ରାଜନୈତିକ ଶତ୍ରୁତାରୁ ବୋମାମାଡ଼ ଅଭିଯୋଗ: ଦୁର୍ବୃତ୍ତ ଫେରାର

ଖଲ୍ଲିକୋଟ,୧୯।୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଛକରେ ଥିବା ମୃତ ଦିଲ୍ଲୀପ ପାହାନଙ୍କ ଶ୍ରୀ ରାମ ଟାଇଲସ ଓ ମାର୍ବଲ ଦୋକାନ ଆଗରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଚଳିତ ନିର୍ବାଚନ ସମୟରେ ଦିଲ୍ଲୀପଙ୍କୁ ହତ୍ୟା କରାଯାଇଥିଲା।
ରାଜନୈତିକ ହିଂସା ଘଟଣା କୁ ନେଇ ବୋମା ମାଡ଼ ହୋଇଥିବା ଦିଲ୍ଲୀପ ପରିବାରଙ୍କ ସୂଚନା
ଦେଇଛନ୍ତି। ଦୋକାନ ବନ୍ଦ ଥିବାବେଳେ ୩ଟି ବୋମା ମାଡ଼ କରିଛନ୍ତି ଦୁର୍ବୃତ୍ତ। ଘଟଣାସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share