ପୂର୍ବ ଶଙ୍କରାଚାର୍ଯ୍ୟଙ୍କ ସମାଧି ସ୍ଥାନରେ ଘର ନିର୍ମାଣ ଅଭିଯୋଗ

ପୁରୀ,୧୬ା୬(ଅଜିତ୍‌ କୁମାର ମହାନ୍ତି)ସନାତନ ହିନ୍ଦୁ ଧର୍ମରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସ୍ଥାନ ସର୍ବୋଚ୍ଚ। ଚାରିଗୋଟି ପୀଠ ମଧ୍ୟରୁ ପୁରୀର ଗୋବର୍ଦ୍ଧନ ପୀଠ ଅନ୍ୟତମ। ଆଦି ଶଙ୍କରଙ୍କ ପରେ ତାଙ୍କର ଶିଷ୍ୟମାନେ ଗୋବର୍ଦ୍ଧନ ପୀଠରେ ଶଙ୍କରାଚାର୍ଯ୍ୟ ଭାବରେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ବର୍ତ୍ତମାନ ଜଗଦ୍‌ଗୁରୁ ଶଙ୍କରାଚାଯର୍ର୍‌ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ପୁରୀ ଗୋବର୍ଦ୍ଧନ ପୀଠର ୧୪୫ତମ ଶଙ୍କରାଚାର୍ଯ୍ୟ ଅଟନ୍ତି। ତାଙ୍କ ପୂର୍ବରୁ ଯେଉଁ ଶଙ୍କରାଚାର୍ଯ୍ୟମାନେ ଥିଲେ ସେମାନଙ୍କ ସ୍ବର୍ଗବାସ ପରେ ମଠ ପଛପାର୍ଶ୍ୱରେ ଥିବା ସ୍ଥାନରେ ସେମାନଙ୍କୁ ସମାଧି ଦିଆଯାଇଛି। ତେବେ କାଳକ୍ରମେ ମଠର ଜାଗାକୁ ଅସାଧୁ ଉପାୟରେ ଅନେକ ବ୍ୟକ୍ତି ମାଡ଼ି ବସିଛନ୍ତି। ଏପରି କି ଏହା ଐତିହ୍ୟ କୀର୍ତ୍ତିରାଜି ହୋଇଥିଲେ ସୁଦ୍ଧା ଏହାର ସଂରକ୍ଷଣ ନେଇ ପୂର୍ବ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ଏବେ ମଠର ପଛପାର୍ଶ୍ୱ ସାତସାନ ଲେନ୍‌କୁ ଲାଗି ରହିଥିବା ପୂର୍ବତନ ଶଙ୍କରାଚାର୍ଯ୍ୟ ଏବଂ ସାଧୁସନ୍ଥଙ୍କ କିଛି ସମାଧିକୁ ଜଣେ ବ୍ୟକ୍ତି ଭାଙ୍ଗି ଘର ନିର୍ମାଣ କରୁଥିବା ନେଇ ଅଭିଯୋଗ ହୋଇଛି। ଅପରକ୍ଷରେ ଘର ନିର୍ମାଣ କରୁଥିବା ବ୍ୟକ୍ତି ଆପୋସ ବୁଝାମଣାରେ ମଠ ଜାଗା ଛାଡ଼ିଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି।
ଏନେଇ ଗୋବର୍ଦ୍ଧନ ମଠ କାର୍ଯ୍ୟାଳୟ ସମ୍ପାଦକ ଶ୍ରୁୟସ ପ୍ରଶାନ୍ତ ଏବଂ ମଠର ଲୋକ ସମ୍ପର୍କ ଅଧିକାରୀ ଦେବାଶିଷ ମିଶ୍ର ସୂଚନା ଦେଇ କହିଛନ୍ତି, ମଠର ପଛପାର୍ଶ୍ୱରେ କିଛି ଦିନ ହେବ ଜଣେ ବ୍ୟକ୍ତି ତାଙ୍କର ପୁରୁଣାଘରକୁ ଭାଙ୍ଗି ନୂତନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ସେ ତାଙ୍କ ଘର ନିର୍ମାଣ ସମୟରେ ମଠ ପରିସରରେ ଥିବା ପୂବ ଶଙ୍କରାଚାର୍ଯ୍ୟଙ୍କ କିଛି ସମାଧିକୁ ଭାଙ୍ଗି ତାହା ଉପରେ ନିର୍ମାଣ କାର୍ଯ୍ୟ କରୁଛନ୍ତି। ଏହା ଜାଣିବା ପରେ ଆଲୋଚନା ନିମନ୍ତେ ମଠ ପରିଚାଳନା କମିଟି ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କୁ ବାରମ୍ବାର ଡାକିବା ପରେ ମଧ୍ୟ ବ୍ୟକ୍ତିଜଣଙ୍କ ଏସମ୍ପର୍କରେ ଆଲୋଚନା କଲେ ନାହିଁ। ଫଳରେ ଶୁକ୍ରବାର ମଠପକ୍ଷରୁ ଆରକ୍ଷୀ ଅଧୀକ୍ଷକ ଓ ଜିଲା ପ୍ରଶାସନକୁ ଲିଖିତ ଆକାରରେ ଜଣାଯାଇଥିଲା। ପ୍ରଶାସନକୁ ଜଣାଇବା ପରେ ଶନିବାର ପୋଲିସ, ଉପଜିଲାପାଳ, ତହସିଲଦାର ଘଟଣାସ୍ଥଳକୁ ଆସି ସମସ୍ତ ଘଟଣା ଦେଖି ଅନୁଧ୍ୟାନ କରିବା ସହ ଘର ନିର୍ମାଣ କରୁଥିବା ବ୍ୟକ୍ତିଙ୍କ ସହ ଆଲୋଚନା କରିଛନ୍ତି। ଏପରିକି ଜିଲାପାଳ ମଧ୍ୟ ଉଭୟ ମଠ କର୍ତ୍ତୃପକ୍ଷ ଏବଂ ଘର ନିର୍ମାଣ କରୁଥିବା ବ୍ୟକ୍ତିଙ୍କୁ ଆଲୋଚନା ପାଇଁ ଡକାଇଥିବା ମିଶ୍ର କହିଛନ୍ତି। ଅପରପକ୍ଷରେ ଘର ନିର୍ମାଣ କରୁଥିବା ବିଶ୍ୱମ୍ଭର ସାହୁ କହିଛନ୍ତି, ଆମେ ଏକ ଘର କିଣିଥିଲୁ। ବର୍ତ୍ତମାନ ସେହି ଘରକୁ ଭାଙ୍ଗି ନୂତନ ଭାବରେ ଘର ନିର୍ମାଣ କରୁଛୁ। ନିର୍ମାଣ କରିବା ସମୟରେ ସେଠାରେ କିଛି ସମାଧି ରହିଥିବା ଗୋବର୍ଦ୍ଧନ ମଠ ପକ୍ଷରୁ ଜାଣିବାକୁ ପାଇଛୁ। ତେବେ ଆପୋସ ବୁଝାମଣାରେ ଆମେ ମଠର ଯେତିକି ଜାଗା ତାହା ଛାଡ଼ି ଦେବୁ ଏବଂ ଏଥିରେ କୌଣସି ଆପତ୍ତି ନ ଥିବା ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତାପୁର ଗ୍ରାମରେ କଳିକଳୁଷ ନାଶ ବିଶ୍ୱଶାନ୍ତି ମହାଯଜ୍ଞ

