ସୁନ୍ଦରଗଡ,୩ା୨(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତର ସରପଞ୍ଚ ବେନିୟମ କାର୍ଯ୍ୟ କରୁଥିବା ଅଭିଯୋଗ କରି ସୋମବାର ଗ୍ରାମବାସୀ ଜିଲାପାଳଙ୍କ ଠାରେ ଫେରାଦ ହୋଇଛନ୍ତି। ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ରବିନାୟଣ ସାହୁଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏଦିଗରେ ୫ ଦିନ ମଧ୍ୟରେ ପଦକ୍ଷେପ ଗ୍ରହଣ ନ କଲେ ଗ୍ରାମବାସୀ ପଞ୍ଚାୟତ ଅଫିସରେ ତାଲା ପକାଇବା ପାଇଁ ଚେତାବନୀ ଦେଇଛନ୍ତି।