ଅବହେଳାରୁ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ

ମାଲକାନଗିରି,୨୦।୮(ଡି.ଏନ୍‌.ଏ.): ମାଲକାନଗିରି ସଦର ବ୍ଲକ ପାଣ୍ଡ୍ରିପାଣି ଆଶ୍ରମ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ପରିବାର ଓ ଗ୍ରାମବାସୀ ବିଦ୍ୟାଳୟ ମାଟ୍ରୋନ ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦାୟୀ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଉକ୍ତ ବିଦ୍ୟାଳୟର ଛାତ୍ରାବାସରେ ରହି ଖଇରପୁଟ ବ୍ଲକ ପୋଡାଭଟା ଗ୍ରାମର ସୋନିଆ ଦୋରା ନବମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ସୋନିଆ ଜଣେ ମା’ବାପ ଛେଉଣ୍ଡ। ତାଙ୍କ ଦାଦା ପୁତୁରା ସୋନିଆଙ୍କୁ ଉଚ୍ଚ ଶିକ୍ଷିତ କରିବା ପାଇଁ ପାଣ୍ଡ୍ରିପାଣି ଆଶ୍ରମ ବିଦ୍ୟାଳୟକୁ ପଠାଇଥିଲେ। ତେବେ ଶୁକ୍ରବାର ତାଙ୍କର ପେଟ ବ୍ୟଥା ହୋଇଥିଲା। ସେ ଛାତ୍ରାବାସରେ ଥିବା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଛାତ୍ର ଅସୁସ୍ଥ ହେବା ଘଟଣାକୁ ଛାତ୍ରାବାସ କର୍ତ୍ତୃପକ୍ଷ ଗୁରୁତର ସହ ନେଇ ନ ଥିଲେ। ସେ ଛାତ୍ରକୁ କିଛି ଔଷଧ ଦେଇ ନୀରବ ରହିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୋନିଆ ଅସୁସ୍ଥ ହେବାରୁ ତାଙ୍କୁ ମାଲକାନଗିରି ଚିକିତ୍ସାଳୟକୁ ଅଣାଯାଇଥିଲାା ଚିକିତ୍ସା ସମୟରେ ସୋନିଆଙ୍କ ମୃତ୍ୟୁ ହୋଇ ଯାଇଥିଲା।

ଅନ୍ୟପକ୍ଷେ ସୋନିଆଙ୍କ ମୃତ୍ୟୁକୁ ନେଇ ଭାଇ ସୁରେଶ ଦୋରା ଏବଂ ସମ୍ପର୍କୀୟ ସବିତା ଗୌଡ, ଗ୍ରାମ ମୁଖିଆଙ୍କ ସହ ଗ୍ରାମବାସୀ ପାଣ୍ଡ୍ରିପାଣି ଡାକ୍ତର ଖାନାରେ ୫ ଘଣ୍ଟା ଧରି ମୃତଦେହ ରଖି ଚିକିତ୍ସାରେ ଅବହେଳା ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ବେଖାତିର ମନୋଭାବକୁ ଦାୟୀ କରି ମାଲକାନଗିରି ଥାନାରେ ଅଭିଯୋଗ କରିଛନ୍ତି।

ଏ ସମ୍ବନ୍ଧରେ ପ୍ରଧାନ ଶିକ୍ଷୟିତ୍ରୀ ଗୋଲାପ ପୂଜାରୀ ପ୍ରକାଶ କରିଛନ୍ତି ଯେ, ଶୁକ୍ରବାର ସୋନିଆଙ୍କ ପେଟ ବ୍ୟଥା ହେଉଥିବା ଜାଣି ତାଙ୍କୁ ପାଣ୍ଡ୍ରିପାଣି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ଚିକିତ୍ସା ପରେ ଉକ୍ତ ଛାତ୍ର ଛାତ୍ରାବାସକୁ ଆସି ସୁସ୍ଥ ଥିବା ପ୍ରକାଶ କରିଥିଲୋ କିନ୍ତୁ ପରେ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ପାଣ୍ଡ୍ରିପାଣି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। କିନ୍ତୁ ଅଧିକ ଚିକିତ୍ସା ଲାଗି ତାଙ୍କୁ ମାଲକାନଗିରି ଚିକିତ୍ସାଳୟକୁ ପଠାଯାଇଥିଲା। ପରେ ତାଙ୍କର ମୃତ୍ୟୁ ହୋଇଥିବା ଶିକ୍ଷୟିତ୍ରୀ କହିଥିଲେ। ଏ ସମ୍ପର୍କରେ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ନିକ୍‌ ପାଇଁ ବାଦୁବାଡ଼ିରେ ଜମୁଛି ଭିଡ଼, ଭୋଜିଭାତ କରି ମଜା ଉଠାଉଛନ୍ତି ଲୋକେ

ରାଇକିଆ,୮ା୧(ପ୍ରଦୀପ ବେହେରା): ଏବେ ଚାଲିଛି ପିକ୍‌ନିକ୍‌ ଋତୁ। ସବୁଠି ବଣଭୋଜିର ଆସର। କନ୍ଧମାଳ ଜିଲା ନୂଆଗାଁ ବ୍ଲକର ଗୁଞ୍ଜିବାଡ଼ି ନିକଟରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବାଦୁବାଡ଼ି...

ଠକେଇ ମାମଲାରେ ଦୋଷମୁକ୍ତ ପରେ ବର୍ଷିଲେ ପ୍ରଦୀପ ପାଣିଗ୍ରାହୀ, ମୋତେ…

ଭୁବନେଶ୍ୱର,୮।୧: ଠକେଇ ମାମଲାରେ ମଙ୍ଗଳବାର କୋର୍ଟ ବ୍ରହ୍ମପୁର ସଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଦୋଷମୁକ୍ତ କରିଛନ୍ତି। ଏହାପରେ ବୁଧବାର ଖବରଦାତା ସମ୍ମିଳନୀରେ ବର୍ଷିଛନ୍ତି ପ୍ରଦୀପ। ନିଜ ବିରୋଧରେ...

୨ ଖଣି ଅଧିକାରୀଙ୍କ କ୍ୱାର୍ଟର୍ସରେ ସିବିଆଇର ବଡ଼ଧରଣର ଚଢ଼ାଉ

ସୁନ୍ଦରଗଡ଼,୮ା୧(ଜୟନାରାୟଣ ମେଣ୍ଡୁଳି): ଆଇରନ ମାଇନ୍ସର ୨ ବରିଷ୍ଠ ଅଧିକାରୀଙ୍କ କ୍ବାର୍ଟର୍ସରେ ବୁଧବାର ସିବିଆଇ ବଡ଼ଧରଣର ଚଢ଼ାଉ କରିଛି। ବରସୁଆଁ ସେଲ୍‌ ଆଇରନ ମାଇନ୍ସର ୨ ଉଚ୍ଚପଦସ୍ଥ...

ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲେ ଛାତ୍ରୀଛାତ୍ର

ରାଇକିଆ,୮।୧(ପ୍ରଦୀପ ବେହେରା): ପ୍ରବାସୀ ଭାରତୀୟ ଦିବସ ଅବସରରେ ଭୁବନେଶ୍ୱରରେ ଆଜିଠାରୁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଅନୁଷ୍ଠିତ ହେଉଛି । ଏଥିପାଇଁ ସାରା ବିଶ୍ୱର କୋଣଅନୁକୋଣରୁ...

ବଢୁଛି ଶୀତ, ମହୋତ୍ସବକୁ ନେଇ ଉତ୍ସାହ: ତଦାରଖ କଲେ ବିଡ଼ିଓ

ଦାରିଙ୍ଗବାଡି, ୭।୧ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଦିନକୁ ଦିନ ଶୀତ ଯେମିତି ବୃଦ୍ଧି ପାଉଛି ସେମିତି ଶୀତ ମହୋତ୍ସବକୁ ନେଇ ଉତ୍ସାହ...

ଲୋକଙ୍କୁ ହଇରାଣ କରୁଛି ପୋଲିସ; ପଦକ୍ଷେପ ନେବାକୁ …

କଟକ,୮୧(କାର୍ତ୍ତିକ ସାହୁ): କେତେଜଣ ପୋଲିସ ଅଧିକାରୀ ଯଥେଷ୍ଟ କାରଣ ନ ଥାଇ ଅଥବା ନିଜ ସ୍ବାର୍ଥ ସାଧନ ପାଇଁ ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍ତି। ଏପରିକି...

ରାସ୍ତା କାମ ନ କରି ୮ଲକ୍ଷ ଟଙ୍କା ଉଠାଇନେଇଥିଲେ: ୭ଜଣଙ୍କ ନାଁରେ ଭିଜିଲାନ୍ସରେ ମାମଲା

ଖୋର୍ଦ୍ଧା,୭ା୧(ପ୍ରଭାତ ପାଣିଗ୍ରାହୀ): ବୋଲଗଡ଼ ବ୍ଲକ ଆରିକମା ପଞ୍ଚାୟତ ଅଧୀନ ବେଗୁନିଆମୂଳ ଗ୍ରାମର ଶ୍ମଶାନକୁ ଯିବା ପାଇଁ ରାସ୍ତାର ଉନ୍ନତ୍ତୀକରଣ ପାଇଁ ଆସିଥିବା ୮ଲକ୍ଷ ଟଙ୍କା ହରିଲୁଟ...

ଗଞ୍ଜେଇ ଚାଷରେ ସମ୍ପୃକ୍ତ ୨ ଜେଲ ଗଲେ

ଦିଗପହଣ୍ଡି,୭ା୧(ଅଶେଷ ନାଥ ମିଶ୍ର)-ବେଆଇନ ଗଞ୍ଜେଇ ଚାଷରେ ସମ୍ପୃକ୍ତ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ କାଳିବୋରେଇ ଗାଁର ଇଣ୍ଡମ ବଡ଼ ରଇତ ଏବଂ କେଶବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri