ବିଜେଡି ଟଙ୍କା ବାଣ୍ଟୁଥିବା ଅଭିଯୋଗ

ଆରଡ଼ି, ୧୭।୧ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତ ମୁଆଁ ଗାଁରେ ରବିବାର ବିଜେଡି ନେତା ଟଙ୍କା ବାଣ୍ଟୁଥିବା ନେଇ ଯୁବକମାନେ ଅଭିଯୋଗ କରିଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଜଣେ ପୂର୍ବତନ ସରପଞ୍ଚ, ଅନ୍ୟ ଜଣେ ପୂର୍ବତନ ସରପଞ୍ଚଙ୍କ ସ୍ବାମୀ ଓ କେତେଜଣ ଯୁବକ ଟଙ୍କା ବାଣ୍ଟୁଥିବା ମୁଅଁା ଗ୍ରାମର କିଛି ଯୁବକ କହୁଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ ଟଙ୍କା ବଣ୍ଟା ଯାଉଥିବା ଭିଡିଓରେ ଦେଖାଯାଉ ନ ଥିଲେ ହେଁ ଯେଉଁମାନଙ୍କ ନାଁ କୁହାଯାଉଛି ସେମାନେ ପ୍ରତିବାଦ କରି ନାହାନ୍ତି। କିଛି ସମୟ ପରେ ଉକ୍ତ ବ୍ୟକ୍ତିମାନଙ୍କୁ ଗ୍ରାମର ଉତ୍ତ୍ୟକ୍ତ ଯୁବକମାନେ ଗାଳିଗୁଲଜ କରି ବାହାର କରିଦେଉଥିବା ମଧ୍ୟ ଭିଡିଓରେ ରହିଛି। ତେବେ ଏଭଳି ଟଙ୍କା ବଣ୍ଟା ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଜଣାପଡିଛି।

Share