ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ବାରିପଦା ଜନସ୍ବାସ୍ଥ୍ୟ ବିଭାଗ-୧ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାରିପଦା,୧୩।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ଜନସ୍ବାସ୍ଥ୍ୟ ବିଭାଗ-୧ ସହକାରୀ ଯନ୍ତ୍ରୀଙ୍କ ଘରେ ବୁଧବାର ସକାଳୁ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଯନ୍ତ୍ରୀ ବାଣେଶ୍ବର ନାଏକଙ୍କ ବାରିପଦା ରଘୁନାଥପୁରସ୍ଥିତ ୩ମହଲା ବାସଭବନ, ସରକାରୀ କାର୍ଯ୍ୟାଳୟ, ବଡ଼ସାହି ଥାନା ତାଳନ୍ଦ ଗ୍ରାମର ପୈତୃକ ଘର, ନିଜର ୨ମହଲା ଘର, ବୈଶିଙ୍ଗା ଥାନା ମାଣତ୍ରୀରେ ସମ୍ପର୍କୀୟ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ଓ୍ବାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ବିଭାଗର ୨ଜଣ ଅତିରିକ୍ତ ଏସ୍‌ପି, ୩ଜଣ ଡିଏସ୍‌ପି, ଜଣେ ଇନ୍ସପେକ୍ଟର, ୭ଜଣ ସବ୍‌ଇନ୍ସପେକ୍ଟର, ୭ଜଣ ଏଏସ୍‌ଆଇ ଓ ଅନ୍ୟ କର୍ମଚାରୀ ଚଢ଼ାଉରେ ନିୟୋଜିତ ଅଛନ୍ତି।

Share