ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା ଅଭିଯୋଗ, ଯୁବକ ଗିରଫ

ଜୟପୁର,୨୨ା୧(ନି.ପ୍ର.): ବିବାହ ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ପ୍ରତାରଣା କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ହରିଶଙ୍କର ଚୌପାଡି (୨୭)। ସୁନାବେଡାର ହରିଶଙ୍କର ଗତ ୨ ବର୍ଷ ହେଲା ବୋରିଗୁ୍‌ମ୍ମା ଅଞ୍ଚଳର ଜଣେ ଯୁବତୀଙ୍କ ଭଲ ପାଉଥିଲେ। ତାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ ା ପରେ ହରିଶଙ୍କର ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ଏନେଇ ସମ୍ପୃକ୍ତା ଯୁବତୀ ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ଅଭିଯୋଗର ତଦନ୍ତ କରି ଅଭିଯୁକ୍ତ ହରିଶଙ୍କରଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ମମତା ପାଣିଗ୍ରହୀ କହିଛନ୍ତି।

Share