ନାଲ୍‌କୋରେ ଚାକିରି କରାଇ ଦେବାକୁ କହି ୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ଦେବଗଡ଼,୨୮ା୮(ଶେଖର ଝାଙ୍କର): ନାଲ୍‌କୋରେ ଚାକିରି ଦେବାକୁ କହି ଜଣେ ଦୁର୍ବୃତ୍ତ ଦେବଗଡ଼ ଜିଲା ହଦମୁଣ୍ଡା ଗ୍ରାମର ଜଣେ ଯୁବକଙ୍କଠାରୁ ୨ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛ।

ସୂଚନାନୁଯାୟୀ ଦେବଗଡ଼ ଆଦର୍ଶ ଥାନା ଅନ୍ତର୍ଗତ ହଦମୁଣ୍ଡା ଗ୍ରାମର କଇରୁ ପରିଡ଼ାଙ୍କ ବଡ଼ପୁଅ ଦେବାନନ୍ଦ ଅନୁଗୋଳ ଜିଲା ତାଳଚେର ନକେଇପଶି ଅଞ୍ଚଳରେ ଏକ ଅଟୋରିକ୍ସା ରଖି ପରିବାର ଚଳାଉଥିବା ବେଳେ ବେରୋଜଗାରିଆ ସାନପୁଅ ସାନନ୍ଦ ଗାଁ (ହଦମୁଣ୍ଡା)ରେ ରହନ୍ତି। ଏକଥା ଜାଣିବା ପରେ ତାଳଚେର ଅଞ୍ଚଳର ସିପୁନ ଦାସ ନାମକ ଜଣେ ଯୁବକ ସାନନ୍ଦଙ୍କୁ ନାଲକୋରେ ଆଟେଣ୍ଡାଣ୍ଟ ଭାବେ ଚାକିରିରେ ରଖାଇ ଦେବେ ବୋଲି ଦେବାନନ୍ଦଙ୍କୁ ଫୋନ ଯୋଗେ ପ୍ରତିଶ୍ରୁତି ଦେଇଥିଲେ। ଦେବାନନ୍ଦ ଏଥିରେ ରାଜି ହେବାରୁ ସିପୁନ ସାନନ୍ଦଙ୍କୁ ଫୋନ କରି ଡକାଇବା ସହ ୨ଲକ୍ଷ ଟଙ୍କା ଧରି ଆସିଲେ ନାଲକୋରେ ଆଟେଡାଣ୍ଟ ପୋଷ୍ଟରେ ଚାକିରି ଦେବି ବୋଲି କହିଥିଲେ । ଫଳରେ ସାନନ୍ଦ ଋଣ ଆଣି ଗତ ଜୁନ୍‌ ୬ ତାରିଖରେ ସିପୁନକୁ ଫୋନ ପେ’ ଯୋଗେ ପ୍ରଥମ ପର୍ଯ୍ୟାୟରେ ୯୫ ହଜାର ଟଙ୍କା ଓ ନଗଦ ୧ ଲକ୍ଷ ୫ ହଜାର ଟଙ୍କା ମିଶାଇ ମୋଟ ୨ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ମାତ୍ର ଚାକିରି ଦେବା ପରିବର୍ତ୍ତେ ସିପୁନ ବିଭିନ୍ନ ବାହାନା କରି ଦିନ ଗଡ଼ାଇ ଚାଲିଥିଲେ। ଏହି କ୍ରମରେ ସିପୁନ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ‘ସାର୍‌’ ବୋଲି ଦର୍ଶାଇବା ସହ ସେ ଉକ୍ତ ଟଙ୍କା ସମ୍ପୃକ୍ତ ‘ସାର୍‌’ଙ୍କୁ ଦେଇଥିବା ଦର୍ଶାଇ ‘ସାର୍‌’ ତୁମକୁ ଫୋନ କରିବେ ବୋଲି ସାନନ୍ଦଙ୍କୁ କହିଥିଲେ ଓ ତଥା କଥିତ ‘ସାର୍‌’ ଙ୍କ ନମ୍ବରରୁ ସାନନ୍ଦଙ୍କ ନିକଟଙ୍କୁ ଫୋନ୍‌ କଲ ମଧ୍ୟ ଆସିଥିଲା । ମାତ୍ର ସାନନ୍ଦଙ୍କୁ ଚାକିରି ନ ମିଳିବାରୁ ସିପୁନଙ୍କୁ ସାନନ୍ଦ ବାରମ୍ବାର ଫୋନ କରିଥିଲେ ହେଁ ସିପୁନ ତାଙ୍କୁ ଠକି ଚାଲିଥିଲେ। ଶେଷରେ ସିପୁନ ତଥା କଥିତ ‘ସାର୍‌’ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଆଇସିୟୁରେ ଚିକିତ୍ସିତ ହେଉଥିବା ସାନନ୍ଦଙ୍କୁ ସୂଚନା ଦେଇଥିଲେ। ଏହାର ୧୦ ଦିନ ପରେ ତଥା କଥିତ ‘ସାର୍‌’ଙ୍କର ମୃତ୍ୟୁ ଘଟିଥିବା ଦର୍ଶାଇବା ସହ ଶ୍ରାଦ୍ଧ କାର୍ଯ୍ୟ ଶେଷ ହେବାପରେ ‘ମାଡାମ’ ତୁମକୁ ଟଙ୍କା ଫେରାଇ ଦେବେ କହି ଠକି ଦେଇଥିଲେ। ଠକାମୀର ଶିକାର ହୋଇଥିବା ଜାଣିବା ପରେ ସାନନ୍ଦ ରବିବାର ଏନେଇ ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆବାସିକ ଅଞ୍ଚଳରେ ସିଏନ୍‌ଜି ଷ୍ଟେଶନ ନିର୍ମାଣକୁ ଝଟକା

ଭୁବନେଶ୍ୱର, ୨୯ା୩ (ବନ୍ଦନା ସେଠୀ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅନ୍ତର୍ଗତ କାନନବିହାର ଫେଜ୍‌-୧ସ୍ଥିତ ଆବାସିକ ଅଞ୍ଚଳରେ ଗେଲ୍‌ ଇଣ୍ଡିଆ ପକ୍ଷରୁ ନିର୍ମାଣ ହେଉଥିବା ସିଏନ୍‌ଜି...

ଆଜି ଭୁବନେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ

ପୁରୁଣା ଭୁବନେଶ୍ବର,୨୯ା୩(ସୁବାସ ଚନ୍ଦ୍ର ପ୍ରଧାନ): ୨୦୨୫-୨୬ବର୍ଷ ପାଇଁ ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେବ। ଏହିକ୍ରମରେ ଭୁବନେଶ୍ୱର ବାର୍‌ ଆସୋସିଏଶନର ନିର୍ବାଚନ ପ୍ରସ୍ତୁତି ଶେଷ...

ଓଡ଼ିଶାରେ ୫୦ ବର୍ଷ ଯାଏ ରହିବ ଭାଜପା ସରକାର: ଭବିଷ୍ୟବାଣୀ କଲେ ହିମନ୍ତ

ଭୁବନେଶ୍ୱର, ୨୯ା୩(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶୁକ୍ରବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ଛତିଶଗଡ଼ ବିଧାନସଭାର...

୧୨ ଦଫା ଦାବି ନେଇ ଦାବିପତ୍ର ପ୍ରଦାନ

ଦେବଗଡ,୨୯।୩(ଶଶାଙ୍କ ଶେଖର ଝାଙ୍କର):ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି, ଦେବଗଡ, ପାଳଲହଡା ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହେବାସହ ମାନ୍ୟବର ମୂଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେବଗଡ...

ରାସ୍ତା ପ୍ରଶସ୍ତୀକରଣ ନାଁରେ ଗଛକଟା

ଦେଓଗାଁ,୨୯ା୩(କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଭୂତିଆରବାହାଲ ଛକରୁ ଦେଷଣ୍ଡ ଭାୟା ଟିକ୍ରାପଡା ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ୱରେ ରହିଥିବା...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସବୁ ଜିଲାରେ ଖୋଲିବ ମିଶନ ଶକ୍ତି ଭବନ

ଭୁବନେଶ୍ୱର,୨୯ା୩(ସୁନିତ୍‌ ମିଶ୍ର):ପୂର୍ବ ସରକାରଗୁଡ଼ିକ ମହିଳାଙ୍କୁ ନିରୀହ ଭାବି ଭୁଅଁା ବୁଲାଉଥିଲେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି...

ନାବାଳିକା ବଳାତ୍କାର ମାମଲାରେ ଫରେଷ୍ଟର ଗିରଫ

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା )- ଜଣେ ୧୨ ବର୍ଷୀୟ ନାବାଳିକା ବଳାତ୍କାର ମାମଲାରେ ପଦ୍ମପୁର ଥାନା ପୋଲିସ ଜଣେ କାର୍ଯ୍ୟରତ ଫରେଷ୍ଟରଙ୍କୁ ଗିରଫ କରିଛି। ଗିରଫ...

କଂଗ୍ରେସ ବିକ୍ଷୋଭ ଘଟଣା:୩ ମାମଲା ରୁଜୁ କଲା ପୋଲିସ

ଭୁବନେଶ୍ୱର,୨୮।୩(ସତ୍ୟଜିତ୍‌ ରାଉତ): ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ଦାବି ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ବିଧାନସଭା ପରିସରରେ ପ୍ରତିବାଦ, ବିଧାନସଭା ଘେରାଉ ଉଦ୍ୟମ ସହ ଗାନ୍ଧୀମାର୍ଗରେ ବିକ୍ଷୋଭ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image