ଡିଏମ୍‌ଏଫ୍‌ ପାଣ୍ଠିରୁ ହରିଲୁଟ ଅଭିଯୋଗ

କାଳିଆପାଣି,୫ା୨(ଅସିତ ମହାନ୍ତ):ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଡିଏମ୍‌ଏଫ୍‌(ଜିଲା ଖଣିଜ ପ୍ରତିଷ୍ଠାନ) ପାଣ୍ଠି ଗଠିତ ହୋଇଛି। ଖଣି ମାଲିକମାନେ ସରକାରଙ୍କୁ ଦେଉଥିବା ରାଜସ୍ବର ୩୦ ପ୍ରତିଶତ ଅର୍ଥ ଡିଏମ୍‌ଏଫ୍‌ ପାଣ୍ଠିକୁ ଯାଉଛି। ତଦନୁସାରେ ୨୦୨୩ ଜୁଲାଇ ସୁଦ୍ଧା ଯାଜପୁର ଜିଲାରେ ୧୮୯୭.୮୭ କୋଟି ଟଙ୍କା ପ୍ରୋଗ୍ରେସିଭ ଆଦାୟ ହୋଇଛି। ଏଥିରେ ୪ ହଜାରରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। କିନ୍ତୁ ଡିଏମ୍‌ଏଫ୍‌ ଗାଇଡ୍‌ଲାଇନର ଉଲ୍ଲଂଘନ କରି ଅଧିକାଂଶ ପ୍ରକଳ୍ପ ଖଣି ପ୍ରଭାବିତ ଅଞ୍ଚଳ ବାହାରେ କାର୍ଯ୍ୟକାରୀ ହେଉଥିବାବେଳେ ଅନେକ ପ୍ରକଳ୍ପରେ ଦୁର୍ନୀତି ବୁଡ଼ି ରହିଥିବା ଅଭିଯୋଗ ହେଉଛି।
ଖଣି ପ୍ରଭାବିତ ସୁକିନ୍ଦା ବ୍ଲକ କଂସ ପଞ୍ଚାୟତରେ କଂକ୍ରିଟ ରାସ୍ତା ନିର୍ମାଣକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ରତ୍ନଗର୍ଭା ସୁକିନ୍ଦା ଅଞ୍ଚଳରେ ୧୭୩ ନିୟୁତ ଟନ୍‌ କ୍ରୋମାଇଟ ଗଚ୍ଛିତ ଅଛି ବୋଲି ସରକାରୀଭାବେ ଆକଳନ କରାଯାଇଛି। ଭାରତ ସ୍ବାଧୀନତା ପୂର୍ବରୁ ଏଠାରୁ କ୍ରୋମାଇଟ ଖନନ ଆରମ୍ଭ ହୋଇସାରିଛି। ଫଳରେ ଖଣି ମାଲିକମାନେ ବିପୁଳ ସମ୍ପତ୍ତିର ଅଧିକାରୀ ହୋଇପାରିଛନ୍ତି। କିନ୍ତୁ ପ୍ରାକୃତିକ ପରିବେଶ ନଷ୍ଟ ହେବା ସହ ଭିଟାମାଟି ହରାଇ କ୍ଷତିଗ୍ରସ୍ତ ହୋଇଥିବା ଆଦିବାସୀଙ୍କ ଜୀବନଧାରଣର ମାନ ଏବେବି ଅପରିବର୍ତ୍ତିତ ରହିଛି ା ଜଙ୍ଗଲ, ଜମି, ଜଳକୁ ନଷ୍ଟ କରି ଖଣି କମ୍ପାନୀମାନେ ବହୁ ହଜାର କୋଟି ଟଙ୍କା ଲାଭ କରୁଥିବାବେଳେ ସମସ୍ତ ଖଣି ପ୍ରଭାବିତ ଲୋକଙ୍କୁ ଏଯାଏ ବିଶୁଦ୍ଧ ପାନୀୟ ଜଳ ଟୋପାଏ ମିଳୁନି। ସ୍କୁଲ, ଡାକ୍ତରଖାନା, ରାସ୍ତାଘାଟ, ବିଜୁଳି, ପ୍ରଦୂଷଣ ସମସ୍ୟା ଏବେ ବି ରହିଛି ା ତେଣୁ ୨୦୧୫ ଜାନୁୟାରୀରେ କେନ୍ଦ୍ର ସରକାର ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନାକୁ ଆଧାର କରି ଡିଏମ୍‌ଏଫ୍‌ ଗଠନ କରିଥିଲେ। କିନ୍ତୁ ଏହା ମଧ୍ୟ ଠିକ୍‌ ଭାବରେ କାର୍ଯ୍ୟକାରୀ ହୋଇପାରୁନାହିଁ। ସମ୍ପୃକ୍ତ କେତେଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଯନ୍ତ୍ରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଆବଣ୍ଟିତ ଅନୁଦାନର ସିଂହଭାଗ ଅର୍ଥ ବାଟମାରଣା ହେଉଛି। ଅଭିଯୋଗ ଅନୁଯାୟୀ ବିଭିନ୍ନ ଖଣି ପ୍ରଭାବିତ ପଞ୍ଚାୟତଗୁଡ଼ିକରେ ଡିଏମ୍‌ଏଫ୍‌ ପାଣ୍ଠିରୁ ୫ ଲକ୍ଷ ଓ ୧୦ ଲକ୍ଷ ଟଙ୍କାର କଂକ୍ରିଟ ରାସ୍ତା କାର୍ଯ୍ୟ ନିର୍ମାଣ ହେଉଛି। ଏହିକ୍ରମରେ ସୁକିନ୍ଦା ବ୍ଲକ କଂସ ପଞ୍ଚାୟତ ସରପଞ୍ଚଙ୍କ ଘର ନିକଟ ମହାରଣା ସାହିର ମୁଖ୍ୟ ରାସ୍ତାକୁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଭାଗୀୟ ଅଧିକାରୀଙ୍କ ନାମରେ କଂକ୍ରିଟ କାର୍ଯ୍ୟ ହେଉଛି। ମୁଖ୍ୟରାସ୍ତାରୁ ମହୁକଣ୍ଟା ଗ୍ରାମକୁ ବିନା ଟେଣ୍ଡରରେ ସୁକିନ୍ଦା ବ୍ଲକ ପକ୍ଷରୁ ଯନ୍ତ୍ରୀଙ୍କ ମାଧ୍ୟମରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି। କଂକ୍ରିଟ ରାସ୍ତା କାର୍ଯ୍ୟ ୪ ଇଞ୍ଚ ବାଲି, ୪ ଇଞ୍ଚ ମେଟାଲ, ୪ ଇଞ୍ଚ ଚିପ୍ସ କଂକ୍ରିଟ କରିବା ପାଇଁ ନିର୍ଦ୍ଦେଶ ରହୁଛି। ହେଲେ ବାସ୍ତବରେ ନିର୍ମାଣ କାର୍ଯ୍ୟକୁ ଯାଞ୍ଚ କରାଯାଏ ତେବେ ରାସ୍ତାର ଉଭୟ ୬ ଇଞ୍ଚର ନିଅଁ ଖୋଳି ମେଟାଲ ୬ ଇଞ୍ଚ ପକାଇବା ପରେ ନିମ୍ନମାନର ବାଲି ଓ ମାଟି ପକାଇ ଦିଆଯାଉଛି। ସେଥିରେ ମଝି ଅଂଶକୁ ଉଚ୍ଚା କରିବା ପରେ ୬ରୁ ୭ ଇଞ୍ଚ ମେଟାଲିଂ କରି ଉପରେ ୨ ଇଞ୍ଚ୍‌ର କଂକ୍ରିଟ କରି ରାସ୍ତାଟି ସମ୍ପୂର୍ଣ୍ଣ କରାଯାଉଥିବା ଦେଖିବାକୁ ମିଳିଛି। କଂସ ପଞ୍ଚାୟତର ସମସ୍ତ କାର୍ଯ୍ୟ ନିମ୍ନମାନରଭାବେ କରି ଯନ୍ତ୍ରୀ ଲିଙ୍ଗରାଜ ବେହେରା ଅର୍ଥ ହରିଲୁଟ କରୁଥିବା ପୂର୍ବତନ ସରପଞ୍ଚ ରବୀନ୍ଦ୍ର ସାହୁ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ନେଇ ସୁକିନ୍ଦା ବିଡଓ ନମ୍ରତା ମୋଦିଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ଫୋନକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ କଲ୍‌ ଗ୍ରହଣ କରି ନ ଥିଲେ। ସେହିପରି ଯନ୍ତ୍ରୀ ଲିଙ୍ଗରାଜ ବେହେରାଙ୍କ ମତାମତ ନେବାକୁ ଶନିବାର ସନ୍ଧ୍ୟାରେ ତାଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ମଧ୍ୟ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀ ଘରୁ ଫେରିବା ବେଳେ ଦୁର୍ଘଟଣା: ଚାଲିଗଲା ଭାଇଙ୍କ ଜୀବନ

ନବରଙ୍ଗପୁର ୨୧।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଥାନା ଅଧୀନ ର୍ଟିଲି ଆମ୍ବଗୁଡା ଛକ ନିକଟରେ ଗୁରୁବାର ସକାଳେ ଓ ସନ୍ଧ୍ୟାରେ ୨ଟି ଦୁର୍ଘଟଣା ଘଟିଛି। ସନ୍ଧ୍ୟାରେ ଘଟିଥିବା...

