Categories: ଜାତୀୟ

ଅସଦାଚରଣ ଅଭିଯୋଗ: ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ ସମୟପୂର୍ବରୁ ଅବସର…

ନୂଆଦିଲ୍ଲୀ,୧୦।୮ : ବାରମ୍ବାର ଅସଦାଚରଣ  ଅଭିଯୋଗରେ କେନ୍ଦ୍ର ସରକାର ବରିଷ୍ଠ ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ ସମୟ ପୂର୍ବରୁ ଅବସର ପ୍ରଦାନ କରିଛନ୍ତି। ଅଗଷ୍ଟ ୭ରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବିଜ୍ଞପ୍ତିରେ ଦର୍ଶାଯାଇଛି ରାଷ୍ଟ୍ରପତି ବସନ୍ତ ରଥଙ୍କୁ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଅବସର ଦେଇଛନ୍ତି। ୨୦୦୦ ବ୍ୟାଚର ଅରୁଣାଚଳ ପ୍ରଦେଶ, ଗୋଆ-ମିଜୋରାମ ଏବଂ ୟୁନିଅନ ଟେରିଟୋରୀ କ୍ୟାଡରର ବସନ୍ତ ରଥ ଜଣେ ଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀ। ଏହାପୂର୍ବର ଅସଦାଚରଣ ଓ ଖରାପ ବ୍ୟବହାର ମାମଲାରେ କେନ୍ଦ୍ର ସରକାର ତାଙ୍କୁ ନିଲମ୍ବନ କରିଥିଲେ।

ସରକାରୀ ଆଦେଶରେ ଦର୍ଶାଯାଇଛି ଅଲ ଇଣ୍ଡିଆ ସର୍ଭିସେସ (ଡେଥ-କମ-ଅବସର ଲାଭ) ଅଧିନିୟମ, ୧୯୫୮ ର ଧାରା ୧୬ (୩) ଅନୁଯାୟୀ ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ରାଷ୍ଟ୍ରପତି ଗୃହ ବିଭାଗ ମନ୍ତ୍ରଣାଳୟର କେନ୍ଦ୍ର ଶାସିତ ଅଞ୍ଚଳ ବିଭାଗ ସହିତ ପରାମର୍ଶ କରି ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ବସନ୍ତ କୁମାର ରଥଙ୍କୁ ତିନିମାସ ଦରମା ଏବଂ ଭତ୍ତା ପ୍ରଦାନ କରି ତୁରନ୍ତ ଅବସର ପ୍ରଦାନ କରାଯାଇଛି।

Share