ଶ୍ରମିକଙ୍କୁ ଅପହରଣ ପରେ ନିସ୍ତୁକ ମାଡ଼ ଅଭିଯୋଗ ମାମଲା : ଚା’ ଖଟିରେ ସର୍ଦ୍ଦାର ସହ ଥାନାଧିକାରୀଙ୍କ ଫଟୋ ଭାଇରାଲ

ପାଟଣାଗଡ଼,୩ା୧(ସଚ୍ଚିଦାନନ୍ଦ ମହାକୁର): ଲୋକଙ୍କ ସାମ୍ନାରେ ରାଜରାସ୍ତା ଉପରୁ ଶ୍ରମିକଙ୍କୁ ଅପହରଣ କରାଗଲା। ଦାଦନ ଶ୍ରମିକଙ୍କ ପରିବାରକୁ ଫୋନ୍‌ କରି ଟଙ୍କା ମାଗିବା ସହ ଜଙ୍ଗଲ ଭିତରେ ରଖି ଅକଥନୀୟ ନିର୍ଯାତନା ଦିଆଗଲା। ପରେ ତାଙ୍କୁ ରାସ୍ତାକଡ଼ରେ ଫିଙ୍ଗିଦେଇ ଅଭିଯୁକ୍ତ ସର୍ଦ୍ଦାର ଏବଂ ତା’ର ସହଯୋଗୀମାନେ ଫେରାର ହୋଇଗଲେ। ଉକ୍ତ ଘଟଣାକୁ ୧୦ ଦିନରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି। ସେପଟେ ଅଭିଯୁକ୍ତ ଦାଦନ ସର୍ଦ୍ଦାରଙ୍କୁ ଧରିବା ଛାଡ଼ି, ପୋଲିସର ଚା’ ପିଇବା ଘଟଣା ଅନେକ ସାଂଘାତିକ ଦିଗକୁ ଦର୍ଶାଉଛି ବୋଲି ଜନସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଥାନା ଅଧିକାରୀ ଏକି ପ୍ରକାର ତଦନ୍ତ କରୁଛନ୍ତି ଯେ, ଜଣେ ସର୍ଦ୍ଦାରଙ୍କୁ ଧରିବା ପାଇଁ ୧୦ ଦିନ ଲାଗୁଛି । ଏଯାଏ ସଂପୃକ୍ତ ଅଭିଯୁକ୍ତମାନେ ଧରାପଡ଼ିନାହାନ୍ତି। ଦାଦନ ଚାଲାଣ ତଥା ଅଭିଯୁକ୍ତ ଏସ୍‌.ରାଓଙ୍କ ସହ ସଂପୃକ୍ତ ଥିବା ସର୍ଦ୍ଦାରମାନଙ୍କ ସହ ତଦନ୍ତକାରୀ ଥାନା ଅଧିକାରୀ ହରିବନ୍ଧୁ ଗଡ଼ତ୍ୟା ଚା’ଖଟିରେ ଭେଟୁଛନ୍ତି। ଯାହାପରେ ଦାଦନ ଚାଲାଣ ରାକେଟରେ ପୋଲିସର ଭୂମିକାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ଭାଇରାଲ ହେଉଥିବା ଫଟୋରେ ଜଣାଶୁଣା ଦାଦନ ସର୍ଦ୍ଦାର ଶ୍ରୀଧର କୁମ୍ଭାର ଏବଂ ସୁଶାନ୍ତ ପାତ୍ର ଅଛନ୍ତି। ବିଗତ ଦିନରେ ସଂପୃକ୍ତ ସର୍ଦ୍ଦାରଙ୍କ ଦ୍ୱାରା ଚାଲାଣ ହୋଇଥିବା ଦାଦନଙ୍କ ମୃତ୍ୟୁ ପରେ ସେମାନଙ୍କ ନାଁରେ ମାମଲା ମଧ୍ୟ ରହିଛି। କେବଳ ଏତିକି ନୁହେଁ ମୁଖ୍ୟ ଅଭିଯୁକ୍ତ ଫେରାର ମାମଲାରେ ସିଧାସଳଖ ବେଲପଡ଼ା
ଅଞ୍ଚଳର କେତେକ ମୁଖ୍ୟ ସର୍ଦ୍ଦାରଙ୍କ ସହ ମଧ୍ୟ ସମ୍ପର୍କ ଥିବା କଣ୍ଟାବାଞ୍ଜିର ସର୍ଦ୍ଦାର ଏସ୍‌. ରାଓ କଦଳୀମୁଣ୍ଡା ଗାଁର ଅଜିତଙ୍କୁ ଡାକି ରାଜ୍ୟ ବାହାରକୁ ଯିବାପାଇଁ କହିଥିଲେ। ମାତ୍ର ପରିବାରରେ କୌଣସି ଅସୁବିଧା ହେବାରୁ ଯିବାକୁ ମନା କରିଦେଇଥିଲେ। ତେବେ ଦଲାଇ ସର୍ଦ୍ଦାର ତାଙ୍କୁ ଅଗ୍ରୀମ ଆକାରରେ ୪୦ ହଜାର ଟଙ୍କା ଦେଇଥିବା ବେଳେ ପରେ ଆଉ ୫୦ ହଜାର ଟଙ୍କା ଦେବାକୁ କହିଥିଲେ। କିନ୍ତୁ ଦାଦନ ଖଟିଯିବାକୁ ମନା କରିଦେବାରୁ ସର୍ଦ୍ଦାର ଜଣକ ରାଗ ରଖି ଅନ୍ୟ କେତେଜଣଙ୍କ ସହାୟତାରେ ଅଜିତଙ୍କୁ ଅପହରଣ କରିନେଇ ତୁରେକେଲା ଥାନା ଅଞ୍ଚଳର ଏକ ଜଙ୍ଗଲରେ ରାତି ତମାମ ବନ୍ଦୀ ଅବସ୍ଥାରେ ରଖି ନିର୍ଯାତନା ଦେବା ସହ ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ ମାରିବା ସମୟରେ ଶ୍ରମିକ ଜଣଙ୍କ ଚିତ୍କାର କରୁଥିବା ବେଳେ ପରିବାର ଲୋକଙ୍କୁ
ଫୋନ୍‌ କରି ଶୁଣାଇବା ସହ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ।

ଏନେଇ ପରିବାର ଲୋକେ ଗତ ୨୪ ତାରିଖରେ ପାଟଣାଗଡ଼ ଥାନାରେ ଅଭିଯୋଗ କରିବା ପରେ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଥିଲା। ସେତେବେଳେ ପୋଲିସକୁ ଦେଖି ଦଲାଲ ଓ ତାଙ୍କ ସହଯୋଗୀମାନେ ଘଟଣାସ୍ଥଳରୁ ଫେରାର ମାରିଥିଲେ। ଜଙ୍ଗଲ ଭିତରେ ପ୍ୟାଣ୍ଟଶର୍ଟ ଖୋଲି ଠେଙ୍ଗା ଓ ଲୁହାରଡ୍‌ରେ ମାଡ଼ ମରାଯାଇଥିବା ଶ୍ରମିକ ଜଣକ ଅଭିଯୋଗ କରିଥିଲେ। ପୋଲିସ ସୁରେଶ ରାଓ, କାର୍ତ୍ତିକ ରାଣା ସମେତ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରି ଦିନ ଗଡ଼ାଇ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଟା ଦଳିବା ପରେ କାହିଁକି ରଖନ୍ତି ଆଙ୍ଗୁଠିର ଛାପ, ଏହା ପଛର କାରଣ ଜାଣନ୍ତି?

ଆଜିର ସମୟରେ, ପୁରୁଣାକାଳିଆ ଲୋକମାନେ ଆମକୁ କ’ଣ କୁହନ୍ତି ତାହା ବୁଝିବା ଟିକେ କଷ୍ଟକର ହୋଇଯାଏ, ବିଶେଷକରି ଯେତେବେଳେ ଆମେ ସେଗୁଡ଼ିକୁ କେବଳ ଏକ ପୁରୁଣା...

ସର୍ବଭାରତୀୟ JEE ମେନ୍‌ରେ ଛତ୍ରପୁରର ବିଷ୍ଣୁଙ୍କ ସଫଳତା

ଛତ୍ରପୁର,୨୦।୪(ସନ୍ତୋଷ ପାଢ଼ୀ ): ସଦ୍ୟ ପ୍ରକାଶିତ JEE ମେନ୍‌ ୨୦୨୫ ପରୀକ୍ଷାରେ ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସିର ବିଷ୍ଣୁପ୍ରସାଦ ଶତପଥୀ ୯୯.୯୩% ମାର୍କ ରଖିଛନ୍ତି ।...

Archana Nag: ଅର୍ଚ୍ଚନା ନାଗଙ୍କୁ ନେଇ ପୁଣି ବଡ଼ ଖବର, ସାରା ରାଜ୍ୟରେ ଚହଳ

ଭୁବନେଶ୍ୱର,୨୦।୪: ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ। ନାଗ ଦମ୍ପତିଙ୍କୁ ନେଇ ଆସିଛି ବଡ଼ ଖବର। ନାଗ ଦମ୍ପତି ଏବେ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି।...

ରାତାରାତି ହାଇଓ୍ବା ଜବତ କରି ୩ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୨୦।୪ (ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଋଷିକୁଲ୍ୟା ନଦୀରୁ ବେଆଇନ ଭାବରେ ବାଲି ଚୋରାରେ ଚାଲାଣ ହେଉଥିବା ବେଳେ ଏକ ହାଇୱା ଟ୍ରକକୁ ଜବତ...

ନିଦରୁ ଉଠିଲାବେଳକୁ କୋଟିପତି, ପୁଣି ଜଣେ ଓଡ଼ିଆ ପୁଅ ଜିତିଲେ ୩କୋଟି ଟଙ୍କା

କାକଟପୁର,୨୦।୪: ରାତାରାତି ବଦଳିଗଲା ଭାଗ୍ୟ। ଅନଲାଇନ ଗେମ୍‌ରେ ମାତ୍ର ୪୯ଟଙ୍କା ଲଗାଇ ଜିତିଲେ ୩କୋଟି ଟଙ୍କା ଓ ମହିନ୍ଦ୍ରା ଥାର୍‌। ଏପରି ପୁଣି ଏକ ଘଟଣା...

ମେ’୨୦ରୁ ଜିଲାରେ ରବି ଧାନ ସଂଗ୍ରହ

ନୂଆପଡ଼ା,୨୦ା୪(ମକାରୁ ବେମାଲ): ନୂଆପଡ଼ା ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଶନିବାର ଜିଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାରେ ମେ’ ୨୦ରୁ ମଣ୍ଡି ଖୋଲି...

ରାଜସ୍ବ ଗ୍ରାମର ମାନ୍ୟତା, ଜଙ୍ଗଲ ଜମି ପଟ୍ଟା ସଂଶୋଧନ ଦାବି: ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅଧିବାସୀଙ୍କ ଧାରଣା

ନୂଆପଡା,୨୦ା୪ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଛତିଶଗଡ଼ ସୀମାନ୍ତ ଚୁଳାଭାଟ ପଞ୍ଚାୟତ ଗଙ୍ଗାଦିଗଡ଼ ଗାଁ ଅଧିନ ୮ଟି ପଡାର ଅଧିବାସୀମାନେ ବିଭିନ୍ନ ଦାବି ନେଇ...

ଶ୍ରମିକଙ୍କ ସମସ୍ୟା ସାମ଼ାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍‌

ନୂଆପଡ଼ା,୨୦ା୪(ମକାରୁ ବେମାଲ): ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଦୁଇ ବରିଷ୍ଠ କର୍ମକର୍ତ୍ତା ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଓ କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image