ବିଦ୍ୟୁତ୍‌ ସଂଯୋଗ ପାଇଁ ଟଙ୍କା ଆଦାୟ ଅଭିଯୋଗ

ଖପ୍ରାଖୋଲ, ୨୬ା୮(ଡି.ଏନ.ଏ.) – ଦୀନ୍‌ଦୟାଲ ଉପାଧ୍ୟାୟ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ମାଗଣା ବିଦ୍ୟୁତ୍‌ ସଂଯୋଗ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ସଂଯୋଗ ନାଁରେ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ଆସିଛି ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀ ଗାଁରେ। ବିଭାଗୀୟ କର୍ମଚାରୀ ଘରପ୍ରତି ୫ଶହ ଟଙ୍କା ଲେଖାଏ ଆଦାୟ କରିଛନ୍ତି। ହେଲେ ୬ ମାସ ବିତି ଯାଇଥିଲେ ବି ଅନେକଙ୍କ ଘରକୁ ଏ ଯାଏ ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ନ ଥିବା ଗାଁର କୁନ୍ତି ଭୁଏ, କଳାବତୀ କୁଅଁର, ସପୁର ବରିହା, କଶଁରୀ ଭୁଏ ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ନେଇ ଖପ୍ରାଖୋଲ ସେକଶନ୍‌ ଅଫିସର ପବିତ୍ର ମୋହନ ପଧାନଙ୍କୁ ପଚାରିବାରୁ ବିଦ୍ୟୁତ୍‌ ସଂଯୋଗ କାମ ଠିକାଦାର କରିବା ପରେ ତାଙ୍କ ଦାୟିତ୍ୱ ଆସିଥାଏ ା ଟଙ୍କା ଆଦାୟ ସମ୍ପର୍କରେ ମୋ ପାଖରେ ସୂଚନା ନାହିଁ। ଅନୁସନ୍ଧାନ ପରେ ଅଭିଯୋଗ ସତ ହୋଇଥିଲେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି।

Share