ଗୁଣିଗାରେଡ଼ି ସନ୍ଦେହରେ ନିର୍ଯାତନା ଅଭିଯୋଗ

କେନ୍ଦୁଝର,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ନୟାକୋଟ ଥାନା ଅଧୀନ ଯାତ୍ରା ପଞ୍ଚାୟତ ଶୁକଡଳା ଗ୍ରାମର କେଶବ ବାରିକ ବୁଧବାର କେନ୍ଦୁଝର ଏସ୍‌ପି ନୀତିନ କୁଶଲକରଙ୍କୁ ଭେଟି ଗୁଣିଗାରେଡ଼ି ସନ୍ଦେହରେ ତାଙ୍କ ପରିବାର ଲୋକଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ କରିଛନ୍ତି।

କେଶବଙ୍କ ଅଭିଯୋଗ ମୁତାବକ, ୨ ବର୍ଷ ହେବ ଜଣେ ପଡ଼ୋଶୀ ଗୁଣିଗାରେଡ଼ି ସନ୍ଦେହରେ ଆରୋପ ଲଗାଇ ତାଙ୍କ ପରିବାରକୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଛନ୍ତି। ଏନେଇ ନୟାକୋଟ ଥାନାରେ ପରିବାର ପକ୍ଷରୁ ୪ଥର ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ବରଂ ଥାନା ପକ୍ଷରୁ ତାଙ୍କ ବିରୋଧରେ ୧୦୭ ଦଫାରେ ମାମଲା ରୁଜୁ କରିବାକୁ ଧମକ ଦିଆଯାଉଥିବା ସେ ଏସ୍‌ପିଙ୍କୁ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଗୁଣିଗାରେଡ଼ି ସନ୍ଦେହଜନିତ ହତ୍ୟା ମାମଲାରେ କେନ୍ଦୁଝର ଜିଲା ଆଗରେ ରହିଛି। ଏଭଳି ସ୍ଥିତିରେ ପୋଲିସ ପ୍ରଶାସନ ପକ୍ଷରୁ ଗୁଣିଗାରେଡ଼ି ବିରୋଧରେ ଲୋକଙ୍କୁ ସଚେତନତା ଲାଗି ପ୍ରୟାସ କରାଯାଉଛି। ହେଲେ ବାଂଶପାଳ ମାମଲାରେ ଏହାର ଓଲଟା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘିବ୍‌ଲି ପଛର ରୋଚକ କଥା

ଆଜିକାଲି ସୋସିଆଲ ମିଡିଆରେ ଘିବ୍‌ଲି ଆର୍ଟ ଆନିମେଟେଡ ଫଟୋର ଟ୍ରେଣ୍ଡ ଚାଲିଛି । ତେବେ ଜାଣନ୍ତି କି ଏହି ଘିବ୍‌ଲି ଆର୍ଟକ’ଣ ଓ କେଉଁଠୁ ଆସିଛି?...

ଲଗାତର ଦ୍ୱିତୀୟଥର ପାଇଁ ରେପୋ ରେଟ୍‌ କମାଇଲା RBI: EMI ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୯।୪: କମିଲା ରେପୋ ରେଟ। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌କୁ ୨୫ ବେସିସ ପଏଣ୍ଟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଏହା ପରେ ରେପୋ...

ଆଧାରକୁ ନେଇ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି: ଏବେ କାର୍ଡ ନୁହେଁ, QR ମାଧ୍ୟମରେ ହେବ ସମସ୍ତ କାମ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୯।୪: ଭାରତୀୟ ସ୍ବତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ପରୀକ୍ଷଣ ପର୍ଯ୍ୟାୟରେ ନୂତନ ଆଧାର କାର୍ଡ ଆପ ଲଞ୍ଚ କରିଛି। ଯଦି ଏହି ପରୀକ୍ଷଣ ସଫଳ ହୁଏ,...

ବହିଷ୍କାର ନିର୍ଦ୍ଦେଶ ପରେ ଆମେରିକା ଛାଡ଼ି ନ ଥିଲେ ଦିନକୁ ଏତିକି ଟଙ୍କା ଜରିମାନା

ଓ୍ବାଶିଂଟନ,୯।୪:ବହିଷ୍କାର ନିର୍ଦ୍ଦେଶ ପରେ ଯେଉଁ ଆପ୍ରବାସୀମାନେ ଆମେରିକା ଛାଡ଼ି ନ ଥିବେ, ସେମାନଙ୍କ ଉପରେ ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନ ଦୈନିକ ୯୯୮ ଡଲାର ଜରିମାନା ଲଗାଇବେ...

ଯୁବତୀଙ୍କୁ ଗଣବଳାତ୍କାର : ନାବାଳକ ସହ ୨ କୋର୍ଟ ଚାଲାଣ

ଭବାନୀପାଟଣା,,୯।୪((ଉତ୍ତମ କୁମାର ଦାଶ):  କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଞ୍ଚଳରେ ଗତ ମାର୍ଚ୍ଚ ୨୬ ତାରିଖ ରାତିରେ ଜଣେ ଯୁବତୀ ଗଣବଳାତ୍କାର ଶିକାର ହୋଇଥିବା ଅଭିଯୋଗ...

ସଫଳତାର ସହ ପଞ୍ଚୁଦଣ୍ଡ ଶେଷ: ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଲା

ଦାରିଙ୍ଗବାଡ଼ି,୯।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିରେ ସଫଳତାର ସହ ପଞ୍ଚୁଦଣ୍ଡ ମିଳନ କାର୍ଯ୍ୟକ୍ରମ ବୁଧବାର ସକାଳ ୭ ଟାରେ ସମ୍ପୂର୍ଣ୍ଣ ହୋଇଛି।ଜିଲାର...

ସିଆର୍‌ପିଏଫ୍‌ ୨୧୬ ବାଟାଲିୟନ ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ

ନୂଆପଡ଼ା୯୪ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ଜାମଗାଁ ସିଆର୍‌ପିଏଫ୍‌ କ୍ୟାମ୍ପ ସମ୍ମୁଖରେ ୨୧୬ ବାଟାଲିୟାନ ପକ୍ଷରୁ...

କଶ୍ମୀର ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଶ୍ରୀନଗର,୯।୪:ନିକଟରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ଓ୍ବକ୍‌ଫ ସଂଶୋଧନ ଆଇନ, ୨୦୨୫ ଉପରେ ଜମ୍ମୁ-କଶ୍ମୀର ବିଧାନସଭାରେ ଆଲୋଚନା ପାଇଁ ବାଚସ୍ପତି ଅବଦୁଲ ରହିମ ରାଠେର ଅନୁମତି ଦେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image