ଭଣ୍ଡାରିପୋଖରୀ, ୨୫।୭ (ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ନପଙ୍ଗ ପଞ୍ଚାୟତ ଜୋରାଗଡିଆ-ଭାଟଣା ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ରାଉତଙ୍କୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା (ନଂ.୨୯୯/୨୨) ରୁଜୁ କରିଛି। ଏହି ଘଟଣାକୁ ନେଇ ବ୍ଲକ ଶିକ୍ଷା ଅଧିକାରୀ ଅଧର ତରାଇ ତ୍ରୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ଉକ୍ତ ବିଦ୍ୟାଳୟକୁ ଯାଇ ଅନୁଧ୍ୟାନ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଗତ ଶନିବାର ଗ୍ରାମର ଜଣେ ବ୍ୟକ୍ତି ବିଦ୍ୟାଳୟ ପରିସରରେ ପହଞ୍ଚି ପ୍ରଧାନଶିକ୍ଷକ ରାଉତଙ୍କୁ ଗାଳିଗୁଲଜ କରିଥିଲେ। ମୋ ବିଦ୍ୟାଳୟ କାର୍ଯ୍ୟକୁ ନେଇ ବ୍ୟକ୍ତି ଜଣଙ୍କ ତାଙ୍କୁ ମାଡ଼ ମାରିଥିଲେ। ଏପରିକି ପ୍ରଧାନଶିକ୍ଷକଙ୍କ ହାତରୁ ସ୍କୁଲ ଗୃହ ଚାବି ଛଡ଼ାଇବା ସହ ବାଇକ୍କୁ ଘୋଷାଡ଼ି ତଳେ ପକାଇ ଦେଇଥିଲେ। ନିକଟରେ ଥିବା ଜଣେ ପୁରାତନ ଛାତ୍ର ସେଠାରେ ପହଞ୍ଚି ଶିକ୍ଷକଙ୍କୁ ଉଦ୍ଧାର କରିଥିଲେ। ପରେ ବ୍ୟକ୍ତି ଜଣଙ୍କ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ପ୍ରଧାନଶିକ୍ଷକ ରାଉତ ଏତଲାରେ ଉଲ୍ଲେଖ କରିଛନ୍ତି।