ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସାବେଳେ ଅବହେଳା ଅଭିଯୋଗ: ରକ୍ତ ନେବାବେଳେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ଶନିବାର ସକାଳୁ ସକାଳୁ ଜଣେ ଗର୍ଭବତୀ ମହିଳା ଚିକିତ୍ସା ଅବହେଳାରୁ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ମହିଳାଜଣକ ହେଲେ ବେଲଙ୍ଗୁଠା ବ୍ଲକ ପୁରୁଣା ଉଦ୍ରା ଗ୍ରାମର ଟିକିନା ସାମଲ। ଟିକିନାଙ୍କ ମୃତ୍ୟୁ କୁ ନେଇ ଶନିବାର ମେଡ଼ିକାଲରେ କିଛି ଘଣ୍ଟା ଉତ୍ତେଜନା ଦେଖା ଦେଇଥିଲା। ଏହାପରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ଏଥିସହ ପୋଲିସ ଉପସ୍ଥିତିରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଥିଲା। ତାପରେ ପରିସ୍ଥିତି ଶାନ୍ତ ପଡିଥିଲା।

ଘଟଣାରୁ ପ୍ରକାଶ ଯେ, ଟିକିନାଙ୍କୁ ତାଙ୍କ ପରିବାର ଲୋକେ ଗତ ୨୬ ତାରିଖରେ ଚିକିତ୍ସା ପାଇଁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ୨୭ରେ ତାଙ୍କୁ ଗୋଟିଏ ରକ୍ତ ପ୍ୟାକେଟ ଦିଆଯାଇଥିଲା।
୨୮ ତାରିଖ ରାତିରେ ଟିକିନାଙ୍କୁ ଆଉ ଗୋଟିଏ ରକ୍ତ ଦିଆଯାଇଥିଲା। ରାତି ପ୍ରାୟ ୩ଟା ସମୟରେ ସେ ନିଃଶ୍ୱାସ ପ୍ରଶାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହାପରେ ତାଙ୍କ ସ୍ବାମୀ ଡ୍ୟୁଟିରେ ଥିବା ନର୍ସଙ୍କୁ ଡାକିଥିଲେ। ନର୍ସ ଦେଖିବା ପରେ ଏମିତି ହେବ କିଛି ଅସୁବିଧା ନାହିଁ କହି ଟିକେ ଦେଖିବା ପରେ ଚାଲି ଯାଇଥିଲେ। ଏହାର କିଛି ସମୟ ପରେ ଟିକିନା ମୃତ୍ୟୁବରଣ କରିଥିଲେ। ଚିକିତ୍ସା ଅବହେଳାରୁ ଟିକିନାଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ ପରିବାର ଲୋକ ମେଡ଼ିକାଲରେ ହୋହାଲ୍ଲା କରିଥିଲେ। ଦୋଷୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ଦାବି ନେଇ ମୃତଦେହକୁ ଧରି ପରିବାର ଲୋକ ମେଡ଼ିକାଲରେ ଆନ୍ଦୋଳନ କରିଥିଲେ। ଯାହାକୁ ନେଇ ମେଡ଼ିକାଲରେ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ଦେଖା ଦେଇଥିଲା। ଏହାପରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ସୂଚନା ଯୋଗ୍ୟ ଯେ ରାଜ୍ୟରେ ଶିଶୁ ଓ ଗର୍ଭବତୀ ମହିଳା ମୃତ୍ୟୁ ହାର କମାଇବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ତଥାପି ବିଭିନ୍ନ ସମୟରେ ତାହା ବିଫଳ ହେଉଥିବା ଆଜିର ଘଟଣାରୁ ଅନୁମାନ କରାଯାଉଛି। ଭଞ୍ଜନଗର ମେଡିକାଲରେ ବର୍ତ୍ତମାନ ୫୪ ଟି ଡାକ୍ତର ପଦବୀ ଅନୁମୋଦନ ହୋଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୧୭ ଜଣ ଅଛନ୍ତି। ନର୍ସ ୧୭ ଟି ପଦବୀ ଖାଲି ପଡ଼ିଛି। ଫାର୍ମାସିଷ୍ଟ ୨ ଟି ପଦବୀ ସମେତ ଅନ୍ୟାନ୍ୟ ପଦବୀ ଖାଲି ପଡ଼ିଛି। ଏଥିସହ ବର୍ତ୍ତମାନ ମେଡିକାଲରେ ଜାତୀୟ ସୱାସ୍ଥ୍ୟ ମିଶନ ମାଧ୍ୟମରେ ନିଯୁକ୍ତ ଥିବା ୭ ଜଣ କର୍ମଚାରୀ ଆନ୍ଦୋଳନ ଚଳାଇଥିବା ଯୋଗୁଁ ଭୁବନେଶ୍ୱର ଚାଲି ଯାଇଛନ୍ତି। କର୍ମଚାରୀ, ଡାକ୍ତର ପଦବୀ ଖାଲି ପଡିଥିବା ଯୋଗୁଁ ରୋଗୀ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି । ଏହିଭଳି ପରିସ୍ଥିତିରେ ଗୁରୁବାର ଅସ୍ଥିଶଲ୍ୟ ଏବଂ ସର୍ଜରୀ ଡାକ୍ତର ଦୁଇଜଣ ଭଞ୍ଜନଗର ମେଡିକାଲ କୁ ବଦଳି ହୋଇଛି। ସେମାନେ କେବେ ନୂତନ କାର୍ଯ୍ୟରେ ଯୋଗଦେବେ ତାହା ଜଣାପଡିନାହିଁ।
ଭଞ୍ଜନଗର ମେଡ଼ିକାଲ ଉପରେ ଭଞ୍ଜନଗର ଉପଖଣ୍ଡ ସମେତ କନ୍ଧମାଳ ଓ ନୟାଗଡ଼ ଜିଲାର କିଛି ଅଞ୍ଚଳର ରୋଗୀ ଚିକିତ୍ସା ସୁବିଧା ପାଇଁ ର୍ନିଭରଶିଳ । ଏନେଇ ମେଡିକାଲ ଅଧିକ୍ଷକ ଡାକ୍ତର ସିତାନ୍ସୁ ଶେଖର ଶତପଥୀ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଯେ ମହିଳା ଜଣକ ରକ୍ତହୀନତା ରେ ପୀଡ଼ିତ ଥିବା ଯୋଗୁଁ ଚିକିତ୍ସିତ ହେଉଥିଲେ। ୨୭ ତାରିଖରେ ଗୋଟିଏ ରକ୍ତ ଦିଆଯାଇଥିଲା। ୨୮ ରେ ସେ ସୁସ୍ଥ ଥିବା ବେଳେ ଆଉ ଗୋଟିଏ ରକ୍ତ ପ୍ୟାକେଟ ଦିଆଯାଇଥିଲା। ରାତିରେ ସେ ମୃତ୍ୟୁବରଣ କରିଥିଲେ। ସେ ସୁସ୍ଥ ଥିବା ବେଳେ କିଭଳି ମୃତ୍ୟୁବରଣ କଲେ ତାହାର ତଦନ୍ତ କରାଯାଉଛି । ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗକୁ ଅଧିକ୍ଷକ ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri