ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ଚଞ୍ଚକତା ଅଭିଯୋଗ

ଦାରିଙ୍ଗବାଡ଼ି,୨୧।୬(ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ ସିମନ୍‌ବାଡି ଓ ଗ୍ରୀନ୍‌ବାଡିରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ଚଞ୍ଚକତା କରାଯାଉଥିବା ସିମନ୍‌ବାଡି ପଞ୍ଚାୟତର ଗାଁ ସାଥି ଉମାକାନ୍ତ ଦିଗାଲ ଏବଂ ୱାର୍ଡ ସଭ୍ୟ  ଅମରେଶ ପ୍ରଧାନ ଅଭିଯୋଗ କରିଛନ୍ତି।
ଏହି ଦୁଇ ଅଞ୍ଚଳରେ ଏମ୍‌ଜିଏନ୍‌ଆର୍‌ଇ-ଜିଏସ୍‌ରେ କାର୍ଯ୍ୟ କରାନଯାଇ ବିଲ୍‌ ଉଠାଯାଇଛି। ଉମାକାନ୍ତଙ୍କ ଅଭିଯୋଗ କ୍ରମେ ଏକ ଚାଷ ଜମି ଉନ୍ନୟନ ପାଇଁ ୨୦୨୨/୨୩ ଆର୍ଥିକ ବର୍ଷରେ ଅନୁଦାନ ୬ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ କରାଯିବାକୁ ଅଟକଳ ରହିଥିବା ବେଳେ କାମ କରା ନ ଯାଇ ମୋଟ ୧ ଲକ୍ଷ ୪୩ହଜାର ୪୪୫ ଟଙ୍କା  ପର୍ଯ୍ୟନ୍ତ ବିଭିନ୍ନ ଜବକାର୍ଡ ଧାରୀଙ୍କ ନିକଟକୁ ପଠାଯାଇଛି। ଏତେ ଟଙ୍କା ବିଲ୍‌ ହୋଇଥିଲେ କାର୍ଯ୍ୟ କରାଯିବାକୁ ଥିବା ସ୍ଥାନରେ କୌଣସି ନାମ ଫଳକ ନ ଥିବା ବେଳେ କାର୍ଯ୍ୟ ମଧ୍ୟ ହୋଇନାହିଁ। ଏହାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି। ସେହିପରି ବୁଡ଼ାଗୁଡ଼ା ଛକଠାରୁ ବ୍ରାହପାଙ୍ଗକୁ  ରାସ୍ତା ସମ୍ପ୍ରସାରଣ  ପାଇଁ ୨୦୨୧/୨୨ରେ ୮ ଲକ୍ଷ ଟଙ୍କା ଅନୁଦାନ ରହିଥିବା ବେଳେ ସେଥିରୁ ରାସ୍ତା କାର୍ଯ୍ୟରେ ମୋଟ ୩ ଲକ୍ଷ ୨୮ହଜାର ୫୧୧ ଟଙ୍କା ବିଲ୍‌ କରାଯାଇ ଶ୍ରମିକମାନଙ୍କୁ ତାଙ୍କ ପ୍ରାପ୍ୟ ଦିଆଯାଇଥିଲା। ପରବର୍ତ୍ତ ସମୟରେ ଉକ୍ତ କାର୍ଯ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ବନ୍ଦ କରାଯାଇଥିବା ସମ୍ପୃକ୍ତ ଜିଆର୍‌ଏସ୍‌ ବିଜୟ କୁମାର ସାହୁ କହିଥିଲେ। କିନ୍ତୁ ପୂର୍ବରୁ କାମ କରିଥିବା ଶ୍ରମିକମାନେ ସେମାନଙ୍କର ସମ୍ପୂର୍ଣ୍ଣ ପ୍ରାପ୍ୟ ପାଇନଥିଲେ। କିନ୍ତୁ କିଛି ଦିନ ପରେ ପୁଣି ବନ୍ଦ କରାଯାଇଥିବା କାର୍ଯ୍ୟରେ ୩୭ହଜାର ୪୬୪ଟଙ୍କା କାମ କରି ନ ଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯାଇଥିବା ଅମରେଶ  ଅଭିଯୋଗ କରିଛନ୍ତି। ଅଭିଯୋଗର ସପ୍ତାହ ବିତିଯାଇଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ସେମାନେ କହିଛନ୍ତି।
ସେହିପରି  ଗ୍ରୀନ୍‌ବାଡି ପଞ୍ଚାୟତର ସିକପାଟାଠାରୁ ଲାଇନପଡା ଗ୍ରାମକୁ ସଂଯୋଗ କରିବାପାଇଁ ରାସ୍ତା ସମ୍ପ୍ରସାରଣ ଲାଗି ୨୦୨୦/୨୧ ମସିହା ପାଇଁ ମୋଟ ୧୦ ଲକ୍ଷ ଟଙ୍କା ଅନୁଦାନ ରହିଥିଲା। ତେବେ ରେକର୍ଡରେ କାର୍ଯ୍ୟ ଚାଲିଥିବା ଦର୍ଶାଇ ୨୦୨୨ରେ ପ୍ରାୟ ୫ ଲକ୍ଷ ୮୭ ହଜାର ୭ଶହ ୧୦ ଟଙ୍କା ଖର୍ଚ୍ଚ କରାଯାଇଛି। ଗ୍ରାମବାସୀ ଜାଣିପାରିବା ପରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଯାଉଥିବା ବେଳେ ଗୋଟିଏ ବର୍ଷ ପୂର୍ବରୁ କିଭଳି ଶ୍ରମିକ ନାମରେ ବିଭିନ୍ନ ଆକାଉଣ୍ଟକୁ ୪ଲକ୍ଷ ୯୧ହଜାର ୫ଶହ ୧୩ ଟଙ୍କା ପ୍ରଦାନ କରାଯାଇଛି ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ତେବେ ଯେଉଁ ଜବକାର୍ଡ ଧାରୀଙ୍କ ନିକଟକୁ ମଜୁରି ଅର୍ଥ ପ୍ରଦାନ କରାଯାଇଛି ସେମାନେ ପ୍ରାୟତଃ କାର୍ଯ୍ୟ କରି ନ ଥିବା ସ୍ବୀକାର କରିଛନ୍ତି। ସେହିପରି ଏବେ ଧରାପଡିବା ଭୟରେ ତରବରିଆ ଭାବେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଯାଉଥିଲେ ସୁଦ୍ଧା ତାହା ଅତି ନିମ୍ନମାନର କରାଯାଉଥିବା ଅଭିଯୋଗ ହେଉଛି। ଏହି ସମସ୍ତ ଅଭିଯୋଗର ସତ୍ୟତା ଜାଣିବା ପାଇଁ ଦାରିଙ୍ଗବାଡିରେ କାର୍ଯ୍ୟରତ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାର ସୋସିଆଲ ଅଡିଟ୍‌ ଟିମ୍‌ ଫିଲ୍‌ଡକୁ ଯାଇ ତଦନ୍ତ କରୁଛି। ଏ ନେଇ ନବ ନିଯୁକ୍ତ ଜିଆର୍‌ଏସ୍‌ କେଦାରନାଥ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ପୂର୍ବରୁ ଯେଉଁ ଜିଆର୍‌ଏସ୍‌ ବିଜୟ ସାହୁ କାର୍ଯ୍ୟ କରୁଥିଲେ ସେ ମୋତେ କୌଣସି ଦାୟିତ୍ୱ ଦେଇନାହାନ୍ତି। ଏବେ ଯାହା କାର୍ଯ୍ୟ ହେଉଛି ତା’ର ବିଲ୍‌ କରାଯାଉଥିବା ସେ କହିଛନ୍ତି। ଏ ନେଇ ବିଜୟ ସାହୁଙ୍କୁ ପଚାରିବାରୁ କାମ ଚାଲିଛି, କୌଣସି ଅର୍ଥ ହେରଫେର କରାଯାଇ ନ ଥିବା ସେ କହିଛନ୍ତି। ଏହି ଘଟଣାର ତଦନ୍ତ କରାଯିବ ବୋଲି ବିଡିଓ ଗଦାଧର ପାତ୍ର କହିଛନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଯିବେ ନବୀନ: ଚାଷୀଙ୍କୁ ଭେଟିବେ, କ୍ଷେତ ବୁଲି ଦେଖିବେ…

ଭୁବନେଶ୍ୱର,୨୮।୧୨: ଅଦିନିଆ ବର୍ଷା ଯୋଗୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। କାହାର ଫସଲ ଉଜୁଡ଼ି ଯାଇଛି ତ କାହାର ଧାନ ପାଣିରେ ଭାସୁଛି। ଏମିତିରେ...

ହୀରକ ଜୟନ୍ତୀ ସମାରୋହ ଉଦ୍‌ଘାଟିତ

ପଞ୍ଚଲିଙ୍ଗେଶ୍ୱର, ୨୮।୧୨(ଲେଲିନ୍‌ କୁମାର ଦେ)-ବାଲେଶ୍ୱର ଜିଲା ଔପଦା ବ୍ଲକ ଅଧୀନ ସନ୍ତରାଗଡିଆ ନୋଡାଲ ହାଇସ୍କୁଲର ହୀରକ ଜୟନ୍ତୀ ଉଦ୍‌ଘାଟିତ ହୋଇଯାଇଛି। ପୁରାତନ ଛାତ୍ର ସଂସଦର ସଦସ୍ୟାସଦସ୍ୟ...

ସହାୟତା ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକୋ

କୋକସରା,୨୮ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣି ଥାନା ଅନ୍ତର୍ଗତ ଜାତୀୟ ରାଜପଥର ମହାଜନଗୁଡ଼ା ଶିଉନି ମଧ୍ୟରେ ଏକ ଗାଡ଼ି ଧକ୍କାରେ କେନ୍ଦୁଡ଼ଙ୍ଗରି ଗ୍ରାମର ଧବଳେଶ୍ବର...

ମେଧାବୀ ଛାତ୍ରୀଙ୍କୁ ସହାୟତା

ବରଗଡ଼,୨୮।୧୨(ପ୍ରେମାନନ୍ଦ ଖମାରୀ): କ୍ରିଷ୍ଣା ବିକାଶ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ଦାଶରୀ ମୁରଲୀ କ୍ରିଷ୍ଣା ମେଧାବୀ ଛାତ୍ରୀ ସୁମିତ୍ରା କରନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଶୁଭକାମନା...

ଖାଦ୍ୟ ପୁଡ଼ିଆରେ ଫୁଟିଲା ବୋମା

ଗୋପାଳପୁର,୨୮ା୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ଭେଙ୍କଟରାୟପୁର ଓ ନୂଆବକ୍ସିପଲ୍ଲୀ ଗ୍ରାମ ମଧ୍ୟଭାଗରେ ଶୁକ୍ରବାର ରାତିରେ ଏକ ଗାଈ ରାସ୍ତାପାର୍ଶ୍ୱରେ ପଡ଼ିଥିବା ଖାଦ୍ୟ...

ପୁରୀରେ ଅଘଟଣ: ନିଗମାନନ୍ଦ ସମ୍ମିଳନୀରେ ଚାଲିଗଲା ୨ ଜୀବନ

ପୁରୀ,୨୮।୧୨: ପୁରୀରେ ନିଗମାନନ୍ଦ ସମ୍ମିଳନୀ ଚାଲିଥିଲା। ପୁରୀ ବାଲିଘାଇରେ ଏହି ଭକ୍ତ ସମ୍ମିଳନୀ ହେଉଥିଲା। ତେବେ ଏହି ସମୟରେ ୨ ଶ୍ରଦ୍ଧାଳୁ ଅସୁସ୍ଥ ହୋଇ ମୃତ୍ୟୁ...

ପାଇଥିଲେ ଘର: ଏବେ ପଟ୍ଟାରେ ଥିବା ପ୍ଲଟ ଗୋଚର

କର୍ଲାମୁଣ୍ଡା:୨୮।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡା ପଞ୍ଚାୟତ ରେଗଡା କଲୋନୀପଡାରେ ରହିବାର ୪୪ ବର୍ଷ ବିତିଯାଇଥିଲେ ମଧ୍ୟ ପଡାବାସୀଙ୍କୁ ସ୍ଥାୟୀ ପଟ୍ଟା...

ବିଶ୍ୱ ପ୍ରସିଦ୍ଧ ବରଗଡ଼ ‘ଧନୁଯାତ୍ରା’ ଲାଗି ଅନୁଦାନ ରାଶି ୧ କୋଟିକୁ ବୃଦ୍ଧି

ବରଗଡ଼,୨୮।୧୨: ବରଗଡ଼ ବିଶ୍ୱ ପ୍ରସିଦ୍ଧ ‘ଧନୁଯାତ୍ରା’ ଲାଗି ଅନୁଦାନ ରାଶି ବଢ଼ିଛି। ପୂର୍ବୁରୁ ଏହା ୧୦ ଲକ୍ଷ ଟଙ୍କା ଥିବା ବେଳେ ଏହାକୁ ରାଜ୍ୟ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri