ଡିଏମ୍‌ଏଫ୍‌ ପାଣ୍ଠିରୁ ହରିଲୁଟ ଅଭିଯୋଗ

କାଳିଆପାଣି,୫ା୨(ଅସିତ ମହାନ୍ତ): ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଡିଏମ୍‌ଏଫ୍‌(ଜିଲା ଖଣିଜ ପ୍ରତିଷ୍ଠାନ) ପାଣ୍ଠି ଗଠିତ ହୋଇଛି। ଖଣି ମାଲିକମାନେ ସରକାରଙ୍କୁ ଦେଉଥିବା ରାଜସ୍ବର ୩୦ ପ୍ରତିଶତ ଅର୍ଥ ଡିଏମ୍‌ଏଫ୍‌ ପାଣ୍ଠିକୁ ଯାଉଛି। ତଦନୁସାରେ ୨୦୨୩ ଜୁଲାଇ ସୁଦ୍ଧା ଯାଜପୁର ଜିଲାରେ ୧୮୯୭.୮୭ କୋଟି ଟଙ୍କା ପ୍ରୋଗ୍ରେସିଭ ଆଦାୟ ହୋଇଛି। ଏଥିରେ ୪ ହଜାରରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। କିନ୍ତୁ ଡିଏମ୍‌ଏଫ୍‌ ଗାଇଡ୍‌ଲାଇନର ଉଲ୍ଲଂଘନ କରି ଅଧିକାଂଶ ପ୍ରକଳ୍ପ ଖଣି ପ୍ରଭାବିତ ଅଞ୍ଚଳ ବାହାରେ କାର୍ଯ୍ୟକାରୀ ହେଉଥିବାବେଳେ ଅନେକ ପ୍ରକଳ୍ପରେ ଦୁର୍ନୀତି ବୁଡ଼ି ରହିଥିବା ଅଭିଯୋଗ ହେଉଛି।
ଖଣି ପ୍ରଭାବିତ ସୁକିନ୍ଦା ବ୍ଲକ କଂସ ପଞ୍ଚାୟତରେ କଂକ୍ରିଟ ରାସ୍ତା ନିର୍ମାଣକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ରତ୍ନଗର୍ଭା ସୁକିନ୍ଦା ଅଞ୍ଚଳରେ ୧୭୩ ନିୟୁତ ଟନ୍‌ କ୍ରୋମାଇଟ ଗଚ୍ଛିତ ଅଛି ବୋଲି ସରକାରୀଭାବେ ଆକଳନ କରାଯାଇଛି। ଭାରତ ସ୍ବାଧୀନତା ପୂର୍ବରୁ ଏଠାରୁ କ୍ରୋମାଇଟ ଖନନ ଆରମ୍ଭ ହୋଇସାରିଛି। ଫଳରେ ଖଣି ମାଲିକମାନେ ବିପୁଳ ସମ୍ପତ୍ତିର ଅଧିକାରୀ ହୋଇପାରିଛନ୍ତି। କିନ୍ତୁ ପ୍ରାକୃତିକ ପରିବେଶ ନଷ୍ଟ ହେବା ସହ ଭିଟାମାଟି ହରାଇ କ୍ଷତିଗ୍ରସ୍ତ ହୋଇଥିବା ଆଦିବାସୀଙ୍କ ଜୀବନଧାରଣର ମାନ ଏବେବି ଅପରିବର୍ତ୍ତିତ ରହିଛି ା ଜଙ୍ଗଲ, ଜମି, ଜଳକୁ ନଷ୍ଟ କରି ଖଣି କମ୍ପାନୀମାନେ ବହୁ ହଜାର କୋଟି ଟଙ୍କା ଲାଭ କରୁଥିବାବେଳେ ସମସ୍ତ ଖଣି ପ୍ରଭାବିତ ଲୋକଙ୍କୁ ଏଯାଏ ବିଶୁଦ୍ଧ ପାନୀୟ ଜଳ ଟୋପାଏ ମିଳୁନି। ସ୍କୁଲ, ଡାକ୍ତରଖାନା, ରାସ୍ତାଘାଟ, ବିଜୁଳି, ପ୍ରଦୂଷଣ ସମସ୍ୟା ଏବେ ବି ରହିଛି ା ତେଣୁ ୨୦୧୫ ଜାନୁୟାରୀରେ କେନ୍ଦ୍ର ସରକାର ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନାକୁ ଆଧାର କରି ଡିଏମ୍‌ଏଫ୍‌ ଗଠନ କରିଥିଲେ। କିନ୍ତୁ ଏହା ମଧ୍ୟ ଠିକ୍‌ ଭାବରେ କାର୍ଯ୍ୟକାରୀ ହୋଇପାରୁନାହିଁ। ସମ୍ପୃକ୍ତ କେତେଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଯନ୍ତ୍ରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଆବଣ୍ଟିତ ଅନୁଦାନର ସିଂହଭାଗ ଅର୍ଥ ବାଟମାରଣା ହେଉଛି। ଅଭିଯୋଗ ଅନୁଯାୟୀ ବିଭିନ୍ନ ଖଣି ପ୍ରଭାବିତ ପଞ୍ଚାୟତଗୁଡ଼ିକରେ ଡିଏମ୍‌ଏଫ୍‌ ପାଣ୍ଠିରୁ ୫ ଲକ୍ଷ ଓ ୧୦ ଲକ୍ଷ ଟଙ୍କାର କଂକ୍ରିଟ ରାସ୍ତା କାର୍ଯ୍ୟ ନିର୍ମାଣ ହେଉଛି। ଏହିକ୍ରମରେ ସୁକିନ୍ଦା ବ୍ଲକ କଂସ ପଞ୍ଚାୟତ ସରପଞ୍ଚଙ୍କ ଘର ନିକଟ ମହାରଣା ସାହିର ମୁଖ୍ୟ ରାସ୍ତାକୁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଭାଗୀୟ ଅଧିକାରୀଙ୍କ ନାମରେ କଂକ୍ରିଟ କାର୍ଯ୍ୟ ହେଉଛି। ମୁଖ୍ୟରାସ୍ତାରୁ ମହୁକଣ୍ଟା ଗ୍ରାମକୁ ବିନା ଟେଣ୍ଡରରେ ସୁକିନ୍ଦା ବ୍ଲକ ପକ୍ଷରୁ ଯନ୍ତ୍ରୀଙ୍କ ମାଧ୍ୟମରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି। କଂକ୍ରିଟ ରାସ୍ତା କାର୍ଯ୍ୟ ୪ ଇଞ୍ଚ ବାଲି, ୪ ଇଞ୍ଚ ମେଟାଲ, ୪ ଇଞ୍ଚ ଚିପ୍ସ କଂକ୍ରିଟ କରିବା ପାଇଁ ନିର୍ଦ୍ଦେଶ ରହୁଛି। ହେଲେ ବାସ୍ତବରେ ନିର୍ମାଣ କାର୍ଯ୍ୟକୁ ଯାଞ୍ଚ କରାଯାଏ ତେବେ ରାସ୍ତାର ଉଭୟ ୬ ଇଞ୍ଚର ନିଅଁ ଖୋଳି ମେଟାଲ ୬ ଇଞ୍ଚ ପକାଇବା ପରେ ନିମ୍ନମାନର ବାଲି ଓ ମାଟି ପକାଇ ଦିଆଯାଉଛି। ସେଥିରେ ମଝି ଅଂଶକୁ ଉଚ୍ଚା କରିବା ପରେ ୬ରୁ ୭ ଇଞ୍ଚ ମେଟାଲିଂ କରି ଉପରେ ୨ ଇଞ୍ଚ୍‌ର କଂକ୍ରିଟ କରି ରାସ୍ତାଟି ସମ୍ପୂର୍ଣ୍ଣ କରାଯାଉଥିବା ଦେଖିବାକୁ ମିଳିଛି। କଂସ ପଞ୍ଚାୟତର ସମସ୍ତ କାର୍ଯ୍ୟ ନିମ୍ନମାନରଭାବେ କରି ଯନ୍ତ୍ରୀ ଲିଙ୍ଗରାଜ ବେହେରା ଅର୍ଥ ହରିଲୁଟ କରୁଥିବା ପୂର୍ବତନ ସରପଞ୍ଚ ରବୀନ୍ଦ୍ର ସାହୁ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ନେଇ ସୁକିନ୍ଦା ବିଡଓ ନମ୍ରତା ମୋଦିଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ଫୋନକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ କଲ୍‌ ଗ୍ରହଣ କରି ନ ଥିଲେ। ସେହିପରି ଯନ୍ତ୍ରୀ ଲିଙ୍ଗରାଜ ବେହେରାଙ୍କ ମତାମତ ନେବାକୁ ଶନିବାର ସନ୍ଧ୍ୟାରେ ତାଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ମଧ୍ୟ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟାକଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri