ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ

ଦିଗପହଣ୍ଡି,୨୧ା୧(ଡି.ଏନ.ଏ.):  ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗଁାରେ ଘରେପଶି ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ନେଇ ମହିଳା ଜଣକ ଗୁରୁବାର ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି ବସନ୍ତ କୁମାର ସେଠୀ କେସ୍‌ ନଂ.୧୮/୨୧ରେ ୨ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଅଭିଯୁକ୍ତ ଦ୍ୱୟ ଫେରାର ଥିବା ତଦନ୍ତକାରୀ ପୋଲିସ ଅଧିକାରୀ ସସ୍ମିତା ସେଠୀ କହିଛନ୍ତି।
ଗତ ମଙ୍ଗଳବାର ମହିଳା ଜଣକ ଘରେ ଏକୁଟିଆ ଥିବା ସୁଯୋଗ ନେଇ ସେହି ଗଁାର ୨ ଜଣ ବ୍ୟକ୍ତି ଘରେ ପଶି ବଳାତ୍କାର ଉଦ୍ୟମ କରିଥିଲେ। ସ୍ବାମୀ ଆସି ଦେଖିଦେବାରୁ ଉଭୟେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ସମସ୍ତ ଘଟଣାର ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେବାର ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି।