ପାରଳା ମହାରାଜା ଇଂଜିନିୟରିଂ କଲେଜରେ ହିନ୍ଦୁ ଛାତ୍ରଙ୍କୁ ଗୋମାଂସ ଖୁଆଇଦେବା ଅଭିଯୋଗ

ଵ୍ରହ୍ମପୁର,୧୨ା୯(ସୁବାସ ଚନ୍ଦ୍ର ପାଢ଼ୀ/ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ଶିତଳାପଲ୍ଲୀଠାରେ ଥିବା ପାରଳା ମହାରାଜା ଇଂଜିନିୟରିଂ ମହାବିଦ୍ୟାଳୟର ହଷ୍ଟେଲ କୋଠରୀରେ କିଛି ସଂଖ୍ୟାଲଘୁ ଛାତ୍ର ଗୋମାଂସ ରାନ୍ଧି ଖାଇବା ସହ କିଛି ଅନ୍ୟ ସମ୍ପ୍ରଦାୟର ଛାତ୍ରକୁ ଜୋରଜବରଦସ୍ତ ଖୁଆଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଗୁରୁବାର କଲେଜ ପରିସରରେ ଉତ୍ତେଜନା ଦେଖାଦେବା ସହ ବଜରଙ୍ଗ ଦଳ ଓ ଭାଜପା ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି।

ଅଭିଯୋଗ ଅନୁଯାୟୀ କ୍ୟାମ୍ପସ ପରିସରରେ ଥିବା ଏକ ହଷ୍ଟେଲର ଏକ କୋଠରୀରେ କିଛି ସଂଖ୍ୟା ଲଘୁ ସମ୍ପ୍ରଦାୟରେ ଛାତ୍ର ଗୋମାଂସ ଆଣି ରାନ୍ଧିବା ସହ ଭକ୍ଷଣ କରିଥିଲେ ଏହା ସହ ଅନ୍ୟ ଏକ ହଷ୍ଟେଲରେ ରହୁଥିବା ଅନ୍ୟ ସମ୍ପ୍ରଦାୟର ଛାତ୍ରଙ୍କ ତାଙ୍କୁ ଅଜାଣତରେ ଖୁଆଇ ଦେଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ବୁଧବାର ରାତିରେ କିଛି ଛାତ୍ର ଉକ୍ତ ହଷ୍ଟେଲ କୋଠରୀକୁ ଯାଇ ପଚରାଉଚରା କରିବା ସହ ହଷ୍ଟେଲ ଦାୟିତ୍ଵରେ ରହିଥିବା ହଷ୍ଟେଲ ସୁପରିଟେଣ୍ଡଟ ରଘୁନନ୍ଦନ ସ୍ବାଇଁଙ୍କୁ ଅବଗତ କରିଥିଲେ। କିନ୍ତୁ ଏହି ଘଟଣା କୁ କଲେଜ କର୍ତ୍ତୃପକ୍ଷ ଗୁରୁତର ସହ ନେଇ ନଥିଲେ। ଯାହାକୁ ନେଇ ଗୁରୁବାର ସକାଳେ ପରିସରରେ ଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା।

ଘଟଣା ପ୍ରଘଟ ହେବା ପରେ ଅପରାହ୍ନ ରେ ବଜରଙ୍ଗ ଦଳର କିଛି କର୍ମୀ କଲେଜ ପରିସରରେ ପହଞ୍ଚି ଘଟଣା ନେଇ କଲେଜ ଅଧ୍ୟକ୍ଷ ଚିତ୍ତରଞ୍ଜନ ମହାପାତ୍ରଙ୍କୁ ସାକ୍ଷାତ କରି ଘଟଣା ନେଇ ପଚାରି ବୁଝିବା ସହ ଗୋମାଂସ ରୋଷେଇ କର ଖାଇବା ସହ ଅନ୍ୟ ସମ୍ପ୍ରଦାୟର ଛାତ୍ରଙ୍କୁ ଜୋରଜବରଦସ୍ତ ଖୁଆଇବା ଘଟଣା ରେ ତୁରନ୍ତ କ୍ରିୟାନୁଷ୍ଠାନ ସହ ଦୋଷୀ ଛାତ୍ର ଙ୍କ ବିରୋଧ ରେ ଥାନାରେ ଲିଖିତ ଅଭିଯୋଗ କରିବାକୁ ଦାବି ଜଣାଇଥିଲେ।

ଘଟଣା ନେଇ କଲେଜ ଅଧ୍ୟକ୍ଷ ଚିତ୍ତରଞ୍ଜନ ମହାପାତ୍ରଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ସେ ସୁପରିଟେଣ୍ଡଣ୍ଟ ଓ ଛାତ୍ର ମାନଙ୍କ ଠାରୁ ପାଇଥିବା ଅଭିଯୋଗ ଅନୁଯାୟୀ ସନ୍ଧ୍ୟା ରେ କଲେଜର ଶୃଙ୍ଖଳା କମିଟିର ବୈଠକ ଡକାଯାଇଛି। ଉକ୍ତ ଶୃଙ୍ଖଳା କମିଟି ଦ୍ବାରା ତଦନ୍ତ କରାଯିବ। ଅଭିଯୋଗର ସତ୍ୟତା ଜଣାପଡିଲେ କଲେଜ ଆଇନ ଅନୁଯାୟୀ ଶୃଙ୍ଖଳା ଗତ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ପ୍ରକାଶ କରିଥିଲେ। ଅନ୍ୟ ପଟେ ଘଟଣା ଜଣାପଡ଼ିବା ପରେ ଗୋପାଳପୁର ଥାନା ଆଇଆଇସି ପ୍ରଶାନ୍ତ ମଲ୍ଲିକ କଲେଜ ରେ ପହଞ୍ଚି ଅଧ୍ୟକ୍ଷ ସମେତ ବିଦ୍ୟାର୍ଥୀ ଙ୍କ ସହ ଆଲୋଚନା କରିଥିଲେ। ସୁରକ୍ଷା ଦୃଷ୍ଟିରୁ କଲେଜ ପରିସରରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇ ପରିସ୍ଥିତି ପ୍ରତି ନଜର ରଖାଯାଇଥିବା ସୂଚନା ଦେଇଥିଲେ।

Share