ପୁଅ ପାଇଁ ଭୋଟ ମାଗିବାକୁ ଯାଇଥିଲେ, ମହିଳାଙ୍କୁ ଦେଲେ ଧମକ, ପ୍ରତାପଙ୍କ ନାଁରେ ବଡ଼ ଅଭିଯୋଗ

ଭୁବନେଶ୍ୱର,୨୪।୫: ଭୋଟ ମାଗିବାକୁ ଯାଇ ମହିଳା ୱାର୍ଡମେମ୍ବରଙ୍କୁ ଧମକ ଦେଲେ ବିଜେଡି ବିଧାୟକ ପ୍ରତାପ ଜେନା। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଅଶାଳୀନ ଶବ୍ଦ ବ୍ୟବହାର କରୁଥିବା ବ୍ୟକ୍ତି ପ୍ରତାପ ଜେନା ବୋଲି କୁହାଯାଉଛି।

ଅଭିଯୋଗ ଅନୁସାରେ, ଦୁଇ ଦିନ ତଳେ ପୁଅ ଅଙ୍କିତଙ୍କ ପାଇଁ ମାହାଙ୍ଗା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତର ୧୧ ନମ୍ବର ୱାର୍ଡର ମହିଳା ସଭ୍ୟ ସ୍ବର୍ଣ୍ଣଲକ୍ଷ୍ମୀ ନାୟକଙ୍କ ଘରକୁ ପ୍ରତାପ ଭୋଟ ମାଗିବାକୁ ଯାଇଥିଲେ। ଏହି ସମୟରେ ବିଧାୟକ ହଠାତ୍‌ ଉକ୍ତ ମହିଳାଙ୍କ ଉପରେ ରାଗିଯାଇ କିଛି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି।

 

Share