ପୁରୁଷୋତ୍ତମପୁର,୨୧।୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ପ୍ରତିଷ୍ଠିତ କିମ୍ବଦନ୍ତୀପୂର୍ଣ୍ଣ ତୁମ୍ବେଶ୍ବର ମହାଦେବଙ୍କ ପୀଠରେ ରାଜ୍ୟ,ଦେଶ ସହ ବିଶ୍ବର ମଙ୍ଗଳ ଲାଗି...

ପୋପ ଫ୍ରାନ୍ସିସ କିଏ? ଯିଏ ଶରଣାର୍ଥୀଙ୍କ ପାଦ ଧୋଇ କରିଥିଲେ ସେବା

ଭାଟିକାନ୍‌ ସିଟି,୨୧।୪:ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସର୍ବୋଚ୍ଚ ଧାର୍ମିକ ନେତା ପୋପ ଫ୍ରାନ୍ସିସଙ୍କର ୮୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କିଛି ଦିନ ଧରି ଗୁରୁତର ଅସୁସ୍ଥ...

ଦିନ ୨ଟା ୩୦ ସୁଦ୍ଧା ୪୪ଡ଼ିଗ୍ରୀ ଅତିକ୍ରମ କଲା ତାତି, ଉପକୂଳରେ ଆଦ୍ରତା କରୁଛି କଲବଳ

ଭୁବନେଶ୍ୱର,୨୧।୪: ରାଜ୍ୟରେ ବୃଦ୍ଧି ପାଇଛି ତାତିର ପ୍ରଭାବ। ପଶ୍ଚିମରେ ପ୍ରବଳ ତାତି ଅନୁଭୂତ ହେଉଥିଲା ବେଳେ ଉପକୂଳର ଆଦ୍ରତା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ରବିବାର ଝାରସୁଗୁଡା...

ନକଲି ଆଦିବାସୀଙ୍କୁ ଚିହ୍ନଟ ଦାବି ତେଜିଲା: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଦିବାସୀ ଯୁବ ନେତା

କର୍ଲାମୁଣ୍ଡା:୨୧।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କିଛି ଅଣ ଆଦିବାସୀ ଜାତି ଗତ ପ୍ରମାଣ ପତ୍ର ହାସଲ କରି ଶିକ୍ଷୟିତ୍ରୀ, ଶିକ୍ଷକ ଭାବେ...

୬ ମାସ ହେଲା ଅଚଳ ବିଦ୍ୟାଳୟରେ ଥିବା ସୋଲାର ଟାଙ୍କି, ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଲାଗି ଘୋର ସମସ୍ୟା

କେସିଙ୍ଗା,୨୧।୪(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଧୀନସ୍ଥ କିକିଆ ଗ୍ରାମସ୍ଥିତ ବାପୁଜୀ ସରକାରୀ ଉ.ପ୍ରା. ବିଦ୍ୟାଳୟ ୨୦୦୪ ମସିହାରେ ସ୍ଥାପିତ ହୋଇଛି।...

କୋରାପୁଟ ଜିଲାପାଳ ପାଇଲେ ପ୍ରଧାନମନ୍ତ୍ରୀ ଆଓ୍ବାର୍ଡ

କୋରାପୁଟ/ପଟ୍ଟାଙ୍ଗି,୨୧।୪(ଅମିତାଭ ବେହେରା/ଶରତ କୁମାର ଧଳ): କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଗତ ୨୦୨୪ ମସିହାରେ ଜିଲାରେ ଉଲ୍ଲେଖନୀୟ କାର୍ଯ୍ୟକାରିତା ପାଇଁ କୋରାପୁଟ ଜିଲାପାଳ ଭି କୀର୍ତି...

ପୂର୍ବତନ ଡିଜିପିଙ୍କୁ ମାଛ ଖାଇବାକୁ ଦେଇ ଛୁରୀ ଭୁସି ଦେଇଥିଲେ ସ୍ତ୍ରୀ, ତଦନ୍ତରୁ ହେଲା ବଡ଼ ଖୁଲାସା

ବେଙ୍ଗାଲୁରୁ,୨୧।୪: କର୍ଣ୍ଣାଟକର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଓମ ପ୍ରକାଶଙ୍କ ହତ୍ୟା ସମ୍ପର୍କିତ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏବେ ସୂଚନା ଆସିଛି...

ସଇତାନ ସ୍ବାମୀର କାରନାମା: ସ୍ତ୍ରୀକୁ ମାରି ବକ୍ସ ଖଟରେ ୨ ଦିନ ଲୁଚାଇଲେ

ନବରଙ୍ଗପୁର,୨୧।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଂଚଳରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀ ହତ୍ୟା କରି ବକ୍ସ ଖଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image