ଘର ଆଗରୁ ପକ୍କ୍‌ଅପ୍‌ ଗାଡି ଚୋରି ଅଭିଯୋଗ

କୋକସରା,୧୧।୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ଗ୍ରାମର ବ୍ୟବସାୟୀ ସନ୍ତୋଷ ଅଗ୍ରୱାଲଙ୍କ ପିକ୍‌ଅପ୍‌ ଗାଡି ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଏ ନେଇ ଥାନାରେ ତାଙ୍କ ଭାଇ ପ୍ରମୋଦ ଅଗ୍ରୱାଲ ଅଭିଯୋଗ କରିଛନ୍ତି। କୋକସରା ଷ୍ଟେଟ ବ୍ୟାଙ୍କ ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ଥିବା ସନ୍ତୋଷଙ୍କ ଘର ରହିଛି। ପ୍ରତିଦିନ ଭଳି ତାଙ୍କର ପିକ୍‌ଅପ୍‌ ଓ କାର ବାହାରେ ରହିଥିଲା। ପିକ୍‌ଅପ୍‌ ଗାଡି (ନଂ.ଓଡି୦୮ବି ୬୭୨୫) ଦୁର୍ବୃତ୍ତମାନେ ଚୋରି କରି ନେଇଛନ୍ତି। ଗାଡି ମାଲିକଙ୍କ ବଡ଼ଭାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ଚୋରି ମାମଲା ରୁଜୁ କରି ରାସ୍ତାରେ ରହିଥବା ବିଭିନ୍ନ ସ୍ଥାନର ସିସିଟିଭିକୁ ଆଧାର କରି ତଦନ୍ତ ଜାରି ଜାରି ରଖିଛି।

Share