ବଗୁଲିଆ ପୋଖରୀ ସଂରକ୍ଷଣ, ବିକାଶ ନାମରେ ଦୁର୍ନୀତି ଅଭିଯୋଗ

ଆଳି,୨୭ା୬ (ବନମାଳୀ ସେନାପତି ): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ନିମନ୍ତେ ବିଭିନ୍ନ ଉନୟନମୂଳକ କାର୍ଯ୍ୟ କରି ଚାଲିଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଉନ୍ନୟନମୂଳକ କାର୍ଯ୍ୟ କରା ଯାଉଥିବା ବେଳେ ଆଳି ବ୍ଲକ ଚଣ୍ଡିଆଗଡି ପଞ୍ଚାୟତରେ ଏକ ପୋଖରୀର ବିକାଶ ଓ ସରଂକ୍ଷଣ ନାମରେ ଦୁର୍ନୀତି ଅଭିଯୋଗ ହୋଇଛି। ପୋଖରୀଟି ଜଣେ ବ୍ୟକ୍ତିଗତ ଲୋକର ହୋଇଥିବା ବେଳେ ସରକାରୀ ଅଧିକାରୀମାନେ ସେହି ସ୍ଥାନରେ ସରକାରୀ ପ୍ରକଳ୍ପ କରାଇ ଏ ବାବଦରେ ଅର୍ଥ ଉଠାଇ ନେଇଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ମୁତାବକ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଆଳି ବ୍ଲକ ଚଣ୍ଡିଆଗଡି ପଞ୍ଚାୟତର ବଗୁଲିଆ ପୋଖରୀର ସରଂକ୍ଷଣ ଓ ବିକାଶ ନିମନ୍ତେ ୨୦୨୨-୨୩ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ରେ ପ୍ରାୟ ୬ ଲକ୍ଷ ୬୩ ହଜାର ଟଙ୍କା ବ୍ୟୟବରାଦ ହୋଇଥିଲା। ଏବେ ଏହି କାର୍ଯ୍ୟ ଶେଷ ହୋଇ ଏ ବାବଦରେ ଥିବା ଅର୍ଥ ରାଶି ଉଠାଇ ନିଆଯାଇଛି। ମାତ୍ର ପୋଖରୀ ଯେଉଁ ଜମିରେ ଖୋଳାଯାଇଛି ସେହି ଜମି ପଞ୍ଚାୟତର ଜଣେ ବ୍ୟକ୍ତିଙ୍କର ବୋଲି ଏବେ ସୂଚନା ମିଳିଛି। ଦୀର୍ଘବର୍ଷ ହେବ ସେହି ବ୍ୟକ୍ତିଙ୍କର ସେହି ସ୍ଥାନରେ ଏକ ଜଳାଶୟ ଥିଲା। କିଛିଦିନ ପୂର୍ବେ ସେହି ଜଳାଶୟର ସଂରକ୍ଷଣ ଓ ବିକାଶ ନିମନ୍ତେ ସରକାରୀ ଯୋଜନାରେ ପ୍ରାୟ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅର୍ଥ ଖର୍ଚ୍ଚ କରାଯାଇଛି। ବ୍ୟକ୍ତିଗତ ସ୍ଥାନରେ କିପରି ସରକାରୀ ଅର୍ଥ ଖର୍ଚ୍ଚ କରାଗଲା ତାହା ପୁଣି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଏହାକୁ ନେଇ ଏବେ ସରକାରୀ ଅଧିକାରୀଙ୍କ ଉପରେ ସନ୍ଦେହ ସୃଷ୍ଟି କରିଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ପୋଖରୀ ଖୋଳା ଯାଇଥିବା ବେଳେ ସେଠାରେ ସାଧାରଣ ଲୋକଙ୍କ ଅବଗତି ନିମନ୍ତେ ସୂଚନା ଫଳକଟିଏ ମଧ୍ୟ ଲଗାଯାଇନାହିଁ। ବିନା ଫଳକରେ ସରକାରୀ ଅର୍ଥ ଖର୍ଚ୍ଚ କରି ବ୍ୟକ୍ତିଗତ ଜମିରେ ପୋଖରୀ ଖୋଳି ଅର୍ଥ ଉଠାଇ ଯାଇ ଉନ୍ନତି ମୂଳକ କାର୍ଯ୍ୟ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ହେଉଛି ତାହା ସ୍ପଷ୍ଟ ବାରି ହୋଇପଡୁଛି। ଏହି ପ୍ରକଳ୍ପର କାର୍ଯ୍ୟାଦେଶ କନିଷ୍ଠଯନ୍ତ୍ରୀ ଶୁଭଦର୍ଶନି ସାହୁଙ୍କ ନାମରେ ଥିବା ବେଳେ ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ କରାଯାଇଛି। ଏହି କାର୍ଯ୍ୟର ତଦାରଖ ଦାୟିତ୍ୱ ସହକାରୀ ଯନ୍ତ୍ରୀ ଓ ବିଡିଓଙ୍କ ଉପରେ ନ୍ୟସ୍ଥ ଥିବା ବେଳେ ଏବେ ଏହି ଦୁର୍ନୀତି ସାମ୍ନାକୁ ଆସିଛି। ଏହା ପରେ ବ୍ଲକ ସହକାରୀ ଯନ୍ତ୍ରୀ ଓ ବିଡିଓଙ୍କ ଭୂମିକା ଉପରେ ସନ୍ଦେହ ସୃଷ୍ଟି କରୁଛି। କାରଣ ପୋଖରୀ ଖୋଳା ଯାଇଥିବା ଜମି ପଞ୍ଚାୟତର ଜଣେ ଲୋକ ନାମରେ ଥିବା ବେଳେ କିଭଳି ଭାବେ ପ୍ରଶାସନିକ ଅଧିକାରୀ ତାହା ତଦନ୍ତ ନ କରି ବିଲ କରି ଦେଲେ ସେ ନେଇ ଅନେକ ସନ୍ଦେହ ସୃଷ୍ଟି କରୁଛି। ଘଟଣାର କେନ୍ଦ୍ରାପଡ଼ା ଜିଲାପାଳ ତଦନ୍ତ ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଆଳି ବିଡିଓ ଦିବେନ୍ଦୁ ଦାସଙ୍କୁ ପଚାରିବାରୁ ଅଭିଯୋଗ ଆସିଛି, ତେଣୁ ସେହି ଜମି ପ୍ରକୃତରେ ବ୍ୟକ୍ତିଗତ କିମ୍ବା ସରକାରୀ ତାହା ଆଳି ତହସିଲ ପକ୍ଷରୁ ରେକର୍ଡ ମଗାଯାଇ ଦେଖାଯିବ। ଯଦି ଏହା ବ୍ୟକ୍ତିଗତ ଜମି ହୋଇଥାଏ ତେବେ ଯେଉଁ ଅର୍ଥ ଖର୍ଚ୍ଚ କରାଯାଇଛି ତାହା ପୁନର୍ବାର ଭରଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଳିଆ ଗଦାରେ ଦାରିଙ୍ଗବାଡି: ପରିମଳ ନିୟନ୍ତ୍ରଣ ପାଇଁ ନିବେଦନ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ)-ଅଳିଆ ଗଦାରେ ଦାରିଙ୍ଗବାଡି। ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ରହିଥିବା ଦାରିଙ୍ଗବାଡି ଏବେ ପରିବେଶ ଦୂଷିତ ହେବାରେ ଲାଗିଛି। ସହରରୁ...

କାର୍ତ୍ତିକ ଦ୍ବିତୀୟ ସୋମବାର : ବର୍ଷା ସତ୍ତ୍ବେ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବୁଗୁଡ଼ା,୨୮।୧୦(କାଳିଚରଣ ଦାଶ): ପୂଣ୍ୟ ଓ ଧର୍ମ ମାସ କାର୍ତ୍ତିକର ଦ୍ବିତୀୟ ସୋମବାର ବର୍ଷା ସତ୍ତ୍ବେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ...

ସାଇ ମନ୍ଦିରରୁ ଚୋରି:୧୭ କେଜି ଅଳଙ୍କାର ନେଇଗଲେ ଚୋର

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ସୋମବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଭାଗିରଥି ପାର୍କ ନିକଟସ୍ଥ...

ଆସୁ ଆସୁ ବଡ଼ କାମ କଲେ ବିଡିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୨ ବର୍ଷ ଧରି ସଫଳତାର ସହ ଷ୍ଟ୍ରବେରୀ ଚାଷ ହୋଇଥିବା ବେଳେ ଚଳିତ ବର୍ଷ...

ଭିଡ଼ ଭିତରେ ନୂଆ ବିଡ଼ିଓ, ସ୍ବାଗତ କଲେ ଶହ ଶହ ଲୋକ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ଦାରିଙ୍ଗବାଡିରେ ନୂଆ ବିଡ଼ିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଭେଟିବାକୁ ଲୋକଙ୍କ ବ୍ଲକ କାର୍ଯ୍ୟାଳୟରେ ଭିଡ଼ ଦେଖିବାକୁ ମିଳିଛି। କଂଗ୍ରେସର...

ଅଲୋଡ଼ା ହେଲା ଶିଶୁକନ୍ୟା: ପୋଖରୀ କୂଳରେ ବ୍ୟାଗ୍‌ ଭିତରେ ପୂରାଇ ଛାଡ଼ି ଚାଲିଗଲେ…

ପାଟଣା,୨୮ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରୀ ଶିଶୁ ବିଦ୍ୟାମନ୍ଦିର ପଛ ପଟରେ ଥିବା ଏକ ପୋଖରୀ କୂଳରେ ବ୍ୟାଗ୍‌ ଭିତରୁ ସୋମବାର ସକାଳୁ...

ମଦ ବିରୋଧରେ ଅଣ୍ଟାଭିଡ଼ିଲେ ୬ ଗାଁର ମହିଳା

ଅମରପାଲି,୨୮ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଅବାଧରେ ଦେଶୀ ବିଦେଶୀ ମଦ ବିକ୍ରି ଚାଲିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅବକାରୀ...

ଶପଥ ନେଲେ ଦାରିଙ୍ଗବାଡି ଥାନା ପୋଲିସ: ଦୁର୍ନୀତି କରିବାନି କି ହେବାକୁ ଦେବାନି

ଦାରିଙ୍ଗବାଡି, ୨୮।୧୦(ଅରୁଣ ସାହୁ ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏ ନେଇ ସଚେତନ କରାଯାଉଛି। ଏହି କ୍ରମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri