ଖେଳାଳି ଚୟନରେ ପକ୍ଷପାତିତା ଅଭିଯୋଗ

ଅନୁଗୋଳ ଅଫିସ, ୧୫।୩: ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ (ଓସିଏ) ପକ୍ଷରୁ କଳାହାଣ୍ଡି କପ୍‌ ପାଇଁ ଜିଲାସ୍ତରୀୟ ଖେଳାଳି ଚୟନ ପ୍ରକ୍ରିୟା ବେଳେ ଅନୁଗୋଳ ଜିଲା କ୍ରିକେଟ୍‌ ଆସୋସିଏଶନ (ଏଡିସିଏ) ବିରୋଧରେ ପକ୍ଷପାତିତା ଅଭିଯୋଗ ହୋଇଛି। ଏଡିସିଏ ଠିକ୍‌ ଭାବେ ଖେଳାଳି ଚୟନ କରି ନ ଥିବା ୨ ଖେଳାଳି ଦୁଷ୍ମନ୍ତ ନାଏକ ଓ ଶୁଭକାନ୍ତ ସାହୁ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଅଭିଯୋଗରେ ଖେଳାଳି ଦ୍ୱୟ ଦର୍ଶାଇଛନ୍ତି, ଆସନ୍ତା ୧୬ ତାରିଖରୁ କଳାହାଣ୍ଡି କପ୍‌ ଖେଳାଯିବ। ଏଥିନିମନ୍ତେ ଖେଳାଳି ଚୟନ ପାଇଁ ଅନୁଗୋଳ ଜିଲା କ୍ରିକେଟ୍‌ ଆସୋସିଏଶନ ଦ୍ୱାରା ଇଣ୍ଟ୍ରା ସିଲେକ୍ସନ ମ୍ୟାଚର ଆୟୋଜନ କରାଯାଇଥିଲା। ସ୍ଥାନୀୟ କଦମ ପଡ଼ିଆରେ ଅନୁଷ୍ଠିତ ଏହି ମ୍ୟାଚରେ ନିୟମିତ ଭାବେ ଉତ୍ତମ ଖେଳ ପ୍ରଦର୍ଶନ କରିଥିଲେ। ଶୁଭକାନ୍ତ ସାହୁ ୪ ମ୍ୟାଚରେ ୧୧୪ ରନ କରିବା ସହ ୮ ଉଇକେଟ ନେଇଥିଲେ। ସେହିପରି ଦୁଷ୍ମନ୍ତ ନାୟକ ୪ ମ୍ୟାଚରେ ୧୮୨ ରନ ଓ ୧ଟି ଉଇକେଟ ନେଇଥିଲେ। ହେଲେ ଏଡିସିଏ ପକ୍ଷରୁ ଖେଳାଳି ଚୟନ ତାଲିକା ପ୍ରକାଶ କରାଗଲା ନାହିଁ। ଏପରି କି ପକ୍ଷପାତ ମନୋଭାବ ରଖି ଖେଳାଳିମାନଙ୍କୁ ଫୋନ କରାଯାଇ ଅପରାହ୍ନ ୨ଟାରେ ବସ୍‌ଷ୍ଟାଣ୍ଡରେ ପହଞ୍ଚିବାକୁ କୁହାଗଲା। ଏହା ଜାଣିବା ପରେ ଦୁହେଁ ଏଡିସିଏ ସମ୍ପାଦକ ଓ କର୍ମକର୍ତ୍ତାଙ୍କୁ ଯୋଗାଯୋଗ କରିଥିଲେ। ହେଲେ ସେମାନଙ୍କ ଅଭିଯୋଗକୁ କେହି କର୍ଣ୍ଣପାତ କଲେ ନାହିଁ। ସମ୍ପାଦକ କିଛି କରିପାରିବେ ନାହିଁ ବୋଲି ସିଧାସଳଖ କହିବା ସହ ସିଲେକ୍ସନ କମିଟି ଯେଉଁ ଖେଳାଳି ତାଲିକା ଘୋଷଣା କରିଛି, ସେହି ଟିମ୍‌ ଖେଳିବାକୁ ଯିବ ବୋଲି କହିଥିଲେ। ତେବେ ଅଭିଯୋଗ ପରେ ଅନ୍ୟ ଜଣେ ଖେଳାଳିଙ୍କୁ ଫୋନ କରାଯାଇ ବସ୍‌ଷ୍ଟାଣ୍ଡରେ ପହଞ୍ଚିବାକୁ କୁହାଯାଇଥିଲା। ବାହାର ଜିଲାର ଖେଳାଳିଙ୍କୁ ଅନୁଗୋଳରେ ଖେଳିବାର ସୁଯୋଗ ଦିଆଯିବା ସହ ଚୟନ କରାଯାଉଥିବା ବେଳେ ଏଠାକାର ପ୍ରତିଭା ସମ୍ପନ୍ନ ଖେଳାଳିଙ୍କୁ ଉପେକ୍ଷା କରାଯାଉଥିବାରୁ କାହା ସ୍ବାର୍ଥରେ ଅନୁଗୋଳ ଜିଲା କ୍ରିକେଟ୍‌ ଆସୋସିଏଶନ କାର୍ଯ୍ୟ କରୁଛି ବୋଲି ଖେଳାଳି ଦ୍ୱୟ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଅଭିଯୋଗକାରୀ ଶୁଭକାନ୍ତ କହିଛନ୍ତି, ରାତିରେ ଫୋନ୍‌ ଯିବ ବୋଲି ୧୩ ତାରିଖ ଅପରାହ୍ନରେ ଆମମାନଙ୍କୁ କୁହାଯାଇଥିଲା। ହେଲେ ଯେଉଁମାନେ ଭଲ ପ୍ରଦର୍ଶନ କରି ନ ଥିଲେ ସେମାନଙ୍କୁ ଫୋନ୍‌ କରାଗଲା। ଅନୁଗୋଳ ଜିଲା କ୍ରିକେଟ ଆସୋସିଏଶନ ସଭାପତି ପ୍ରତାପ ପ୍ରଧାନ କହିଛନ୍ତି, ଚୟନରେ କୌଣସି ପାତର ଅନ୍ତର କରାଯାଇନାହିଁ। ଇଣ୍ଟ୍ରା କ୍ଲବରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କ ନାମ ଓସିଏକୁ ଯାଇଥିଲା। ସେଠାରୁ ଏକ ୩୫ ଜଣିଆ ତାଲିକା ଆସିଥିଲା। ଏହା ମଧ୍ୟରୁ ପିଲାଙ୍କୁ ଚୟନ କରାଯାଇଛି। ୩ ଜଣ ଚୟନକର୍ତ୍ତା ରହିଥିବାବେଳେ ଏଡିସିଏ ସମ୍ପାଦକ ତଦାରଖ କରିଥିଲେ। ସେଥିମଧ୍ୟରୁ ୧୮ ଜଣଙ୍କୁ ଚୟନ କରାଯାଇଛି। ଏନ୍‌ଓସି ନେଇ ଆସିଥିବା ପିଲା ଅନୁଗୋଳ କ୍ରିକେଟ କ୍ଲବରେ ଖେଳୁଥିଲେ। ତେଣୁ ସେମାନଙ୍କୁ ଚୟନ କରାଯାଇଛି। ଚୟନରେ କୌଣସି ପକ୍ଷପାତିତା କରାଯାଇ ନ ଥିବା ଏଡିସିଏ ସଭାପତି ପ୍ରଧାନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

କୁଚିଣ୍ଡା,୩୦୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା କୁସୁମୀ ଫାଣ୍ଡି ଅଞ୍ଚଳରେ ଘରୋଇ କଳହକୁ ନେଇ ଜଣେ ମହିଳାଙ୍କୁ ହତ୍ୟା କରିଛନ୍ତି ତାଙ୍କ ସ୍ବାମୀ। ମୃତା...

ଦୁର୍ଘଟଣାରେ ସେନା କର୍ମଚାରୀଙ୍କ ଚାଲିଗଲା ଜୀବନ

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନୂଆଗାଁ ଗ୍ରାମର ଷଷ୍ଠ ବାଟାଲିୟନ, ବିହାର ରେଜିମେଣ୍ଟରେ ହାବିଲଦାର ତଥା ଗାଡ଼ି ଚାଳକ...

ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ, ୨ ଅଭିଯୁକ୍ତଙ୍କୁ ଛଡ଼ାଇନେଲେ

କୋରେଇ,୩୦।୩(ଚନ୍ଦ୍ରକାନ୍ତ ପତି): ଚୋରି ବାଇକ୍‌କୁ ଜବତ କରିବାକୁ ଯାଇଥିବା ଯାଜପୁର ଜିଲା କୋରେଇ ଥାନା ପୋଲିସ ଟିମ୍‌କୁ ପୂର୍ବକୋଟ ତେଲେଙ୍ଗା ବସ୍ତିର ଲୋକମାନେ ଆକ୍ରମଣ କରିବା...

ନବବଧୂଙ୍କ ମୃତ୍ୟୁ, ସ୍ବାମୀ ଥାନାରେ ଅଟକ

ହିଞ୍ଜିଳିକାଟୁ,୩୦।୩(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡ଼ା ଗ୍ରାମରେ ଜଣେ ନବବଧୂଙ୍କ ମୃତ୍ୟୁ ଘଟିଛି। କୋଳିଦାସପୁର ଗ୍ରାମର ଶଙ୍କର ଭଉଳଙ୍କ ଝିଅ ଦୀପିକା ଭଉଳ(୧୯)।...

୪ବର୍ଷ ତଳେ କରିଥିଲେ ବିବାହ: ଘରୁ ମିଳିଲା ଦମ୍ପତିଙ୍କ ମୃତଦେହ

ମୁରିବାହାଲ,୩୦ା୩(ଶ୍ରୀବତ୍ସ ବେହେରା): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ଗୁଡିଘାଟ ଗ୍ରାମରେ ରବିବାର ଏକ ଦମ୍ପତିଙ୍କ ମୃତଦେହ ବନ୍ଦ କୋଠରିରୁ ଜବତ କରାଯାଇଛି। ସେମାନେ ହେଲେ...

ଭାଜପା କର୍ମୀଙ୍କୁ ଗୁଳି କରି ହତ୍ୟା

କବିସୂର୍ଯ୍ୟନଗର,୩୦ା୩(କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ପଥରାପଲ୍ଲୀ ଗାଁର ମୁଖ୍ୟ ସଡ଼କ ଉପରେ ରବିବାର ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

ବାଇକ୍‌ ଦୁର୍ଘଟଣାରେ ଜଣେ ଛାତ୍ର ମୃତ, ଅନ୍ୟ ଜଣେ ଗୁରୁତର

ଥୁଆମୂଳ ରାମପୁର,୩୦।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଧୀନ ବାଗଡିଆଣି-ଲାଠିଆଗୁଡ଼ା ଛକ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା...

ହାତୀଙ୍କୁ ଠେଙ୍ଗାରେ ମାଡ଼ ଘଟଣା: ଭିଡିଓ ଭାଇରାଲ ପରେ ଅଭିଯୁକ୍ତ ଚିହ୍ନଟ

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ହାତୀପଲକୁ ଠେଙ୍ଗାରେ ମାଡ଼ ଘଟଣାରେ ବନ ବିଭାଗ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ଭିଡିଓ ଭାଇରାଲ ପରେ ଧରିତ୍ରୀରେ ଖବର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image