ବରଗଡର ପାଇଁ ସୁନାମ ଆଣିଲେ ପ୍ରବୀଣ, ସୌର୍ଯ୍ୟରଞ୍ଜନ: ଓଡ଼ିଶା ଟି-୨୦ ଦଳରେ ପାଇଲେ ସ୍ଥାନ

ବରଗଡ,୨୧।୧୧(ପ୍ରେମାନନ୍ଦ ଖମାରୀ):ବରଗଡ ଜିଲାର ପ୍ରତିଭାବାନ ଖେଳାଳି ତଥା ଜିଲା ବରିଷ୍ଠ କ୍ରିକେଟ ଦଳର ଅଧିନାୟକ ପ୍ରବୀଣ ଲୁହା ଓଡ଼ିଶା ବରିଷ୍ଠ ଟି-୨୦ କ୍ରିକେଟ ଦଳରେ ସାମିଲ...

ବିଷ ପିଇ ଦେଲେ ଦୁଇ ଭଉଣୀ: ଜଣେ ମୃତ, ଜଣେ ଗୁରୁତର

ବୌଦ୍ଧ ୨୧ା୧୧(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ଥାନା ଅଧୀନ ମହାଲିକପଡ଼ା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି ା ବିଷ ପିଇ...

ରବି ଚାଷ ପାଇଁ ଜଳଯୋଗାଣ ବନ୍ଦ ପ୍ରତିବାଦରେ ତେଜିଲା ଚାଷୀ ଆନ୍ଦୋଳନ

ଧର୍ମଗଡ଼,୨୧ା୧୧(ଆକାଶ କୁମାର ଜଗତ)- ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଆସନ୍ତା ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବା ନେଇ ଇନ୍ଦ୍ରାବତୀ ମେଗାଲିଫ୍ଟ କୁସୁମଖୁଣ୍ଟି କାର୍ଯ୍ୟାଳୟରୁ ବିଭାଗୀୟ...

ବୁଗୁଡ଼ା ଥାନାରେ ଯୋଗଦେଲେ ନୂତନ ଆଇଆଇସି

ବୁଗୁଡ଼ା, ୨୧।୧୧(କାଳିଚରଣଦାଶ):ବୁଗୁଡ଼ା ଥାନାରେ ନୂତନ ଆଇଆଇସି ଭାବେ ସୀତାଂଶୁ ଶେଖର ମାନ୍ଧାତା ଗୁରୁବାର ଯୋଗ ଦେଇଛନ୍ତି l ପୂର୍ବରୁ ୨୦୧୯ରେ ମାନ୍ଧାତା ବୁଗୁଡ଼ା ଥାନା ଅଧିକାରୀ...

ଜନବସତିରେ ମୁକୁଳା ଟ୍ରାନ୍ସଫର୍ମର: ଲୋକେ ଭୟଭୀତ

କୋକସରା,୨୧ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା କୋକସରା ବ୍ଲକ୍‌ ରେଙ୍ଗାଳପାଲି ପଞ୍ଚାୟତ ଡଙ୍ଗରିଗୁଡ଼ା ଗ୍ରାମ ଜନବସତି ସ୍ଥାନରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଟି ମୁକୁଳା ଅବସ୍ଥାରେ ରହି ବିପଦ...

ଘରେ ପଶି ଭାଉଜଙ୍କୁ ହତ୍ୟା ଉଦ୍ୟମ କଲେ ଦିଅର: ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୧।୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୋଲିସ ସାନଖେମୁଣ୍ଡି ବ୍ଲକ ତିଳେଶ୍ୱର ଗ୍ରାମର ଶିବା ଓରଫ ଶିବାନନ୍ଦ ବିଷୋୟୀଙ୍କୁ ଗୁରୁବାର ଗିରଫ କରି କୋର୍ଟଚାଲାଣ କରିଛନ୍ତି। ଗ୍ରାମର...

କମେଣ୍ଟ ମରାକୁ କେନ୍ଦ୍ରକରି ତୁମୁଳକାଣ୍ଡ: ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ହିଞ୍ଜିଳିକାଟୁ,୨୧।୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ହିଞ୍ଜିଳିକାଟୁ ପୌରାଞ୍ଚଳ ପାଟଣାସାହିରେ ଥିବା ଏକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri