାଦରେ ବରଗଡ଼ ଜିଲା ଭେଡ଼େନରେ ଗୁରୁବାର ଆନ୍ଦୋଳନ ତେଜି ଉଠିଥିଲା। ଭେଡ଼େନ...

ହିତାଧିକାରୀଙ୍କ ନାଁରେ ଜବ କାର୍ଡ କରି ଲକ୍ଷାଧିକ ଟଙ୍କା ହଡ଼ପ: ସରପଞ୍ଚ, ଜିଲାପରିଷଦ ଉପାଧ୍ୟକ୍ଷାଙ୍କ ବିରୋଧରେ ଆସିଲା ଅଭିଯୋଗ

ଜୁନାଗଡ଼,୨୪।୧୦(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡା ପଞ୍ଚାୟତର କିଛି ହିତାଧିକାରୀଙ୍କ ନାମରେ ଜବ କାର୍ଡ କରି ଲକ୍ଷାଧିକ ଟଙ୍କା ହଡ଼ପ...

‘ଦାନା’ ପ୍ରଭାବ: ଭୁବନେଶ୍ୱରରେ ହେବ ପ୍ରବଳ ବର୍ଷା

ଭୁବନେଶ୍ୱର,୨୪।୧୦: ବଙ୍ଗୋପସାଗରରୁ ବଳ ଗୋଟାଇ ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତିରୁ ଶୁକ୍ରବାର ପୂର୍ବାହ୍ନ ଯାଏଁ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ...

ସୁରକ୍ଷା ବନ୍ଧରେ ଜୁଆର ମାଡ: କୂଳବାସୀ ଭୟଭୀତ

ଭୋଗରାଇ, ୨୪ l ୧୦( ପ୍ରଦୀପ ଦାସ ): ସାମୁଦ୍ରିକ ଝଡ଼ ଦାନା କୂଳଆଡକୁ ମାଡି ଆସିଛି। ଗୁରୁବାର ସକାଳେ ଝିପିଝିପି ବର୍ଷା ହେଉଥିବାବେଳେ ଅପରାହ୍ନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri