ବିଦ୍ୟାଳୟରେ ମଳ ତ୍ୟାଗ କରି ପାଇପ୍‌ ଭାଙ୍ଗିଲେ ଦୁର୍ବୃତ୍ତ

ନିରାକାରପୁର,୨।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ଶିକ୍ଷା ବିଭାଗ ଅଧୀନ ଡିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କେତେକ ଦୃର୍ବୃତ୍ତ ସ୍କୁଲରେ ପଶି ମଳ ତ୍ୟାଗ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ, ସ୍କୁଲ ବନ୍ଦ ଥିବା ବେଳେ କେତେକ ଦୁର୍ବୃତ୍ତ ସ୍କୁଲରେ ପଶି ବିଶୁଦ୍ଧ ପାଣି ପାଇଁ ଲାଗିଥିବା ମେଶିନ, ଟ୍ୟାପ୍‌ ଏବଂ ପାଣି ପାଇପ୍‌ ଭଙ୍ଗାରୁଜା କରିଛନ୍ତି।
ଶିକ୍ଷକମାନେ ସ୍କୁଲ ଖୋଲି ଦେଖିବା ପରେ ପରିଚାଳନା କମିଟିକୁ ଖବର ଦେଇଥିଲେ। ଏନେଇ ସ୍କୁଲ ପକ୍ଷରୁ ସ୍ଥାନୀୟ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରେଣୁବାଳା ବେହେରାଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରାଯାଇଥିବା କହିଛନ୍ତି।

Share