ଲକ୍ଷାଧିକ ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ: ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ାଉ

ଦେବଗଡ଼, ୯।୯(ଡି.ଏନ୍‌.ଏ.): ଦେବଗଡ ଜିଲା ତିଲେଇବଣି ବ୍ଲକ ସୁଗୁଡା ସ୍ଥିତ ସଚିନ ଟ୍ରେଡର୍ସରେ ଜିଏସ୍‌ଟି ବିଭାଗ ପକ୍ଷରୁ ଶୁକ୍ରବାର ଚଢାଉ କରାଯାଇଛି। ଟ୍ରେଡର୍ସ ମାଲିକଙ୍କ ବ୍ୟବସାୟିକ ଅନୁଷ୍ଠାନ ଏବଂ ବାସଭବନରେ ସକାଳ ୧୦ଟାରୁ ଚଢାଉ ଜାରି ରହିଛି।

ସୂଚନାନୁଯାୟୀ, ସଚିନ ଟ୍ରେଡର୍ସ ନାମରେ ସିମେଂଟ, ଛଡ, ଆଜବେଷ୍ଟସ ସହ ସ୍କ୍ରାପ ବ୍ୟବସାୟ ହୋଇଆସୁଥିଲା । ହେଲେ ଏହାର ମାଲିକ ଜିଏସ୍‌ଟି ଠକେଇ କରୁଥିବା ନେଇ ସମ୍ବଲପୁର ସିଟି ଏବଂ ଜିଏସ୍‌ଟି ବିଭାଗରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଶୁକ୍ରବାର ଏକ ୧୫ ଜଣିଆ ଟିମ୍‌ ଚଢାଉ କରିଛନ୍ତି। ସମ୍ବଲପୁର ସିଟି ଏବଂ ଜିଏସ୍‌ଟି ଅଫିସର ସୁରଞ୍ଜନ ସାଗରଙ୍କ ନେତୃତ୍ୱରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଚଢାଉ କରିଥିବା ବେଳେ ଦୋକାନର ବିଭିନ୍ନ ରସିଦ, କାଗଜପତ୍ର, ଲାପଟପ୍‌ ଆଦି ଜବତ କରି ଅଧିକ ତଦନ୍ତ ଜାରି ରହିଛି ।