Categories: ଜାତୀୟ

ସ୍କୁଲରେ ଧର୍ମ ପରିବର୍ତ୍ତନ ଅଭିଯୋଗ, ଭଙ୍ଗାରୁଜା କଲେ ଭିଡ଼…

ଭୋପାଳ,୭।୧୨: ଧର୍ମ ପରିବର୍ତ୍ତନ ଅଭିଯୋଗ ନେଇ ମଧ୍ୟପ୍ରଦେଶର ଏକ ସ୍କୁଲରେ ଭିଡ଼ ଜମା ହେବା ସହିତ ଲୋକେ ଭଙ୍ଗାରୁଜା କରିଛନ୍ତି। ମାଓବାଦୀ ଆକ୍ରମଣର ଏକ ମାମଲା ସାମ୍ନାକୁ ଆସିଛି। ହିନ୍ଦୁବାଦୀ ସଂଗଠନର କିଛି ଲୋକ ଏଭଳି କରିଥିବା କୁହାଯାଉଛି।

ସ୍କୁଲରେ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଚାଲିଥିବାବେଳେ ଭିଡ ସ୍କୁଲ ପରିସରରେ ପଶିବା ସହିତ ପଥର ଫିଙ୍ଗିବା ଏବଂ ଭଙ୍ଗାରୁଜା କରିଥିଲେ। ଏହି ଆକ୍ରମଣରେ ପିଲା ଏବଂ ସ୍କୁଲ କର୍ମଚାରୀଙ୍କ କୌଣସି କ୍ଷତି ହୋଇ ନାହିଁ, ସମସ୍ତେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଏହି ଘଟଣା ପରେ ସ୍କୁଲ ମ୍ୟାନେଜର ବ୍ରଦର ଆଣ୍ଟୋନି କହିଛନ୍ତି ଯେ ତାଙ୍କ ସ୍କୁଲ ବିଷୟରେ ଗୁଜବ ପ୍ରଚାର ହୋଇଛି। ଏକ ପତ୍ର ପ୍ରସାର କରାଯାଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି କରାଯାଉଛି। ପତ୍ରରେ ଲେଖା ଅଛି ଯେ ସେଣ୍ଟ ଜୋଶେଫଙ୍କ ସ୍କୁଲର ଆଠଜଣ ହିନ୍ଦୁ ଛାତ୍ରଙ୍କଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟିଆନ ଧର୍ମରେ ଦୀକ୍ଷିତ କରାଯାଇଛି। ତେବେ ସେହି ଛାତ୍ରମାନେ ଆମ ବିଦ୍ୟାଳୟର ନୁହଁନ୍ତି ବୋଲି ସେ କହିଛନ୍ତି।

ଏହି ଚିଠିର ପ୍ରସାରଣ ଅକ୍ଟୋବର ୩୧ର କରାଯାଇଛି। ରବିବାର ଦିନ କେହି ସ୍କୁଲରେ ନ ଥିଲେ। ଏହି ଚିଠି ଦେଖିବା ପରେ ସେ ପୋଲିସକୁ ସୂଚନା ଦେଇଥିବା କହିଛନ୍ତି। ଏହା ପରେ ସ୍କୁଲର ସୁରକ୍ଷା ପାଇଁ କେବଳ ଦୁଇଜଣ ପୋଲିସଙ୍କୁ ମୁତୟନ କରାଯାଇଥିଲା।

ଅପରପକ୍ଷରେ ଏସଡିଏମ ରୋଶନ ରାୟ କହିଛନ୍ତି ଯେ, ସ୍କୁଲର ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପୋଲିସ ଭିଡ଼ଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ତେବେ ଭିଡ଼ ପକ୍ଷରୁ ପଥର ଫିଙ୍ଗାଯାଇଥିଲା। କିନ୍ତୁ, ଏହି ଘଟଣାରେ ସମସ୍ତେ ସୁରକ୍ଷିତ ଅଛନ୍ତି, କାହାକୁ କୌଣସି ପ୍ରକାର ଆଘାତ ଲାଗିନାହିଁ।

Share