ରାସ୍ତା ପାର୍ଶରୁ ମରମ ଚୋରି ଅଭିଯୋଗ

ଗଞ୍ଜାମ,୧୧।୭(ବିଦ୍ୟାଧର ସାହୁ )ଗଞ୍ଜାମ ସହର ବଡ଼ବଜାର ବସା ସମୁଖ ରାସ୍ତା ପାର୍ଶରୁ ୩୦ ଟ୍ରିପରୁ ଉର୍ଦ୍ଧ ମରମ ଚୋରି ହୋଇଥିବା ଅଭିଯୋଗ ହୋଇଛି l ଏ ସମ୍ପର୍କରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କୁ ପଚାରିବାରେ ମରମ ଚୋରି ଅଭିଯୋଗ ହୋଇଥିବା ସେ ପ୍ରକାଶ କରିଛନ୍ତି। ଉକ୍ତ ରାସ୍ତାରେ ଫେବର ବ୍ଲକ ପକାଯିବାକୁ ଏସ୍ଟିମେଟ ହୋଇଛି। ତେଣୁ ମରମ ଯେଉଁଠିକୁ ବି ଯିବ ଏନଏସି ପ୍ରଶାସନର ଅବଗତରେ ଯିବା କଥା l ସେଥିରେ ବ୍ୟତିକ୍ରମ ହୋଇଛି ଏନେଇ ତଦନ୍ତ କରାଯିବ ବୋଲି ସେ କହିଛନ୍ତି l ଅନ୍ୟପଟେ ଉକ୍ତ ମରମ ଅନ୍ୟ ଏକ ରାସ୍ତା କାମକୁ ନିଆଯାଇ ବିଲ କରିବାକୁ ମସୁଧା ଚାଲିଥିବା ଶହରରେ ଚର୍ଚ୍ଚା ଜୋର ଧରିଛି l ଦିନ ଦ୍ବିପ୍ରହରରେ ମରମ ଚୋରି ହେଉଛି ଏହା ଦୁର୍ଭାଗ୍ୟର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି l ଗତ ପୌର ନିର୍ବାଚନରେ ସହଯୋଗ କରିଥିବl କିଛି ବ୍ୟକ୍ତିଙ୍କୁ ଲାଭବାନ କରାଇବା ଲକ୍ଷରେ ଏପରି କରାଯାଉଥିବା ଅଭିଯୋଗ ହୋଇଛି l ଏଥିସହ ଏହା ତାଙ୍କ ଜାଣତରେ ନା ଅଜାଣତରେ ତାହା ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l