ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ଅଭିଯୋଗ

ଦେଓଗାଁ, ୩ା୧୧(ଡି.ଏନ.ଏ.)
ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ବ୍ରାହ୍ଣଣୀଯୋର ପଞ୍ଚାୟତରେ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଛି ା ଅର୍ଥ କାରବାର କରି ସ୍ବଚ୍ଛଳ ବର୍ଗର ଲୋକଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା ଗାଁର ମହିଳା ଗୋଷ୍ଠୀ ସୋମବାର ବିଡିଓ ନବୀନ କିଶୋର ପାଢ଼ୀଙ୍କୁ ଫେରାଦ ହୋଇଛନ୍ତି। ଗାଁର ରୁକ୍ମଣୀ ଘିଭେଲା, ପ୍ରଭାସିନୀ ଘିଭେଲା, ସାବିତ୍ରୀ ଘିଭେଲା, ଯାଜ୍ଞସେନୀ ଘିଭେଲା, ଗିତାଞ୍ଜଳୀ ମନହୀରା, ଅନୁସୂୟା ବାଗ, ମଞ୍ଜୁଲତା ବାଗ, ସୁମିତା ବଗର୍ତ୍ତି, କସ୍ତୁରୀ ଭୋଇ ପ୍ରମୁଖ ଆବାସ ଯୋଜନାରୁ ବଞ୍ଚତ୍ତ ମହିଳାମାନଙ୍କ ଅଭିଯୋଗ ଅନୁସାରେ ଧନୀଶ୍ରେଣୀର ବ୍ୟକ୍ତିଙ୍କୁ ଉକ୍ତ ଯୋଜନାରେ ଅଗ୍ରାଧିକାର ଦିଆଯଇଛି। ଝାଟିମାଟି ଘରେ ଅସୁରକ୍ଷିତ ଅବସ୍ଥାରେ ଥିବା ପରିବାରକୁ ଅବହେଳା କରାଯାଉଛି। ଏଣୁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଉପସ୍ଥିତିରେ ତଦନ୍ତ କରି ପ୍ରକୃତ ହିତାଧିକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଘର ପ୍ରଦାନ କରିବାକୁ ନିବେଦନ କରିଥିଲେ। ଆଗକୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରା ନ ଗଲେ ପଞ୍ଚାୟତ ଅଫିସରେ ତାଲାବନ୍ଦି ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ା